ନୂଆଦିଲ୍ଲୀ:ବିଶ୍ବବ୍ୟାପି ଓମିକ୍ରନର ଭୟ ଭିତରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(World Health Organization) ପକ୍ଷରୁ ଆସିଛି ଏକ ଚିନ୍ତାଜନକ ଆକଳନ । ଏହି ଭୂତାଣୁ ଡେଲ୍ଟା ଠାରୁ(Delta) ବହୁ ଅଧିକ ସଂକ୍ରମିତ ବୋଲି କହିଛି WHO । ଏବେ ପର୍ଯ୍ୟନ୍ତ 89 ଟି ଦେଶରେ ବ୍ୟାପି ସାରିଲାଣି ଏହି ଭୂତାଣୁ । ତେବେ ଏହି ଭୂତାଣୁ ଉପରେ ଏବେ ରିସର୍ଚ୍ଚ ଜାରି ରଖିଛନ୍ତି ବିଶେଷଜ୍ଞ । ଓମିକ୍ରନ(Omicron) ଉପରେ କିଛି ନୂଆ ତଥ୍ୟ ମଳିଲେ ତାହା ସର୍ବସମ୍ମୁଖକୁ ଅଣାଯିବ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଂସ୍ଥା(WHO) ।
ଡେଲ୍ଟାଠୁ ଅଧିକ ସଂକ୍ରମିତ ଓମିକ୍ରନ: WHO - ଡେଲ୍ଟାଠାରୁ ଅଧିକ ସଂକ୍ରମିତ ଓମିକ୍ରନ
ବିଶ୍ବବ୍ୟାପି ଓମିକ୍ରନର ଭୟ ଭିତରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(World Health Organization (WHO) ପକ୍ଷରୁ ଆସିଛି ଏକ ଚିନ୍ତାଜନକ ଆକଳନ । ଏହି ଭୂତାଣୁ ଡେଲ୍ଟା(Delta ) ଠାରୁ ବହୁ ଅଧିକ ସଂକ୍ରମିତ ବୋଲି କହିଛି WHO । ଏବେ ପର୍ଯ୍ୟନ୍ତ 89ଟି ଦେଶରେ ବ୍ୟାପି ସାରିଲାଣି ଏହି ଭୂତାଣୁ । ଅଧିକ ପଢନ୍ତୁ
ଯଦିଓ ଏହି ଭୂତାଣୁ ଡେଲ୍ଟାଠାରୁ ଅଧିକ ସଂକ୍ରମିତ ହେଉଛି, କିନ୍ତୁ ଏହା ଏତେ ଗୁରୁତର ନୁହେଁ । ତଥାପି WHO ସ୍ପଷ୍ଟ କରିଛି ଯେ, ଓମିକ୍ରନକୁ ଏତେ ହାଲୁକା ଭାବେ ନେବା ଉଚିତ ନୁହେଁ । ଏଥିପାଇଁ ଲୋକଙ୍କୁ ସତର୍କ ରହିବାକୁ ପଡ଼ିବ । ଏହି ସଂକ୍ରମଣ ରୋକିବା ପାଇଁ ମାସ୍କ ପିନ୍ଧିବା ସହ ସାନିଟାଇଜେସନ ଉପରେ ଅଧିକ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଛି । ଏହାସହ ଦକ୍ଷିଣ-ପୂର୍ବ ଏସିଆର ଦେଶଗୁଡିକୁ ଜରୁରୀକାଳିନ ଭିତ୍ତିରେ ଟୀକାକରଣ କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂସ୍ଥା ଅନୁରୋଧ କରିଛି ।
ତେବେ ଏବେ ସୁଦ୍ଧା ବି କୋରୋନାର ଏହି ନୂଆ ଭାରିଆଣ୍ଟ ଉପରେ ସବିଶେଷ ସୂଚନା ମିଳିପାରି ନାହିଁ । ତଥାପି ଭାରତରେ ଫେବୃଆରୀ ସୁଦ୍ଧା କୋରୋନାର ତୃତୀୟ ଲହର ଆସିପାରେ ବୋଲି ଆକଳନ କରାଯାଇଛି । କିନ୍ତୁ ଏହା ଦ୍ବିତୀୟ ଲହରଠାରୁ ଏତେ ମାରାତ୍ମକ ହେବ ନାହିଁ ବୋଲି କୁହାଯାଉଛି ।