ଓଡିଶା

odisha

ETV Bharat / bharat

ମୋରିସସ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗ, ଅର୍ଦ୍ଧନମିତ ରହିବ ଭାରତ ଜାତୀୟ ପତାକା - ଅନିରୁଦ୍ଦ ଜଗନ୍ନାଥ

ମୋରିସସ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରବାସୀ ଭାରତୀୟ ଅନିରୁଦ୍ଦ ଜଗନ୍ନାଥଙ୍କ ବିୟୋଗ ଘଟିଛି । ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆଜି ସାରା ଦେଶରେ ଅର୍ଦ୍ଧନମିତ ରହିବ ଜାତୀୟ ପତାକା । ଅଧିକ ପଢନ୍ତୁ...

ମୋରିସସ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗ, ଅର୍ଦ୍ଧନମିତ ରହିବ ଭାରତ ଜାତୀୟ ପତାକା
ମୋରିସସ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗ, ଅର୍ଦ୍ଧନମିତ ରହିବ ଭାରତ ଜାତୀୟ ପତାକା

By

Published : Jun 5, 2021, 10:53 AM IST

ନୂଆଦିଲ୍ଲୀ: ଆଜି(ଶନିବାର) ସାରା ଦେଶରେ ଅର୍ଦ୍ଧନମିତ ରହିବ ତ୍ରିରଙ୍ଗା । ଆଫ୍ରିକୀୟ ମହାଦେଶୀୟ ରାଷ୍ଟ୍ର ମୋରିସସର ପୂର୍ବତନ ପ୍ରଧାନମନ୍ତ୍ରୀ ଅନିରୁଦ୍ଦ ଜଗନ୍ନାଥଙ୍କ ଗତ ଗୁରୁବାର ବିୟୋଗ ଘଟିଥିବାରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତ୍ରିରଙ୍ଗାକୁ ଅର୍ଦ୍ଧନମିତ କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଅନିରୁଦ୍ଦ ମୋରିସସର ଚତୁର୍ଥ ରାଷ୍ଟ୍ରପତି ଥିଲେ । ସେ 2003 ଅକ୍ଟୋବରଠାରୁ 2012 ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପିଏମ ଭାବେ ଦାୟିତ୍ବ ତୁଲାଇଥିଲେ । ଏହାସହିତ ସେ ଏହି ଦ୍ବୀପପୁଞ୍ଜ ଦେଶରେ 1982 ମସିହା ଜୁନରୁ 1995 ମସିହା ଡିସେମ୍ବର, 2000 ମସିହା ସେପ୍ଟେମ୍ବରରୁ 2003 ଅକ୍ଟୋବର ଏବଂ 2014 ଡିସେମ୍ବରରୁ ଜାନୁଆରୀ 2017 ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦବୀରେ ମଧ୍ୟ ରହିଥିଲେ । ସେ ଭାରତର ମୂଳ ବାସିନ୍ଦା ହୋଇଥିବା ବେଳେ ପଦ୍ମଭୂଷଣ ଏବଂ ପ୍ରବାସୀ ଭାରତୀୟ ସମ୍ମାନରେ ସମ୍ମାନିତ ହୋଇଥିଲେ ।

ତାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୋକ ପ୍ରକାଶ କରି କହିଛନ୍ତି ଯେ ସେ ଏକାଧାରରେ ଜଣେ ଗ୍ଲୋବାଲ ଷ୍ଟେସମ୍ୟାନ, ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା, ପଦ୍ମଭୂଷଣ ଏବଂ ଭାରତର ଜଣେ ଅସାଧାରଣ ବନ୍ଧୁ, ଭାରତ-ମୋରିସସ୍ ସମ୍ପର୍କରେ ତାଙ୍କର ଉଲ୍ଲେଖନୀୟ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ । ସେପଟେ ଉପରାଷ୍ଟ୍ରପତି ଶୋକ ପ୍ରକାଶ କରିବା ସହିତ ମୋରିସସ ଦେଶର ବିକାଶରେ ତାଙ୍କର ବଡ ଭୂମିକା ରହିଛି ବୋଲି କହିଛନ୍ତି । ତାଙ୍କର ଦେହାନ୍ତ ଦ୍ବାରା ଭାରତ-ମୋରିସସ୍ ସମ୍ପର୍କକୁ ଅଧିକ ଉଚ୍ଚତାକୁ ନେଉଥିବା ବିଶେଷ ବନ୍ଧୁଙ୍କୁ ଭାରତ ହରାଇଛି ବୋଲି ନାଇଡୁ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଆଧୁନିକ ମୋରିସସ ନିର୍ମାଣରେ ଅନିରୁଦ୍ଦ ଜଣେ ସ୍ଥପତି ତଥା ମୁଖ୍ୟ ନେତା ଥିଲେ । ସେ ଜଣେ ଗର୍ବିତ ପ୍ରବାସୀ ଭାରତୀୟ ଯିଏକି ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବାରେ ବଡ ଭୂମିକା ଗ୍ରହଣ କରିଥିଲେ । ସେ ଉଭୟ ଦେଶ ମଧ୍ୟରେ ବନ୍ଧୁତ୍ବ ପାଇଁ ସର୍ବଦା ସ୍ମରଣୀୟ ରହିବେ ବୋଲି ମୋଦି କହିଛନ୍ତି ।

ABOUT THE AUTHOR

...view details