ଓଡିଶା

odisha

ETV Bharat / bharat

ଦିନ ଆସିବ ୨୦୦-୩୦୦ ବର୍ଷ ବଞ୍ଚିବ ମନୁଷ୍ୟ: ଇସ୍ରୋ ମୁଖ୍ୟ - ମନୁଷ୍ୟର ଜୀବନକାଳ

Humans To live upto 200-300 years: ଏମିତି ଏକ ଦିନ ଆସିବ ଯେବେ ମନୁଷ୍ୟ ୨୦୦ରୁ ୩୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବ । ଏପରି କହିଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ । ଅଧିକ ପଢନ୍ତୁ

ISRO chairman Somanath
ISRO chairman Somanath

By ETV Bharat Odisha Team

Published : Jan 6, 2024, 5:35 PM IST

ହାଇଦ୍ରାବାଦ: ଦିନ ଆସିବ ମଣିଷ ୨୦୦ରୁ ୩୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବ । ବିଜ୍ଞାନ ପାଖରେ ସେହି ଶକ୍ତି ରହିଛି । ବିଜ୍ଞାନ ଯୋଗୁଁ ଗତ ୭ ଦଶନ୍ଧି ଧରି ମଣିଷର ଜୀବନ କାଳ ୩୫ରୁ ୭୦ବର୍ଷ ହୋଇପାରିଛି । ଯଦି ମନୁଷ୍ୟର ମୃତ କୋଷ ଓ ଅଙ୍ଗ ପ୍ରତ୍ୟଙ୍ଗ ଉପରେ ଗବେଷଣା ହୁଏ, ତେବେ ମନୁଷ୍ୟର ଜୀବନ କାଳ ୨୦୦ରୁ ୩୦୦ ବର୍ଷ ମଧ୍ୟ ହୋଇପାରିବ । ହାଇଦ୍ରାବାଦ ସ୍ଥିତ ଟେକନିକାଲ ୟୁନିଭର୍ସିଟି ଜେଏନଟିୟୁର ୧୨ତମ ସମାବର୍ତ୍ତନ ସମାରୋହରେ ଯୋଗ ଦେଇ ଏପରି କହିଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ISRO) ମୁଖ୍ୟ ଡଃ ଏସ ସୋମନାଥ ।

ଏନେଇ ଇସ୍ରୋ ମୁଖ୍ୟ ସୋମନାଥ କହିଛନ୍ତି, "ଭାରତର ସ୍ବାଧୀନତା ସମୟରେ ମନୁଷ୍ୟଙ୍କ ଜୀବନକାଳ ୩୫ ବର୍ଷ ରହିଥିଲା । ହେଲେ ଏବେ ଏହା ୭୦ ବର୍ଷରେ ପହଞ୍ଚିଛି । ବିଜ୍ଞାନର ଅଗ୍ରଗତି ଯୋଗୁଁ ଏହା ସଫଳ ହୋଇପାରିଛି । ମନୁଷ୍ୟଙ୍କ ଜୀବନକାଳ ବୃଦ୍ଧି କରିବାକୁ ହେଲେ ଶିକ୍ଷା, ମେଡିସିନ ଓ ଫାର୍ମା କ୍ଷେତ୍ରରେ ସହାୟତା ନେଇ ମନୁଷ୍ୟର ଅଙ୍ଗ ଓ ମୃତ କୋଷ ଉପରେ ଗବେଷଣା କରାଗଲେ ଏହା ସମ୍ଭବ ହୋଇପାରିବ । "

ଏହା ବି ପଢନ୍ତୁ- Research: ​ଏହି ଅଭ୍ୟାସ ଆପଣାଇଲେ 24 ବର୍ଷ ବଢ଼ିବ ଜୀବନକାଳ

ଏହି ସମାବର୍ତ୍ତନ ସମାରୋହରେ ସୋମନାଥ ଯୋଗ ଦେଇ ମହାକାଶ ଗବେଷଣା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । କମ ବ୍ୟୟରେ କିପରି ମହାକାଶ ଗବେଷଣା ଇସ୍ରୋରେ କରାଯାଏ, ସେ ସମ୍ପର୍କରେ ଆଲୋଚନା କରିଥିଲେ ସୋମନାଥ । ଏନେଇ ସେ କହିଛନ୍ତି, " ଚଳିତ ବର୍ଷ ଇସ୍ରୋ PSLV ଓ GSLV ପ୍ଲାନେଟୋରି ଅର୍ବିଟକୁ ପଠାଇଛି । ଏହି ମିଶନ ସଫଳ ହେଲେ କେବେ ଓ କେଉଁ ସମୟରେ ବାତ୍ୟା, ବର୍ଷା ହେବ ସେ ନେଇ ଜାଣିହେବ । ଚଳିତ ବର୍ଷ ଗଗନାୟନ ମିଶନ ଶେଷ କରି ମହାକାଶକୁ ମନୁଷ୍ୟକୁ ପଠାଇବାକୁ ଲକ୍ଷ୍ୟ ରଖିଛୁ । ସେହିପରି ଶନିବାର ଅପରାହ୍ନ ୪ଟାରୁ ସୂର୍ଯ୍ୟଗ୍ରହ ଉପରେ ଗବେଷଣା ମଧ୍ୟ ଆରମ୍ଭ ହୋଇଛି । "

ସୋମନାଥ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଯୁଗର ସୁବିଧା ନେବ ପାଇଁ ପରାମର୍ଶ ଦେଇ କହିଛନ୍ତି, " ବେଙ୍ଗ ଭଳି ଗୋଟିଏ କୂଅ ମଧ୍ୟରେ ନ ରହି ଦୁନିଆକୁ ଦେଖିନ୍ତୁ । ନିଜର ଲକ୍ଷ୍ୟ, ଦୃଷ୍ଟିଭଙ୍ଗୀକୁ ସମ୍ପ୍ରସାରିତ କରିବା ସହ କୃତିମ ବୁଦ୍ଧିମତା (AI) ର ଉପକାରିତାକୁ ହୃଦୟଙ୍ଗମ କରିବା ଉଚିତ । ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏହାର ସହାୟତା ନେବା ଆବଶ୍ୟକ । ଛାତ୍ରଛାତ୍ରୀମାନେ ବିଫଳତାକୁ ନେଇ ଭୟଭୀତ ହେବା ଅନୁଚିତ । ମୁଁ ମଧ୍ୟ ପରୀକ୍ଷାରେ ୨ଥର ଫେଲ ହୋଇଥିଲି । ଏହି ବିଫଳତାକୁ ସଫଳତାର ପାହାଚ କରି ଆଗକୁ ବଢିବା ଉଚିତ । ମୁଁ ମଧ୍ୟ ରକେଟ ଓ ସାଟେଇଲାଟ ତିଆରି କରିବାରେ ଭୁଲ କରିଥିଲି । ତେବେ ଏହି ଭୁଲରୁ ଆମେ ଅନେକ କିଛି ଶିଖିଥାନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details