ଓଡିଶା

odisha

By

Published : Jun 13, 2023, 12:39 PM IST

ETV Bharat / bharat

Manipur Violence: ଅଶାନ୍ତ ମଣିପୁର, ଜଣେ ମୃତ, 8 ଆହତ

ମଣିପୁର ହିଂସାରେ ପୁଣି ଗଲା ଜୀବନ । ମେ 3ରୁ ମଣିପୁରରେ କୁକୀ ଓ ମୈତେଇ ସମୁଦାୟଙ୍କ ମଧ୍ୟରେ ସଂରକ୍ଷଣକୁ ନେଇ ଉପୁଜିଥିବା ହିଂସାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 8ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

Manipur Violence
ମଣିପୁର ହିଂସା

ଇମ୍ଫାଲ: ସରକାରଙ୍କ ଶତ ପ୍ରତିଶତ ଚେଷ୍ଟା ସତ୍ତ୍ବେ ଅଶାନ୍ତ ମଣିପୁରରେ ଶାନ୍ତି ଫେରିପାରୁ ନାହିଁ । ମଣିପୁରରେ କୁକୀ ଓ ମୈତେଇ ସମୁଦାୟଙ୍କ ମଧ୍ୟରେ ସଂରକ୍ଷଣକୁ ନେଇ ମେ' 3ରୁ ହିଂସା ଜାରି ରହିଛି । ଏହି ହିଂସାରେ ଅକାଳରେ ଅନେକ ଜୀବନ ଚାଲିଯାଇଛି । ଆଜି ବି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 8ଜଣ ଆହତ ହୋଇଛନ୍ତି । ପୂର୍ବ ଇମ୍ପାଲ ଜିଲ୍ଲାର ସମେତ ଚୌରାଚନ୍ଦପୁରରେ ବିଦ୍ରୋହୀ ଓ ସ୍ବଚ୍ଛାସେବୀଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ସ୍ବଚ୍ଛାସେବୀଙ୍କର ମୃତ୍ୟୁ ହୋଇଥିବା ବେଳେ 8ଜଣ ଆହତ ହୋଇଛନ୍ତି ।

ଏହା ବି ପଢନ୍ତୁ...Manipur Violence: ୧୫ ଯାଏଁ ମଣିପୁରରେ ଇଣ୍ଟରନେଟ ସେବା ବନ୍ଦ

ଚୌରାଚନ୍ଦପୁରର ଲାଇଲୋଇଫାଇ ଅଞ୍ଚଳରେ ବିଦ୍ରୋହୀ ପ୍ରଥମେ ସ୍ବଚ୍ଛାସେବୀଙ୍କ ଉପରେ ଗୁଳି ଚଳାଇଥିଲେ । ଏଥିରେ ଜଣେ 22 ବର୍ଷୀୟ ଏନ ମୁଆନସଙ୍ଗଙ୍କ ମୃତ୍ୟୁ ହୋଇଛି । ଏଥିରେ ପ୍ରାୟ 8ଜଣ ଆହତ ହୋଇଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ ଗାଁ ସ୍ବଚ୍ଛାସେବୀ ଓ ବିଦ୍ରୋହୀଙ୍କ ମଧ୍ୟରେ ବଡ଼ ଧରଣର ଗନ ଫାଇଟ ହୋଇଥିଲା । ମଣିପୁର ରାଜ୍ୟପାଳ ଆହତଙ୍କୁ ଭେଟିବା ସହିତ ଚୌରାଚନ୍ଦପୁର ଓ ବିଷ୍ଣୁପୁର ଜିଲ୍ଲାରେ ବିଭିନ୍ନ ରିଲିଫ କ୍ୟାମ୍ପ ପରିଦର୍ଶନ କରିଥିଲେ । ସମସ୍ତ ବିସ୍ଥାପିତଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ରାଜ୍ୟପାଳ ଅନୂସୁୟା ଉଇକେ ।

ଏହା ବି ପଢନ୍ତୁ...Manipur Violence: ମଲ୍ଲିକାର୍ଜୁନଙ୍କ ନେତୃତ୍ବରେ ରାଷ୍ଟ୍ରପତିଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧିନ ଦଳ

ଜୁନ 6 ତାରିଖରେ ସୁରକ୍ଷାକର୍ମା ଓ ବିଦ୍ରୋହୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ବିଏସଏଫ ଯବାନ ଶହୀଦ ହୋଇଥିବା ବେଳେ 2 ଜଣ ଆହତ ହୋଇଥିଲେ । ଗତ ମାସ ମେ' 29 ତାରିଖରେ ରାଜଧାନୀ ଇମ୍ପାଲସ୍ଥିତ ସେରୌ ଓ ସୁଗନୁ ଅଞ୍ଚଳରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ଜଣେ ପୋଲିସ କର୍ମାଙ୍କ ସମେତ 5 ଜଣଙ୍କର ମୃତ୍ୟୁ ହୋଇଥିଲା ।

ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ମଣିପୁରରେ ହିଂସା ଲାଗି ରହିଛି । ଏହି ସଂଘର୍ଷରେ 60ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି । ଶତାଧିକ ଘର ନିଆଁରେ ଜଳିପୋଡ଼ି ପାଉଁଶ ହୋଇଛି । ହିଂସାରେ 4,537ଟି ଅସ୍ତ୍ରଶସ୍ତ୍ର ଲୁଟ ହୋଇଥିବାବେଳେ ସରକାର 990ଟି ଉଦ୍ଧାର କରିଛନ୍ତି । ରାଜ୍ୟରେ ଶାନ୍ତି ଫେରାଇବାକୁ ସମସ୍ତ ପ୍ରୟାସ ଜାରି ରହିଛି । ଅଶାନ୍ତ ମଣିପୁରକୁ ଶାନ୍ତ କରିବାକୁ ରାଜ୍ୟପାଳ ଅନୁସୂୟା ଉଇକେଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ଗଠନ କରିଛନ୍ତି । ସ୍ଥିତି ସ୍ବାଭାବିକ ହେଉନଥିବାରୁ ମଣିପୁର ସରକାର ଜୁନ୍‌ 15 ତାରିଖ ଯାଏଁ ରାଜ୍ୟରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଛନ୍ତି ।

ABOUT THE AUTHOR

...view details