ନୂଆଦିଲ୍ଲୀ: ଭାରତରେ ଆରମ୍ଭ ହୋଇଥିବା ଟିକାକରଣର ପ୍ରଥମ ଦିନରେ 2,07,229 ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି । ଯାହା ପ୍ରଥମ ଦିନରେ ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସରେ ହୋଇଥିବା ଟିକାକରଣ ଠାରୁ ଅଧିକ ବୋଲି କହିଛି ସ୍ବାସ୍ଥ୍ୟମନ୍ତ୍ରଣାଳୟ ।ଏହି ବିଶ୍ବର ସର୍ବବୃହତ ଟିକାକରଣ କୁହାଯାଉଥିବା ବେଳେ ଏଥିରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ 3 କୋଟି ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରିବାର ପ୍ରକ୍ରିୟା ଆରମ୍ଭ କରିଛି ଭାରତ । ସେହିପରି ଆଜି ଟୀକାକରଣର ଦ୍ବିତୀୟ ଦିନରେ ଦେଶରେ ମୋଟ 553 ଟିକା ଗ୍ରହଣ କେନ୍ଦ୍ରରେ ମୋଟ 17,072 ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯାଇଛି ।
ଗତକାଲି ଏବଂ ଆଜି ଟିକା ଗ୍ରହଣ ପରବର୍ତ୍ତୀ ସମସ୍ୟା ବାବଦରେ ମୋଟ 447 ମାମଲା ସାମ୍ନାକୁ ଆସିଛି । ଏପରି ସମସ୍ୟା ଦେଖାଯାଇଥିବା ସ୍ଥଳେ ଉକ୍ତ ବ୍ୟକ୍ତି ମାନଙ୍କୁ ହସ୍ପିଟାଲରେ ରଖାଯାଇ ନିରୀକ୍ଷଣରେ କରାଯାଉଛି । ଆଜି ଟିକାକରଣର ଦ୍ବିତୀୟ ଦିନରେ ଦେଶରେ ମାତ୍ର 6 ଟି ରାଜ୍ୟ ଟିକାକରଣ ଅଭିଯାନ କରିଛନ୍ତି ।