ଓଡିଶା

odisha

ETV Bharat / bharat

ଗୋଟିଏ ବାବ୍ରି ମସଜିଦ ହରାଇଛୁ ଆଉ ମସଜିଦ ହରାଇବାକୁ ଦିଅ ନାହିଁ: ଓଓ୍ବେସୀ

ଅହମ୍ମଦାବାଦରେ ନିର୍ବାଚନୀ ସଭାମଞ୍ଚରେ ଉତ୍ତର ପ୍ରଦେଶ ଜ୍ଞାନବ୍ୟାପୀ ମସଜିଦ ମାମଲା ଉଠାଇଲେ AIMIM ମୁଖ୍ୟ ଅସାଦୁଦ୍ଦିନ ଓୱେସୀ । କହିଲେ ଗୋଟିଏ ବାବ୍ରି ମସଜିଦ ହରାଇଛୁ ଆଉ ମସଜିଦ ହରାଇବାକୁ ଦିଅ ନାହିଁ । ଅଧିକ ପଢନ୍ତୁ

ଗୋଟିଏ ବାବ୍ରି ମସଜିଦ ହରାଇଛୁ ଆଉ ମସଜିଦ ହରାଇବାକୁ ଦିଅ ନାହିଁ: ଓଓ୍ବେସୀ
ଗୋଟିଏ ବାବ୍ରି ମସଜିଦ ହରାଇଛୁ ଆଉ ମସଜିଦ ହରାଇବାକୁ ଦିଅ ନାହିଁ: ଓଓ୍ବେସୀ

By

Published : May 14, 2022, 10:38 PM IST

ଗାନ୍ଧୀନଗର:ଦେଶର ବିଭିନ୍ନ ସ୍ଥାନରେଏକାଧିକ ସାମ୍ପ୍ରଦାୟିକ ହିଂସା ପରେ ଜବରଦଖଲ ଉଚ୍ଛେଦ ଓ ଉତ୍ତର ପ୍ରଦେଶର କାଶୀ ବିଶ୍ବନାଥ ମନ୍ଦିର ପରିସରରେ ଥିବା ଜ୍ଞାନବ୍ୟାପୀ ମସଜିିଦ ବିବାଦକୁ ନେଇ ସାମ୍ପ୍ରଦାୟିକ ରାଜନୀତି ଲାଗି ରହିଛି । ଏହାରି ମଧ୍ୟରେ ଗୁଜୁରାଟ ଗସ୍ତରେ ଥିବା AIMIM ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ଆଜି (ଶନିବାର) ଅହମ୍ମଦାବାଦରେ ଏହି ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କରିଛନ୍ତି । ଗୋଟିଏ ବାବ୍ରି ମଜଜିଦ ହରାଇଛୁ, ପୁଣି ଆଉ ଏକ ମସଜିଦ ହରାଇବାକୁ ଦିଅ ନାହିଁ ବୋଲି ଏକ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବା ଅବସରରେ ଅସାଦୁଦ୍ଦିନ ଓୱେସୀ କହିଛନ୍ତି ।

ଅହମ୍ମଦାବାଦରେ ଏହି ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବା ଅବସରରେ ଓଓ୍ବେସୀ କହିଥିଲେ, ବିନା କୌଣସି ବିଚାରରେ ଓ ରାୟରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଘର ଭଙ୍ଗାଯାଉଛି । ବୃଦ୍ଧମାନେ ପଥର ମାଡ କରିଥିବା ପୋଲିସ କହୁଛି । ସେମାନ ସଂଖ୍ୟାଲଘୁଙ୍କୁ ଭୟଭୀତ କରିବା ପାଇଁ ଲାଗି ପଡିଥିବା କହିଛନ୍ତି ଓଓ୍ବେସୀ ।

ତେବେ ଜ୍ଞାନବ୍ୟାପୀ ମସଜିଦ ମାମଲାରେ ବର୍ତ୍ତମାନ କୋର୍ଟ ଦେଇଥିବା ରାୟ 1991 ମସିହାର ଏକ ରାୟକୁ ଉଲଙ୍ଘନ କରୁଛି । ମସଜିଦ କମିଟି ଓ ପର୍ସନାଲ ଲ‘ ବୋର୍ଡ ଏହା ବିରୋଧରେ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହେବା ଉଚିତ । ଗ୍ରୀଷ୍ମ ଅବକାଶ ପୂର୍ବରୁ ଏହି ଆବେଦନ ସର୍ବୋଚ୍ଚ କୋର୍ଟରେ ପହଞ୍ଚିବା ଆବଶ୍ୟକ ବୋଲି ମଧ୍ୟ ଓଓ୍ବେସୀ କହିଛନ୍ତି । ଅନ୍ୟପକ୍ଷରେ ଜ୍ଞାନବ୍ୟାପୀ ମସଜିଦ ପରିସରରେ ଭିଡିଓଗ୍ରାଫି ସର୍ଭେ ମଧ୍ୟ ଜାରି ରହିଛି । ଏହି ଭିଡିଗ୍ରାଫି ସର୍ଭେକୁ ବିରୋଧ କରିଆସୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details