ପୁଣେ:କଥାରେ ଅଛି ଦୃଢ ମନୋବଳ ଆଗରେ ସବୁ କିଛି ଫେଲ ମାରିଥାଏ । ତେବେ ଏମିତି ଏକ ଘଟଣା ମହାରାଷ୍ଟ୍ରର ପୁଣେରେ ଦେଖିବାକୁ ମିଳିଛି । ବାର୍ଦ୍ଧକ୍ୟର ପରିଣତ ବୟସରେ ଚଳଚଞ୍ଚଳ ସହ ୧୦ ହଜାର କିଲୋମିଟର ସାଇକେଲରେ ଯାତ୍ରା କରିଛନ୍ତି ଜଣେ ୭୫ ବର୍ଷୀୟ ମହିଳା ।
ତେବେ ଏହି ମହିଳାଙ୍କ ନାଁ ହେଉଛି, ନିରୂପମା ଭାବେ । ନିରୂପମା ପୁଣେର ପ୍ରଭାତ ରୋଡରେ ରହୁଛନ୍ତି । ତେବେ ନିରୂପମା ପରିଣତ ବୟସରେ ଭାରତର ବିଭିନ୍ନ ପ୍ରାନ୍ତକୁ ପ୍ରାୟ ୧୦ହଜାର କିଲୋମିଟର ସାଇକେଲରେ ଯାତ୍ରା କରିଛନ୍ତି । ଏଥିସହ କିଛି ଦିନ ତଳେ ସେ ପୁଣେରୁ ସୁନ୍ଦରବନ ପ୍ରାୟ ୨୧ ଶହ କିଲୋମଟର ସାଇକେଲରେ ଅତିକ୍ରମ କରିଛନ୍ତି ।