ଚଣ୍ଡୀଗଡ:ହରିୟାଣରେ ଜାରି ରହିଛି ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା । ପରୀକ୍ଷା ପ୍ରସ୍ତୁତିରେ ଛାତ୍ରଛାତ୍ରୀ ଜୋରସୋରେ ଲାଗି ପଡିଛନ୍ତି । ତେବେ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ପୂରା ରାଜ୍ୟରେ ଜଣେ ବାବାଙ୍କୁ ନେଇ ଚର୍ଚ୍ଚା କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ଏପଟେ ବାବାଙ୍କ ପରୀକ୍ଷା ଦେବା ଷ୍ଟାଇଲକୁ ନେଇ ବାବା ବେଶ ଚର୍ଚ୍ଚାରେ । ହରିୟାଣର ଭବାନୀ ଅନ୍ତର୍ଗତ ଖଣ୍ଡେସୁରୀ ବାବା ମନ ଗିରି ମହାରାଜ ତଥା ସନ୍ଥ ସୁରେନ୍ଦ୍ର ଗୁରୁବାର ଠିଆ ହୋଇ ଦଶମ ପରୀକ୍ଷା ଦେଇଛନ୍ତି ।
ସେହିଭଳି ବାବା ମଧ୍ୟ ଦଶମ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି । ମାତ୍ର ସାଧୁସନ୍ଥଙ୍କ ପରୀକ୍ଷା ଦେବା ଲାଗି ଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିସହ ସାଧୁସନ୍ଥଙ୍କ ପରୀକ୍ଷା ଲାଗି ପଣ୍ଡିତ ଶିତାରାମ ବାଳିକା ସିନିୟର ମାଧ୍ୟମିକ ବିଦ୍ୟାଳୟକୁ ପରୀକ୍ଷା କେନ୍ଦ୍ର କରାଯାଇଛି ।