ଓଡିଶା

odisha

ETV Bharat / bharat

କର୍ଣ୍ଣାଟକ ପରେ ଗୁଜୁରାଟକୁ ଏଣ୍ଟ୍ରି କଲା Omicron - ଭାରତରେ ଓମ୍ରିକନ ଭୂତାଣୁ ଚିହ୍ନଟ

କର୍ଣ୍ଣାଟକ ପରେ ଗୁଜୁରାଟରେ ଆଉ ଜଣେ Omicron ସଂକ୍ରମିତ ଚିହ୍ନଟ । ସଂକ୍ରମିତ ଜଣଙ୍କ ଜିମ୍ବାୱେ ନାଗରିକ ହୋଇଥିବା ସୂଚନା । ଜାରି ରହିଛି କଣ୍ଟାକ୍ଟ ଟ୍ରେସିଂ । ଅଧିକ ପଢନ୍ତୁ

କର୍ଣ୍ଣାଟକ ପରେ ଗୁଜୁରାଟ, ଚିହ୍ନଟ ହେଲେ ଆଉ ଜଣେ Omicron positive
କର୍ଣ୍ଣାଟକ ପରେ ଗୁଜୁରାଟ, ଚିହ୍ନଟ ହେଲେ ଆଉ ଜଣେ Omicron positive

By

Published : Dec 4, 2021, 3:10 PM IST

ଗାନ୍ଧୀନଗର: କର୍ଣ୍ଣାଟକ ପରେ ଗୁଜୁରାଟରେ ଚିହ୍ନଟ ହେଲେ ଆଉ ଜଣେ ଓମିକ୍ରନ ସଂକ୍ରମିତ (new Variant Omicron)। ଗୁଜୁରାଟ ଜାମନଗରରେ ଜଣେ Omicron ଭୂତାଣୁରେ ଆକ୍ରନ୍ତ ହୋଇଥିବା ଜଣାପଡିଛି । ସଂକ୍ରମିତ ଜଣଙ୍କ ଜିମ୍ବାଓ୍ବେ ନାଗରିକ ଓ ସେ କିଛି ଦିନ ପୂର୍ବେ ଭାରତ ଆସିଥିବା ନେଇ ସୂଚନା ରହିଛି ।

ଏହାମଧ୍ୟ ପଢନ୍ତୁ: ଭାରତରେ Omicron ଏଣ୍ଟ୍ରି, କର୍ଣ୍ଣାଟକରୁ ଦୁଇ ପଜିଟିଭ ଚିହ୍ନଟ

ଗତକାଲି ଲକ୍ଷଣ ପ୍ରକାଶ ପାଇବା ପରେ ସଂକ୍ରମିତଙ୍କ ଠାରୁ ନମୂନା ସଂଗ୍ରହ କରାଯାଇ ଟେଷ୍ଟିଂ ପାଇଁ ପଠାଯାଇଥିଲା । ତେବେ ଆଜି ପରୀକ୍ଷାରୁ ସେ କୋରୋନାର ନୂଆ ପ୍ରଜାତିରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ତେବେ ସଂକ୍ରମିତ ଜଣାପଡିବା ପରେ ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ ଓ ଟେଷ୍ଟିଂ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ବର୍ତ୍ତମାନ ସୁଦ୍ଧା ମୋଟ ୩ Omicron ଆକ୍ରାନ୍ତ ମାମଲା ସାମ୍ନାକୁ ଆସିଛି । ଗତ ଦୁଇ ଦିନ ତଳେ (ଗୁରୁବାର) କର୍ଣ୍ଣାଟକରେ ପ୍ରଥମ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସଂକ୍ରମିତ ଦୁଇ ଜଣ ପୁରୁଷ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details