ନୂଆଦିଲ୍ଲୀ:ଜମ୍ମୁ କାଶ୍ମୀର ବ୍ୟାଙ୍କ ଠକେଇ ମାମଲାରେ ଆଜି ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲାଙ୍କୁ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଆଜି ଇଡିର ଦିଲ୍ଲୀ ମୁଖ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଛନ୍ତି ଓମାର ଅବଦୁଲ୍ଲା ।
ପୂର୍ବରୁ ଜମ୍ମୁ କାଶ୍ମୀର ବ୍ୟାଙ୍କ ଘୋଟାଲାରେ ବ୍ୟାଙ୍କ ଅଧ୍ୟକ୍ଷ ମୁସ୍ତାଖ ଅହମ୍ମଦ ଶେଖକୁ ଗିରଫ ମଧ୍ୟ କରାଯାଇସରିଛି । ଋଣ ପ୍ରଦାନ ଓ ନିବେଶରେ ବ୍ୟାପକ ଅନିୟମିତତା ଅଭିଯୋଗରେ ତଦନ୍ତ ଆରମ୍ଭ ହୋଇଥିଲା । 2010ରେ ଏହି ବ୍ୟାଙ୍କ ଜରିଆରେ ଓମାର କିଣିଥିବା ଏକ ସମ୍ପତ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିଲା ।