ଲକ୍ଷ୍ନୌ: ନଦୀରେ ଲୋକଙ୍କୁ ଗାଧୋଇବାର କିମ୍ବା ଭିନ୍ନ ଭିନ୍ନ ଶୈଳୀରେ ପହଁରିବାର ଦେଖିଥିବେ ଆପଣ । ହେଲେ କେବେ ନଦୀରେ ଘଣ୍ଟା ଘଣ୍ଟା ଜଳଯୋଗ କରୁଥିବା ବ୍ୟକ୍ତି ପୂର୍ବରୁ ଦେଖିନଥିବେ ସେ ପୁଣି 83 ବର୍ଷର ବୃଦ୍ଧ । ଆଜ୍ଞା ହଁ, ଉତ୍ତରପ୍ରଦେଶ ମିର୍ଜାପୁରର ଜଣେ 83 ବର୍ଷର ବୃଦ୍ଧ ଗଙ୍ଗାନଦୀ ମଧ୍ୟରେ ଘଣ୍ଟା ଘଣ୍ଟା ଧରି ଯୋଗ କରୁଥିବାର ନଜର ଆସିଛି । ତାଙ୍କର ପାଣି ଭିତରେ ଯୋଗ କରିବାର ଶୈଳୀ ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ବେସ୍ ପରିଚିତ କରାଇଛି ।
ମିର୍ଜାପୁର ସହରର କୋତବାଲୀ ବିସୁଂଦରରେ ରହୁଥିବା 83 ବର୍ଷର ଅବସରପ୍ରାପ୍ତ କ୍ଲର୍କ ବସୁଧା ନନ୍ଦ ଦ୍ବିବେଦୀଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି । ବସୁଧା ନନ୍ଦ ଗଙ୍ଗାନଦୀରେ କେବଳ ଜଳଯୋଗ କରୁନାହାଁନ୍ତି ବରଂ ପାଣି ଭିତରେ ସେ ବିଭିନ୍ନ ପ୍ରକାରର ଯୋଗ ପଦ୍ଧତି କରୁଛନ୍ତି । ସବୁଠୁ ଆଶ୍ଚର୍ଯ୍ୟକର କଥା ଯେ, ବସୁଧା ନନ୍ଦ ହାତ ଗୋଡକୁ ବାନ୍ଧି ପାଣି ଭିତରେ ଯୋଗ କରୁଛନ୍ତି । ସେ ଏହି ଯୋଗ ଗତ 30 ବର୍ଷ ଧରି କରିଆସୁଛନ୍ତି । ପାଣିରେ 5 ରୁ 8 ଘଣ୍ଟା ପର୍ଯ୍ୟନ୍ତ ଭାସିରହି ସେ ଯୋଗ କରିଥାନ୍ତି । ମାତ୍ର କେବେ ବିପଦର ସମ୍ମୁଖୀନ କରିନାହାଁନ୍ତି ବରଂ ଦେଖେଣାହାରୀଙ୍କୁ ଆଚମ୍ବିତ କରିଛନ୍ତି ।