ନୂଆଦିଲ୍ଲୀ: ଅନ୍ତିମ ସଂସ୍କାର ପୂର୍ବରୁ କଥା କହି ସମସ୍ତଙ୍କୁ କରିଥିଲେ ଆଶ୍ଚର୍ଯ୍ୟଚକିତ । ଶ୍ମଶାନଘାଟରୁ ଜୀବିତ ହସ୍ପିଟାଲକୁ ଫେରି ଚିକିତ୍ସିତ ହେଉଥିଲେ । କିନ୍ତୁ ଫେରିବାର ୨୨ ଘଣ୍ଟା ପରେ ପୁଣି ହୋଇଛି ବୃଦ୍ଧଙ୍କ ମୃତ୍ୟୁ । ରାଜଧାନୀର ଟିକରି ଖୁର୍ଦ୍ଦଠାରେ ଗତ ଡିସେମ୍ବର ୨୬ ତାରିଖରେ ଜୀବିତ ଫେରିଥିବା ବୃଦ୍ଧଙ୍କ ପୁଣି ଘଟିଛି ମୃତ୍ୟୁ ।
ମୃତକ ହେଉଛନ୍ତି ସତୀଶ ଭରଦ୍ବାଜ । ତାଙ୍କୁ ପ୍ରାୟ ୧୧ ଜଣ ଡାକ୍ତର ପ୍ରଥମେ ମୃତ ଘୋଷଣା କରିଥିଲେ । ଏହାପରେ ପରିବାର ଲୋକେ ତାଙ୍କୁ ଶ୍ମଶାନଘାଟ ନେଇ ଅନ୍ତିମ ସଂସ୍କାର ପ୍ରକ୍ରିୟା ଆରମ୍ଭ କରିଥିଲେ । ସେଠାରେ ତାଙ୍କ ମୁହଁରେ ଗଙ୍ଗାଜଳ ଦେବା ସମୟରେ ସେ ହଠାତ୍ ଆଖି ଖୋଲିଥିଲେ ଏବଂ କଥା ମଧ୍ୟ କହିଥିଲେ । ବୃଦ୍ଧ କଥା କହିବା ପରେ ତୁରନ୍ତ ତାଙ୍କୁ ପରିବାର ଲୋକେ ହସ୍ପିଟାଲକୁ ନେଇଥିଲେ । ସେଠାରେ ତାଙ୍କର ହାର୍ଟବିଟ୍ ଚାଲୁଥିବା କହିଥିଲେ ଡାକ୍ତର ।