ଓଡିଶା

odisha

By

Published : Nov 3, 2020, 2:03 PM IST

Updated : Nov 3, 2020, 5:35 PM IST

ETV Bharat / bharat

କେନାଲରେ ପଡି ବୃଦ୍ଧା ମୃତ

ତେଲେଙ୍ଗାନାରେ ଜଣେ 80ବର୍ଷୀୟ ବୃଦ୍ଧାଙ୍କର କେନାଲରେ ପଡିଯିବାରୁ ମୃତ୍ୟୁ ହୋଇଛି । ଉଦ୍ଧାରକାରୀ ଦଳ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଧିକ ପଢନ୍ତୁ...

Old Women died by falling into drainage
କେନାଲରେ ପଡି ବୃଦ୍ଧା ମୃତ

ହାଇଦ୍ରାବାଦ: ତେଲେଙ୍ଗାନାର ସରୋର ନଗରରେ ଘଟିଛି ଏକ ଅଭାବନୀୟ ଘଟଣା । ଚାଲିବାକୁ ଯାଇ ଜଣେ ବୃଦ୍ଧା କେନାଲରେ ପଡି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି ।

ସୂଚନାନୁସାରେ ସାରଦା ନଗରର 80ବର୍ଷୀୟ ବୃଦ୍ଧା ମଙ୍ଗଳବାର ସକାଳୁ ବୁଲିବାକୁ ଯାଇଥିଲେ । ଦୁର୍ଘଟଣାବସତ ବୃଦ୍ଧାଜଣକ କୋଡାଣ୍ଡା ନଗରରେ ଥିବା ଏକ ଡ୍ରେନରେ ପଡି ଭାସିଯାଇଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ବିଧାୟକ ସୁଧୀର ରେଡ୍ଡୀ ପହଞ୍ଚି ଏନଡିଆରଏଫ,ପୋଲିସ ଓ ଜିଏଚଏମସିକୁ ଖବର ଦେଇଥିଲେ ।

କେନାଲରେ ପଡି ବୃଦ୍ଧା ମୃତ

ଉଦ୍ଧାରକାରୀ ଦଳ ବହୁତ ସମୟ କେନାଲରେ ବୃଦ୍ଧାଙ୍କୁ ଖୋଜାଖୋଜି କରିଥିଲେ । ବହୁତ ସମୟ ପରେ ଚୈତନ୍ୟପୁରୀର ହନୁମାନ ନଗର କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଓସମାନିଆ ଡାକ୍ତରଖାନା ପଠାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 3, 2020, 5:35 PM IST

ABOUT THE AUTHOR

...view details