ଗାନ୍ଧୀନଗର: ଗୁଜୁରାଟର ସୁରଟ ରେଳ ଷ୍ଟେସନରେ ଅଭାବନୀୟ ଘଟଣା ଘଟିଛି । ଷ୍ଟେସନରେ ଯାତ୍ରୀଙ୍କ ଅସମ୍ଭାଳ ଭିଡ ମଧ୍ୟରେ ଶ୍ବାସରୁଦ୍ଧ ହୋଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଦୀପାବଳି ଓ ଗୁଜୁରାଟର ପ୍ରସିଦ୍ଧ ପର୍ବ ଛଟ ପୂଜା ପାଇଁ 4ରୁ 5 ଦିନ ହେବ ଗୁଜୁରାଟର ବିଭିନ୍ନ ଷ୍ଟେସନରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ସ୍ବାଭାବିକ ଠାରୁ ପାଖାପାଖି 5ଗୁଣ ଯାତ୍ରୀ ଷ୍ଟେସନରେ ଦେଖିବାକୁ ମିଳିଛି । ଯେଉଥି ପାଇଁ ଏଭଳି ଅଘଟଣ ଘଟିଛି ।
ଦୀପାବଳି ଓ ଛଟ ପୂଜା ଅବସରରେ ଘର ବାହୁଡା ହେଉଛନ୍ତି ଲୋକେ । ଯେଉଁଥିପାଇଁ ଗୁଜୁରାଟର ବିଭିନ୍ନ ରେଳ ଷ୍ଟେସନରେ ସ୍ବାଭାବିକ ଠାରୁ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଗତ ଗତ 4ରୁ 5 ଦିନ ହେଲା ଏଭଳି ସ୍ଥିତି ଜାରି ରହିଥିବା ବେଳେ ସୁରଟ ରେଳ ଷ୍ଟେସନରେ ଟ୍ରେନରେ ଚଢିବା ପାଇଁ ଯାତ୍ରୀମାନଙ୍କ ମଧ୍ୟରେ ଅଚାନକ ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା । ଯେଉଁଥିରେ 2 ଜଣ ମହିଳାଙ୍କ ସମେତ 3 ଯାତ୍ରୀଙ୍କ ଅଚାନକ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ଯେଉଁମାନଙ୍କ ମଧ୍ୟରେ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ତେବେ ଛଟ ପୂଜା ଦୀପାବଳି ଅବସରରେ ନିଜର ଘରକୁ ଯିବା ପାଇଁ ରେଳ ଷ୍ଟେସନରେ ଯାତ୍ରୀମାନେ ଛିଡା ହୋଇଥିଲେ ।
ତେବେ ଷ୍ଟେସନରେ 1700 ଯାତ୍ରୀ ଛିଡା ହେବା ପାଇଁ ସ୍ଥାନ ରହିଥିବା ବେଳେ ଥିବା ବେଳେ ପ୍ରତିଦିନ 5 ହଜାରରୁ ଅଧିକ ଯାତ୍ରୀଙ୍କୁ ଦେଖିବାକୁ ମିଳିଛି । ତେବେ ଏହି ଅଘଟଣ ପୂର୍ବରୁ ଏନେଇ ଇଟିଭି ଭାରତ ପକ୍ଷରୁ ଏକ ରିପୋର୍ଟ ଦିଆଯାଇଥିଲା । ହେଲେ ପ୍ରଶାସନ ତଥା ରେଳ ଅଧିକାରୀଙ୍କ ଏନେଇ ଦୃଷ୍ଟି ନ ଦେବାରୁ ଆଜି ଦୁର୍ଘଟଣା ଘଟିଛି । ସୁରଟର ଛପରାକୁ ଯାଉଥିବା ତାପି ଗଙ୍ଗା ଏକ୍ସପ୍ରେସ ସୁରଟ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର 4 ରେ ଲାଗିଥାଏ । ସେହି ଟ୍ରେନରେ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ପ୍ରତିଦିନ ଜେନେରାଲ କୋଚରେ ଲୋକମାନେ ଯାତ୍ରା କରିଥାନ୍ତି । ତେବେ ଉତ୍ସବ ସମୟ ଥିବାରୁ କିଛି ଦିନ ହେଲା ଷ୍ଟେସନରେ ଅସମ୍ଭାଳ ଭିଡ ଦେଖିବାକୁ ମିଳୁଛି । ଗତ 4ରୁ 5 ଦିନ ହେଲା ଏଭଳି ସ୍ଥିତି ଜାରି ରହିଛି । ପ୍ରବଳ ଭିଡ ଯୋଗୁ କିଛି ଲୋକ ଅଚେତ ହୋଇଯାଇଥିବା ଦେଖିବାକୁ ମିଳିଛି ।
ଏହାମଧ୍ୟ ପଢନ୍ତୁ..ଭଦୋଦରା ରେଳ ଷ୍ଟେସନରେ ଭିଡ ମାମଲା, ସୁପ୍ରିମକୋର୍ଟରୁ ଶାହାରୁଖଙ୍କୁ ଆଶ୍ବସ୍ତି