ନୂଆଦିଲ୍ଲୀ:କୋଭିଡ ସଂକ୍ରମଣରୁ ସୁସ୍ଥ ହେବା ପରେ ସଂକ୍ରମିତ ଗ୍ରହଣ କରିଥିବା ଏକ ଡୋଜ କୋଭ୍ୟାକ୍ସିନ ଟିକା ଅଣସଂକ୍ରମିତଙ୍କ ଦୁଇ ଡୋଜ କୋଭ୍ୟାକ୍ସିନ ଟିକା ପରିମାଣର ଆଣ୍ଟିବଡି ବିକାଶିତ କରିବାରେ ସକ୍ଷମ ହୋଇପାରୁଛି । ଏନେଇ ନିକଟରେ ହୋଇଥିବା ଏକ ଗବେଷଣାରୁ ତଥ୍ୟ ମିଳିଥିବା ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ICMR) ଘୋଷଣା କରିଛି ।
ହୋଇଥିବା ଅନୁଧ୍ୟାନରୁ ଏହା ସ୍ପଷ୍ଟ ଜଣାପଡିଛି ଯେ, ସଂକ୍ରମିତ ବ୍ୟକ୍ତି କୋଭ୍ୟାକ୍ସିନର ଗୋଟିଏ ଡୋଜ ଟିକା ନେବା ପରେ ସେମାନଙ୍କ ଶରୀରରେ ସ୍ବାଭାବିକ ଠାରୁ ଅଧିକ ପରିମାଣର ଆଣ୍ଟିବଡି ବିକଶିତ ହୋଇଥିବା ଦେଖିବାକୁ ମିଳୁଛି । ଯାହାର ପରିମାଣ ଅଣସଂକ୍ରମିତଙ୍କ ଦୁଇ ଡୋଜ ଟୀକାର ଆଣ୍ଟିବଡି ସହ ସମାନ ହେବ । ତଥ୍ୟ ସମ୍ପର୍କରେ ICMR ବୈଜ୍ଞାନିକ ତଥା ସଂସ୍ଥାର ଗଣମାଧ୍ୟମ ସଂଯୋଜକ ଲୋକେଶ ବର୍ମା ଏହି ସୂଚନା ଦେଇଛନ୍ତି ।