ଓଡିଶା

odisha

ETV Bharat / bharat

ସାଇକେଲ ଚଢି ସଚିବାଳୟରେ ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ

ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ସାଇକେଲରେ ପହଁଞ୍ଚିଲେ ସଚିବାଳୟରେ ପହଁଞ୍ଚିଥିବା ଭିଡିଓ ସାମ୍ନାକୁ ଆସିଛି । ବିଶ୍ବ କାର୍‌ ଫ୍ରି ଦିବସ'ରେ ସାଇକେଲ ଚଢି ସଚିବାଳୟରେ ପହଁଞ୍ଚିଛନ୍ତି ମୁଖ୍ୟମମନ୍ତ୍ରୀ ମନୋହର ଲାଲ । ଅଧିକ ପଢନ୍ତୁ...

By

Published : Sep 22, 2021, 7:47 PM IST

ସାଇକେଲ ଚଢି ସଚିବାଳୟ ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ
ସାଇକେଲ ଚଢି ସଚିବାଳୟ ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ: 76 ବର୍ଷରେ ସମ୍ପୂର୍ଣ୍ଣ ଫିଟ୍‌ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ସାଇକେଲରେ ପହଁଞ୍ଚିଲେ ସଚିବାଳୟ । ଆଜି(ବୁଧବାର) 'ବିଶ୍ବ କାର୍‌ ଫ୍ରି ଦିବସ' । ଏହି ଅବସରରେ ସାଇକେଲ ଚଢି ସଚିବାଳୟରେ ପହଁଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମନୋହରଲାଲ ।

ହରିୟାଣା ମୁଖ୍ୟମନ୍ତ୍ରୀ କହିଛନ୍ତି, ସମଗ୍ର ବିଶ୍ବରରେ କାର୍‌ ଫ୍ରି ଦିବସ ପାଳନ ହେଉଛି । କାର୍‌ ଫ୍ରି ଦିବସ ପାଳନର ଅର୍ଥ ହେଉଛି ଡିଜେଲ ଓ ପେଟ୍ରୋଲରେ ଚାଲୁଥିବା ଗାଡି ସଂଖ୍ୟା ହ୍ରାସ ହେବା ଆବଶ୍ୟକ । ଇ-ଯାନକୁ ଆପଣାଇବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟନନ୍ତ୍ରୀ । ଏହି ଉଦ୍ଦେଶ୍ୟରେ ନିଜ କ୍ୟାବିନେଟ ସହଯୋଗୀ ଓ ବିଧାୟକଙ୍କ ସହ ସାଇକେଲ ଚଢି ନିଜ ବାସଭବନରୁ ସଚିବାଳୟରେ ପହଁଞ୍ଚିଥିଲେ ଖଟ୍ଟର ।

ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ କ୍ୟାବିନେଟ ସହକର୍ମୀ ଓ ବିଧାୟକମାନେ ସାଇକେଲ ଯୋଗେ ସଚିବାଳୟରେ ପହଞ୍ଚିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ମୁଖ୍ୟମନ୍ତ୍ରୀ ସାଇକେଲ ଚଳାଇବା ସହିତ ରାସ୍ତାରେ ଥିବା ଲୋକଙ୍କୁ ମଧ୍ୟ ଅଭିବାଦନ ଜଣାଉଥିବାର ଦେଖିବାକୁ ମିଳିଥିଲା ।

ABOUT THE AUTHOR

...view details