ନୂଆଦିଲ୍ଲୀ:ମହାମାରୀ ଓମିକ୍ରନ ଭାରିଆଣ୍ଟକୁ ନିରବ ଘାତକ (silent killer) ଭାବେ ବିବେଚିତ କରିଛନ୍ତି ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା । ସୁପ୍ରିମକୋର୍ଟରେ ଅଫଲାଇନ ଶୁଣାଣି ପାଇଁ କରାଯାଇଥିବା ଅନୁରୋଧ ଉପରେ ଗତକାଲି(ବୁଧବାର) ଏନଭି ରମନ୍ନା ଏପରି ମନ୍ତବ୍ୟ ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓମିକ୍ରନ ହେଉଛି ସାଇଲେଣ୍ଟ କିଲର । କୋରୋନାର ପ୍ରଥମ ଲହରରେ ସଂକ୍ରମିତ ହୋଇ 4 ଦିନରେ ସୁସ୍ଥ ହୋଇଯାଇଥିଲି । କିନ୍ତୁ ଏବେ ଓମିକ୍ରନ ଦ୍ବାରା ସଂକ୍ରମିତ ହେବାର 25 ଦିନ ହୋଇଗଲାଣି ତଥାପି ସମ୍ପୂର୍ଣ୍ଣ ଭଲ ହୋଇନାହିଁ ।
ସୁପ୍ରିମକୋର୍ଟ ବାର ଆସୋସିଏସନ ସଭାପତି ବିକାଶ ସିଂହ ସିଜେଆଇ ଜଷ୍ଟିସ ରମନ୍ନାଙ୍କୁ ପୂର୍ଣ୍ଣ କ୍ଷମତାରେ ଫିଜିକାଲ କୋର୍ଟ ଶୁଣାଣି ଆରମ୍ଭ କରିବାକୁ ଅନୁରୋଧ ଉପରେ ରମନ୍ନା ଏପରି ମନ୍ତବ୍ୟ ଦେଇଛନ୍ତି । ଏହାର ପ୍ରତିଉତ୍ତରରେ ବିକାଶ ସିଂହ ଜବାବ ଦେଇଥିଲେ ଯେ, ଏହି ପ୍ରସଙ୍ଗରେ ଆପଣ ଅନଲକି । କିନ୍ତୁ ଲୋକମାନେ ଶୀଘ୍ର ସୁସ୍ଥ ହେଉଛନ୍ତି ।
ସୂଚନାଯୋଗ୍ୟ, ଗତ ଜାନୁଆରି ମାସରେ ସୁପ୍ରିମକୋର୍ଟର 10ଜଣ ବିଚାରପତି କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାପରେ କୋର୍ଟର ସମସ୍ତ କର୍ମଚାରୀ ଟେଷ୍ଟ କରିବାରୁ 30 ପ୍ରତିଶତ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିଲେ ।