ଓଡିଶା

odisha

ETV Bharat / bharat

Omicron Scare: ଦେଶରେ ମୋଟ ସଂକ୍ରମଣର 46% କେବଳ ଦିଲ୍ଲୀରେ

ଦେଶରେ ମୋଟ ଓମିକ୍ରନ ସଂକ୍ରମଣ ମାମଲା 46 ପ୍ରତିଶତ କେବଳ ଦିଲ୍ଲୀରେ । ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନ । ଅଧିକ ପଢନ୍ତୁ

Omicron Scare:ଦେଶରେ ମୋଟ ସଂକ୍ରମଣର 46 ପ୍ରତିଶତ କେବଳ ଦିଲ୍ଲୀରେ
Omicron Scare:ଦେଶରେ ମୋଟ ସଂକ୍ରମଣର 46 ପ୍ରତିଶତ କେବଳ ଦିଲ୍ଲୀରେ

By

Published : Dec 30, 2021, 6:43 PM IST

ନୂଆଦିଲ୍ଲୀ: ଦେଶରେ ଚିହ୍ନଟ ହୋଇଥିବା ମୋଟ ଓମିକ୍ରନ ସଂଖ୍ୟାର 46 ପ୍ରତିଶତ କେବଳ ଦଲ୍ଲୀରେ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀ ଧିରେ ଧିରେ ଗୋଷ୍ଠୀ ସଂକ୍ରମଣ ଆଡକୁ ମୁହାଁଇବା ଆରମ୍ଭ କରିଛି । ତେଣୁ ଦିଲ୍ଲୀରେ କଟକଣା କଡାକଡି କରିବା ସହ ଲକଡାଉନ ମଧ୍ୟ ଲାଗୁ ହେବର ଆଶଙ୍କାକୁ ଏଡାଇ ଦିଆଯାଇ ପାରିବ ନାହିଁ ବୋଲି ସୂଚନା ଦେଇଛନ୍ତି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନ ।

ସ୍ବାସ୍ଥ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଦିଲ୍ଲୀରେ ସଂକ୍ରମଣ ହାର ଏବେ ପ୍ରାୟ 1.29 ପ୍ରତିଶତ ରହିଛି । ଏହା ସହ ନୂଆ ଭ୍ୟାରିଏଣ୍ଟର ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଦେଶରେ ଚିହ୍ନଟ ହୋଇଥିବା ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ 46 ପ୍ରତିଶତ ଦିଲ୍ଲୀରେ ଅଛନ୍ତି । ଏହି କ୍ରମରେ ଦେଖାଗଲେ କିଛି ଆକ୍ରାନ୍ତ ବିଦେଶାଗତ ହୋଇଥିବା ବେଳେ ଅନ୍ୟ କିଛି ସ୍ଥାନୀୟ ମଧ୍ୟ ରହିଛନ୍ତି । ଏହାର ଲକ୍ଷଣ ହେଉଛି ଯେ,ଦିଲ୍ଲୀର ଗୋଷ୍ଠୀ ସଂକ୍ରମଣ ଧିରେ ଧିରେ ଆରମ୍ଭ ହେବାରେ ଲାଗିଲାଣି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ବର୍ତ୍ତମାନ ଦିଲ୍ଲୀରେ ମୋଟ 200 ଆକ୍ରାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ସେମାନଙ୍କ ମଧ୍ୟରୁ 115 ଆକ୍ରାନ୍ତ ବିମାନ ବନ୍ଦରରେ ସଂକ୍ରମିତ ଥିବା ଜଣାପଡିଥିଲା । ସେହପରି ଓମିକ୍ରନ ଆକ୍ରାନ୍ତଙ୍କ ହସ୍ପିଟାଲ ଭର୍ତ୍ତି ଆଶଙ୍କା ମଧ୍ୟ ଡେଲଟା ଭ୍ୟାରିଏଣ୍ଟ ତୂଳନାରେ ଅପେକ୍ଷାକୃତ କମ ବୋଲି କହିଛନ୍ତି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ । ଦିଲ୍ଲୀରେ ବର୍ତ୍ତମାନ ରାତ୍ରିକାଳୀନ କର୍ଫ୍ୟୁ ସହ ଅନ୍ୟାନ୍ୟ କଟକଣା ମଧ୍ୟ ବୃଦ୍ଧି କରାଯାଇଛି । କାରଣ ଦିଲ୍ଲୀକୁ ବିଶ୍ବର ବିଭିନ୍ନ ଦେଶରୁ ଯାତ୍ରୀ ଫେରିବାରେ ଲଗିଛନ୍ତି । ଏପରି ସ୍ଥଳେ ଦିଲ୍ଲୀରେ ସଂକ୍ରମଣ ଆଶଙ୍କା ମଧ୍ୟ ଅନ୍ୟ ସହର ଠାରୁ ଅଧିକ ରହିଥିବା ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଜୈନ।

ସେହିପରି ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲର ପରିଚାଳନା ନିର୍ଦ୍ଦଶକ ଡାକ୍ତର ସୁରେଶ କୁମାରଙ୍କ ସୂଚନା ଅନୁସାରେ ଚଳିତ ମାସ (ଡିସେମ୍ବର)30 ପର୍ଯ୍ୟନ୍ତ ମୋଟ 70 ଓମିକ୍ରନ ଆକ୍ରାନ୍ତ ଭର୍ତ୍ତି ହୋଇଥିବାର ତଥ୍ୟ ରହିଛି । ସେମାନଙ୍କ ମଧ୍ୟରୁ 50 ଆକ୍ରାନ୍ତ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇସାରିଥିବା ମଧ୍ୟ ସେ ସୂଚନା ଦେଇଛନ୍ତି ଡାକ୍ତର ସୁରେଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details