ଓଡିଶା

odisha

ETV Bharat / bharat

Moon Landing: ‘ପ୍ରଜ୍ଞାନ’ ଦେଲା ଆଉ ଏକ ଫଟୋ, 15 ମିଟର ଦୂରରେ ଛିଡା ହୋଇଛି ‘ବିକ୍ରମ’ - ବିକ୍ରମ ଲ୍ୟାଣ୍ଡରର ନୂଆ ଫଟୋ

ପ୍ରଜ୍ଞାନ’ ଦେଲା ଆଉ ଏକ ଫଟୋ, 15 ମିଟର ଦୂରରେ ‘ବିକ୍ରମ’ । ଗତକାଲି ଖଣିଜ ଓ ରାସାୟନିକ ପଦାର୍ଥ ଥିବା ନେଇ ଦେଇଥିଲା ତଥ୍ୟ । ଅଧିକ ପଢନ୍ତୁ

‘ପ୍ରଜ୍ଞାନ’ ଦେଲା ଆଉ ଏକ ଫଟୋ, 15 ମିଟର ଦୂରରେ ‘ବିକ୍ରମ’
‘ପ୍ରଜ୍ଞାନ’ ଦେଲା ଆଉ ଏକ ଫଟୋ, 15 ମିଟର ଦୂରରେ ‘ବିକ୍ରମ’

By ETV Bharat Odisha Team

Published : Aug 30, 2023, 10:57 PM IST

ହାଇଦ୍ରାବାଦ: ଚନ୍ଦ୍ରରେ ବିଚରଣ ଜାରି ରଖିଥିବା ରୋଭର ‘ପ୍ରଜ୍ଞାନ’ ଆଜି ଆଉ ଲ୍ୟାଣ୍ଡର ‘ବିକ୍ରମ’ର ଆଉ ଏକ ଫଟୋ ପ୍ରେରଣ କରିଛି । ପୂର୍ବାହ୍ନରେ ଲ୍ୟାଣ୍ଡର ବିକ୍ରମର ପ୍ରଥମ ଫଟୋ ପ୍ରେରଣ କରିଥିଲା ରୋଭର । ଆଜି ଏହା ପରେ ଆଉ ଏକ ଫଟୋ ମଧ୍ୟ ପଠାଇଛି । ପୂର୍ବ ଫଟୋଟି ସାମାନ୍ୟ ନିକଟରୁ ନିଆଯାଇଥିବା ବେଳେ ଦ୍ବିତୀୟଟି ପ୍ରାୟ 15 ମିଟର ଦୂରରୁ ନିଆଯାଇଛି । ଏଥିରେ ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠର ଏକ ସମତଳ ଅଞ୍ଚଳରେ ଛିଡ଼ା ହୋଇଥିବା ନଜର ଆସୁଛି । ରୋଭର ପ୍ରଜ୍ଞାନରେ ଲାଗିଥିବା ଶକ୍ତିଶାଳୀ ନାଭିଗେସନ କ୍ୟାମେରା ଏହାକୁ କ୍ୟାପଚର କରିଛି ।

23 ତାରିଖରେ ଅବତରଣ କରିବା ପରେ ରୋଭର ସ୍ବାଭାବିକ ଭାବେ ତାର କାର୍ଯ୍ୟ ଜାରି ରଖିଛି । ଏହା ଲ୍ୟାଣ୍ଡର ମଡ୍ୟୁଲାର ପ୍ରାୟ 5ଶହ ମିଟର ପିରିଧି ଅଞ୍ଚଳରେ ବିଚରଣ କରି ତଥ୍ୟ ସନ୍ଧାନ ଜାରି ରଖିଛି । ଏବେ ପର୍ଯ୍ୟନ୍ତ ଚନ୍ଦପୃଷ୍ଠର ତାପମାତ୍ରା ଓ ଖଣିଜ ତଥା ରାସାୟନିକ ଉପାଦନ ସମ୍ପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇ ସାରିଲାଣି ‘ପ୍ରଜ୍ଞାନ’ । ଆଉ 6 ଦିନ କାର୍ଯ୍ୟକାଳ ମଧ୍ୟରେ ଚନ୍ଦ୍ରର ଦକ୍ଷିଣ ମେରୁର ଅନେକ କିଛି ଅଣଅବିସ୍କୃତ ତଥ୍ୟ ସାମ୍ନାକୁ ଆସିବା ନେଇ ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ :-Chandrayaan-3: ସ୍ମାଇଲ ପ୍ଲିଜ ! ରୋଭର ପ୍ରଜ୍ଞାନ ଉଠାଇଲା ଲ୍ୟାଣ୍ଡର ବିକ୍ରମର ପ୍ରଥମ ଫଟୋ

ଇସ୍ରୋ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ବୈଜ୍ଞାନିକ ପରୀକ୍ଷଣ ଜାରି ରହିଛି । ରୋଭରରେ ଲଗାଯାଇଥିବା ଲେଜର ଗାଇଡେଡ ବ୍ରେକଡାଉନ୍ ସ୍ପେକ୍ଟ୍ରସ୍କୋପି (LIBS) ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଭୂପୃଷ୍ଠରେ ଗନ୍ଧକ ସମେତ ଅମ୍ଳଯାନ ଓ ଅନ୍ୟ କିଛି ଖଣିଜ, ରାସୟନିକ ଉପାଦାନ ଥିବା ସ୍ପଷ୍ଟ ହୋଇଛି । ଅମ୍ଳଜାନ ଥିବା ଜଣାପଡିବା ପରେ ଏବେ ଉଦଯାନ ବା ହାଇଦ୍ରୋଜେନର ସନ୍ଧାନକୁ ପ୍ରାଥମିକତା ଦିଆଯାଉଛି । ଚନ୍ଦ୍ରପୃଷ୍ଠରେ ଆଲୁମିନିୟମ, କ୍ୟାଲସିୟମ୍, ଆଇରନ୍, କ୍ରୋମିୟମ୍, ଟାଇଟାନିୟମ୍, ମାଙ୍ଗାନିଜ୍, ସିଲିକନ୍ ଏବଂ ଅମ୍ଳଜାନର ଉପସ୍ଥିତି ରହିଥିବା ଗତକାଲି ଇସ୍ରୋ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠର ମୂର୍ତ୍ତିକା କଣିକାକୁ ବିଶ୍ଳେଷମ କରିବା ପରେ ଏହି ତଥ୍ୟ ପ୍ରଦାନ କରିଥିଲା । ଚଳିତ 23 ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରରେ ଲ୍ୟାଣ୍ଡର ‘ବିକ୍ରମ’ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରିଥିଲା । ଏହା ପ୍ରାୟ 14 ଦିନ ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରଖିବ । ଏହା ପରେ ଚନ୍ଦ୍ରର ଦକ୍ଷିଣ ମେରୁ ଅନ୍ଧାର ହେବା ସହ ଏହା ମଧ୍ୟ ଅଚଳ ହୋଇପଡ଼ିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details