କୋଲକତା: ପଶ୍ଚିମବଙ୍ଗରେ ଜଣେ ବ୍ୟକ୍ତି ସୁପାରୀ କିଲର ବିଜ୍ଞାପନ ପତ୍ର ଦେଇ ରିରଫ ହୋଇଛନ୍ତି । ଗତ ସେପ୍ଟେମ୍ବର ମାସରେ ପଶ୍ଚିମବଙ୍ଗ ଧର୍ମତାଲା ଅଞ୍ଚଳରେ ଏକ ଅଭାବନୀୟ ବିଜ୍ଞାପନ ଦେଖିବାକୁ ମିଳିଥିଲା । ଏହି ବିଜ୍ଞାପନରେ ହତ୍ୟା କରିବା ପାଇଁ ସୁପାରୀ କିଲର ସହ ଯୋଗାଯୋଗ କରିବା ପାଇଁ କୁହାଯାଇଥିଲା ଯାହା ସମସ୍ତଙ୍କୁ ଚକିତ କରିଥିଲା । ଏହି ବିଜ୍ଞାପନରେ ସୁପାରୀ କିଲରର ଫଟୋ ଥିବା ବେଳେ ଯୋଗାଯୋଗ ପାଇଁ ଫୋନ୍ ନମ୍ବର ଥିବା ଦେଖିବାକୁ ମିଳିଥିଲା ।
ବିଜ୍ଞାପନ ପତ୍ରରେ ହାପ୍ ମର୍ଡର୍ ଏବଂ ମର୍ଡର ପାଇଁ ଯୋଗାଯୋଗ କରିବା ପାଇଁ କୁହାଯାଇଥିଲା । ଯାହା ସାରା ଅଞ୍ଚଳରେ ଚର୍ଚ୍ଚାରେ ବିଷୟ ପାଲଟିଥିଲା । ପୋଲିସ ଏହି ଘଟଣା ସମ୍ପୃକ୍ତ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ପାଖରୁ ବହୁ ମାରଣା ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ପୋଲିସ ସୂଚନା ଦେଇଛି ।
ପଶ୍ଚିମବଙ୍ଗ ଧର୍ମତାଲା ଅଞ୍ଚଳରେ ଏକ ସୁପାରୀ କିଲର ବିଜ୍ଞାପନ ପତ୍ର ସବୁ ଜାଗାରେ ଦେଖିବାକୁ ମିଳିଥିଲା । ଏଥିରେ ହାପ୍ ମର୍ଡର ଏବଂ ମର୍ଡର କରିବା ପାଇଁ ବିଜ୍ଞାପନ ଦିଆଯାଇଥିଲା । ପୋଲିସ ଏହି ଘଟଣାରେ ଏକ ସ୍ବତନ୍ତ୍ର କମିଟି ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ଗତ ସୋମବାର ଦିନ ସବ୍-ଇନ୍ସପେକ୍ଟର ରଞ୍ଜିତ ଚକ୍ରବର୍ତ୍ତୀଙ୍କ ନେତୃତ୍ବରେ ଧରମତାଲା ଗାଁରେ ଚଢାଉ କରି ମୋର୍ସେଲିମ୍ ମୋଲା ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଥିଲା । ସର୍ଚ୍ଚ ଅପରେସନ ବେଳେ ମୋଲାଙ୍କ ଘରରୁ ଦୁଇ ରାଉଣ୍ଡ ଗୁଳି ସହ ଦେଶୀ ବନ୍ଧୁକ ଜବତ କରାଯାଇଥିଲା । ମଙ୍ଗଳବାର ଅପରାହ୍ନରେ ଅଭିଯୁକ୍ତକୁ ଆଲିପୋର କୋର୍ଟରେ ହାଜର କରାଯାଇଥିଲା । ଏହା ପରେ ପୋଲିସ 7 ଦିନ ରିମାଣ୍ଡରେ ଆଣି ଆଧିକ ତଦନ୍ତ କରୁଥିବା ଜଣା ପଡ଼ିଛି ।