ମୁମ୍ବାଇ: ମହାରାଷ୍ଟ୍ରରେ ଚିନ୍ତା ବଢାଉଛି କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନ(new variant omicron) । ମଙ୍ଗଳବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ(Union Health Ministry data), ଭାରତର 21 ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଓମିକ୍ରନ୍ ଭାରିଏଣ୍ଟର ଏଯାବତ 653 ଟି ମାମଲା ରିପୋର୍ଟ ହୋଇଛି। ସେମାନଙ୍କ ମଧ୍ୟରୁ 186 ଜଣ ସୁସ୍ଥ(recovery) ହୋଇସାରିଛନ୍ତି ।
ତେବେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ହାରାଷ୍ଟ୍ରରେ ସର୍ବାଧିକ 167 ଟି ମାମଲା ରିପୋର୍ଟ ହୋଇଛି । ପରେ ଦିଲ୍ଲୀ 165, କେରଳ 57, ତେଲେଙ୍ଗାନା 55, ଗୁଜୁରାଟ 49, ରାଜସ୍ଥାନ 46, ତାମିଲନାଡୁରେ ୩୪, କର୍ଣ୍ଣାଟକରେ ୩୧, ମଧ୍ୟପ୍ରଦେଶରେ ୯, ଓଡିଶାରେ ୮, ଆନ୍ଧ୍ର ପ୍ରଦେଶରେ ୬, ପଶ୍ଚିମବଙ୍ଗରେ ୬, ହରିୟାଣାରେ ୪, ଉତ୍ତରାଖଣ୍ଡରେ ୪, ଚଣ୍ଡିଗଡରେ ୩, ଜମ୍ମୁ-କାଶ୍ମୀରରେ ୩, ଉତ୍ତର ପ୍ରଦେଶରେ ୨, ଗୋଆରୁ ୧, ହିମାଚଳ ପ୍ରଦେଶରୁ ୧, ଲଦାଖରୁ ୧ ଏବଂ ମଣିପୁରରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି ।