ଓଡିଶା

odisha

ETV Bharat / bharat

ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗ, ନନ୍ଦିଗ୍ରାମରୁ ଯୁବକ ଗିରଫ

ଭୋଟର ଓ ପୋଲିଂ ଅଧିକାରୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ନନ୍ଦିଗ୍ରାମରେ ଯୁବକ ଗିରଫ । ଅଧିକ ପଢନ୍ତୁ...

By

Published : Apr 1, 2021, 1:05 PM IST

One arrested in Nandigram for impersonating as an Election Commission officer and manipulate voters
ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ନନ୍ଦିଗ୍ରାମରେ ଯୁବକ ଗିରଫ

କୋଲକାତା: ଭୋଟର ଓ ପୋଲିଂ ଅଧିକାରୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ନନ୍ଦିଗ୍ରାମରୁ ଯୁବକ ଗିରଫ । ଏଭଳି ଖବର ଆସିଛି ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ନନ୍ଦିଗ୍ରାମ ଆସନରୁ । ଏନେଇ ପଶ୍ଚିମବଙ୍ଗ ନିର୍ବାଚନ କମିସନ ପକ୍ଷରୁ ସୂଚନା ଦିଆଯାଇଛି ।

ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ନନ୍ଦିଗ୍ରାମରେ ଯୁବକ ଗିରଫ

ପଶ୍ଚିମବଙ୍ଗରେ ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଛି । ବିଭିନ୍ନ ସ୍ଥାନରେ ହିଂସା ସହ ଚାଲିଛି ନିର୍ବାଚନ । ନନ୍ଦିଗ୍ରାମ ଆସନରେ ମତଦାନ ଚାଲିଛି ଏହି ସମୟରେ ଜଣେ ବ୍ୟକ୍ତି ଲୋକଙ୍କୁ ପ୍ରଭାବିତ କରିବା ସହ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରିଛନ୍ତି । ଲୋକଙ୍କୁ ପ୍ରଭାବିତ କରି ଭୋଟ ଦେବା ପାଇଁ ଚେଷ୍ଟା କରୁଥିବା ଜଣାପଡିଛି । ନନ୍ଦିଗ୍ରାମ ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଶୁଭେନ୍ଦୁ ବାନାର୍ଜୀ ଲଢୁଛନ୍ତି । ଯାହା ପଶ୍ଚିମବଙ୍ଗ ରାଜନୀତିରେ ବେଶ ରୋଚକ ପରିସ୍ଥିତି ସୃଷ୍ଟି କରିଛି ।

ସୂଚନାଥାଉକି ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ 30 ଟି ଆସନରେ ଭୋଟ ହେଉଥିବାବେଳେ ବିଭିନ୍ନ ସ୍ଥାନରେ ହିଂସା ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details