ମୁମ୍ବାଇ:ନୂଆ ଭ୍ୟାରିଏଣ୍ଟ (Omicron variant of Covid-19) ନେଇ ସର୍ବତ୍ର ହାଇଆଲର୍ଟ ଜାରି ହୋଇଥିବାବେଳେ ଏହାକୁ ପ୍ରତିହତ କରିବା ପାଇଁ ବିଦେଶ ଫେରନ୍ତା ଓ ବିମାନ ବନ୍ଦରରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି । ଏହାକୁ ଦୃଷ୍ଟିରେ ରଖି ନୂଆ କଟକଣା ଜାରି କରିଛି ମୁମ୍ବାଇ ମହାମନଗର ନିଗମ । ମୁମ୍ବାଇକୁ ବିଦେଶରୁ ଫେରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ବାଧ୍ୟତାମୂଳକ ୭ଦିନ ଗୃହ ସଙ୍ଗରୋଧରେ ରହିବାକୁ ପଡିବ । ସେହିପରି ଉକ୍ତ ବ୍ୟକ୍ତିଙ୍କ ଘରକୁ ମହାନଗର ନିଗମର ମେଡିକାଲ ଟିମ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ପ୍ରତ୍ୟେକ ଦିନ ସ୍ବାସ୍ଥ୍ୟ ଅପଡେଟ ରେକର୍ଡ କରାଯିବ ବୋଲି କହିଛି ମହାନଗର ନିଗମ ।
ଏହି ପରିପ୍ରେକ୍ଷୀରେ ମୁମ୍ବାଇ ମହାନଗର ନିଗମ ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି । ମୁମ୍ବାଇକୁ ଫେରୁଥିବା ଯାତ୍ରୀମାନଙ୍କୁ ବିମାନବନ୍ଦରରେ ପରୀକ୍ଷା କରାଯାଉଛି । ଯାତ୍ରୀମାନଙ୍କ ସ୍ବାସ୍ଥ୍ୟଯାଞ୍ଚ କରିବା ପାଇଁ ନଭେମ୍ବର 10ରୁ ମୁମ୍ବାଇ ବିମାନ ବନ୍ଦରରେ RT-PCR ପରୀକ୍ଷା କେନ୍ଦ୍ର ମଧ୍ୟ ଖୋଲାଯାଇଛି । ମହାନଗର ନିଗମ ଏହାର ଗାଇଡଲାଇନରେ କରାଯାଇଥିବା ପରିବର୍ତ୍ତନ ଅନୁଯାୟୀ, ମୁମ୍ବାଇ ବିମାନବନ୍ଦରରେ ପହଞ୍ଚୁଥିବା ସମସ୍ତ ଯାତ୍ରୀଙ୍କୁ ୭ଦିନର ବାଧ୍ୟତାମୂଳକ ଗୃହ ସଙ୍ଗରୋଧରେ ରହିବାକୁ କହିଛି ।