ଓଡିଶା

odisha

ETV Bharat / bharat

୧୦୨ବର୍ଷରେ ବୃଦ୍ଧଙ୍କ ଦୃଢ ମନୋବଳ, ୧ ଘଣ୍ଟାରେ ପାରାଲିସିସରୁ ହେଲେ ସୁସ୍ଥ - ୧ ଘଣ୍ଟାରେ ପାରାଲିସିସରୁ ହେଲେ ସୁସ୍ଥ

କର୍ଣ୍ଣାଟକ ବେଙ୍ଗାଲୁରୁରେ ପକ୍ଷାଘାତରେ ଚିକିତ୍ସିତ ହେଉଥିବା ୧୦୨ବର୍ଷର ବୃଦ୍ଧଙ୍କ ମନୋବଳକୁ ଖୁବ ପ୍ରଶଂସା କରାଯାଇଛି । ହସ୍ପିଟାଲରେ ଭର୍ତ୍ତି ହେବାର ୧ ଘଣ୍ଟା ପରେ ସେ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ

୧୦୨ବର୍ଷରେ ବୃଦ୍ଧଙ୍କ ମନୋବଳ, ୧ ଘଣ୍ଟାରେ ପାରାଲିସିସରୁ ହେଲେ ସୁସ୍ଥ
୧୦୨ବର୍ଷରେ ବୃଦ୍ଧଙ୍କ ମନୋବଳ, ୧ ଘଣ୍ଟାରେ ପାରାଲିସିସରୁ ହେଲେ ସୁସ୍ଥ

By

Published : Oct 30, 2022, 7:36 AM IST

ବେଙ୍ଗାଲୁରୁ:ଆଜିର ଯୁବପିଢି ସାମାନ୍ୟ ଅସୁସ୍ଥ ହେଲେ ନିଜ ମନୋବଳ ଭାଙ୍ଗି ଦେଇଥିବାବେଳେ ଏଠାରେ ୧୦୨ ବର୍ଷରେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବୃଦ୍ଧ । କର୍ଣ୍ଣାଟକ ବେଙ୍ଗାଲୁରୁ ଟ୍ରଷ୍ଟ ୱେଲ ହସ୍ପିଟାଲରେ ସେ ପାରାଲିସିସରେ ଆକ୍ରାନ୍ତ ହେବାପରେ ଚିକିତ୍ସିତ ହୋଇ ସୁସ୍ଥ ମଧ୍ୟ ହୋଇଛନ୍ତି ।

ବୃଦ୍ଧ ଜଣକ ପାରିଲିସିସରେ ଆକ୍ରାନ୍ତ ହେବା ପରେ ତାଙ୍କ ଡାହାଣ ହାତର ନିୟନ୍ତ୍ରଣ ହରାଇଥିଲେ । ଏହାପରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ତାଙ୍କୁ ଟ୍ରଷ୍ଟୱେଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଏବଂ କର୍ମଚାରୀଙ୍କ ତୁରନ୍ତ ଚିକିତ୍ସାର ଫଳ ସ୍ବରୂପ ଏହି ରୋଗୀ ଡାକ୍ତରଖାନାରେ ପ୍ରବେଶ କରିବାର ଅଧ ଘଣ୍ଟା ମଧ୍ୟରେ ୫୦ ପ୍ରତିଶତ ହାତକୁ ଚଳପ୍ରଚଳ କରାଇ ପାରିଥିଲେ । ଏହାସହିତ ୧ ଘଣ୍ଟା ମଧ୍ୟରେ ୯୦ ପ୍ରତିଶତ ହାତ କାର୍ଯ୍ୟ କରିଥିଲା । ଏହାପରେ ବୃଦ୍ଧଙ୍କ ମନୋବଳକୁ ଡାକ୍ତରଙ୍କ ସମେତ ସମସ୍ତେ ପ୍ରଶଂସା କରିଛନ୍ତି ।

ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖକୁ ବିଶ୍ବ ଷ୍ଟ୍ରୋକ ଦିବସ ପାଳନ କରୁଥିବାବେଳେ, ଲୋକଙ୍କୁ ଏ ନେଇ ସଚେତନ କରାଯାଉଛି । ଏହି ଥିମର ମୂଳ ଉଦ୍ଦେଶ୍ୟ ହେଉଛି ଯଦି ଶୀଘ୍ର ବେଗରେ ଉପଯୁକ୍ତ ଚିକିତ୍ସା ଦିଆଯାଏ ତେବେ ଷ୍ଟ୍ରୋକ୍ ପୀଡିତମାନଙ୍କୁ ବିପଦରୁ ରକ୍ଷା କରାଯାଇପାରିବ ।

ABOUT THE AUTHOR

...view details