ନୂଆଦିଲ୍ଲୀ:କୋରୋନାର ଭାଇରସର ନୂତନ ଭ୍ୟାରିଏଣ୍ଟ ଓମିକ୍ରନ (Covid19 New Variant Omicron) କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଦେଶରେ ବାର ଶହ ପାରକରିଛି ଏହି କୋରୋନାର ଓମିକ୍ରନ ଭାରିଆଣ୍ଟ ସଂକ୍ରମଣ । ଓମିକ୍ରନର ସଂକ୍ରମଣ ବୃଦ୍ଧିକୁ ଦେଖି ଡେଲଟା ଏହା ରିପ୍ଲେସ କରୁଥିବା ଆକଳନ କରିଛନ୍ତି ବିଶେଷଜ୍ଞମାନେ । ଏନେଇ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପ୍ରକାଶ ପାଇଛି ।
ଭାରତରେ କୋରୋନା ସଂକ୍ରମଣ କ୍ରମାଗତ ଭାବରେ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ଓମିକ୍ରନର ସଂକ୍ରମଣ ସଂଖ୍ୟା ୧୨୭୦ରେ ପହଞ୍ଚିଲାଣି । ୨୩ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନର ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଏହା ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି । ଗତ ଏକ ସପ୍ତାହ ମଧ୍ୟର ଦେଶରେ ଏହା ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇଛି । ସଂକ୍ରମଣ ବୃଦ୍ଧିକୁ ଦେଖି ଦେଶର ବିଶେଷଜ୍ଞମାନେ, ଓମିକ୍ରନ ଭ୍ୟାରିଏଣ୍ଟ ଡେଲଟା ଭ୍ଯାରିଏଣ୍ଟକୁ ପରିବର୍ତ୍ତିତ ହୋଇଥିବା ଆଶଙ୍କା କରୁଛନ୍ତି । ତେବେ ଏହା ଯଦି ଡେଲଟା ଭ୍ୟାରିଏଣ୍ଟ ଭଳି ଦ୍ରୁତ ସଂକ୍ରମଣ ରୂପ ଧାରଣ କରେ, ତେବେ ତାହା ଆଗକୁ ଭାରତରେ ଦ୍ବିତୀୟ ପର୍ଯ୍ୟାୟରେ କୋରୋନା ଲହରୀ ଭଳି ପ୍ରଭାବ ପକାଇବା ଆଶଙ୍କା କରାଯାଉଛି।