ଗୌହାଟୀ:କିଛି ଦିନ ହେବ ଆସାମରେ ପିଲା ଚୋରି ଘଟଣା ସାମ୍ନାକୁ ଆସୁଛି । ଆସାମର ଅଲଗା ଅଲଗା ସ୍ଥାନରେ ଶିଶୁ ଚୋରିକୁ ନେଇ ଲୋକ ଭୟଭୀତ ଥିଲେ । ଧେମାଜି ଜିଲ୍ଲା ଜୋନାଇ ଅଞ୍ଚଳରେ ପିଲା ଚୋରି ହେବା ସନ୍ଦେହରେ ଏକ ଗୋଷ୍ଠୀ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରିଛନ୍ତି । ଜୋନାଇ ରାକୁଟ କୋକେ ଗାଁରେ ବୁଧବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି ।
ସୂଚନାଅନୁସାରେ ରାକୁଟ କୋକେ ଗାଁରେ ମାଆ କୋଳକୁ ଏକ ପିଲାକୁ ଜବରଦସ୍ତ ନେଇଯିବାକୁ ଜଣେ ବ୍ୟକ୍ତି ଉଦ୍ୟମ କରିଥିଲା । ଏହି ସମୟରେ ମହିଳା ଜଣଙ୍କ ଚିତ୍କାର କରିଥିଲେ । ଏହାପରେ ସ୍ଥାନୀୟ ଲୋକ ଶଦ୍ଦ ଶୁଣି ଉଠି ଆସିଥିଲେ । ମହିଳା ଜଣଙ୍କ ଚିତ୍କାର କରିବାରୁ ଯୁବକ ଜଣକ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲା । ତୁରନ୍ତ ଗାଁ ଲୋକ ଯୁବକର ପିଛା କରିଥିଲେ । ଏହାପରେ ବୈକୁଣ୍ଠପୁର ଅଞ୍ଚଳରରେ ଯୁବକକୁ କାବୁ କରି ନେଇଥିଲେ ।