ଓଡିଶା

odisha

ETV Bharat / bharat

ଜମ୍ମୁ ବସଷ୍ଟାଣ୍ଡରୁ ଆଇଡି ଉଦ୍ଧାର ଘଟଣା, ଅଲ-ବଦର ଓଭରଗ୍ରାଉଣ୍ଡ କର୍ମଚାରୀ ଗିରଫ - ବସଷ୍ଟାଣ୍ଡରୁ ଆଇଡି ଉଦ୍ଧାର ଘଟଣା

ଜମ୍ମୁ କାଶ୍ମୀର ବସଷ୍ଟାଣ୍ଡରୁ ଆଇଡି ଉଦ୍ଧାର ଘଟଣାରେ ପୋଲିସ ଅଲ-ବଦର ଆତଙ୍କବାଦୀ ସଂସ୍ଥାର ଜଣେ ଓଭରଗ୍ରାଉଣ୍ଡ କର୍ମଚାରୀଙ୍କୁ ପୋଲିସ ଗିରଫ କରିଛି । ଅଧିକ ପଢନ୍ତୁ...

ଜମ୍ମୁ ବସଷ୍ଟାଣ୍ଡରୁ ଆଇଡି ଉଦ୍ଧାର ଘଟଣା, ଅଲ-ବଦର ଓଭରଗ୍ରାଉଣ୍ଡ କର୍ମଚାରୀ ଗିରଫ
ଜମ୍ମୁ ବସଷ୍ଟାଣ୍ଡରୁ ଆଇଡି ଉଦ୍ଧାର ଘଟଣା, ଅଲ-ବଦର ଓଭରଗ୍ରାଉଣ୍ଡ କର୍ମଚାରୀ ଗିରଫ

By

Published : Feb 21, 2021, 8:13 PM IST

ଶ୍ରୀନଗର: ଜମ୍ମୁରେ ପୋଲିସ ଏକ ଅପ୍ରାକୃତିକ ବିସ୍ଫୋରକ ଉପକରଣ (IED) ଉଦ୍ୟମକୁ ରୋକିବା ପରେ ଜଣେ ଅଲ-ବଦର ଆତଙ୍କବାଦୀ ସଂସ୍ଥାର ଓଭରଗ୍ରାଉଣ୍ଡ କର୍ମଚାରୀ (OGW)ଙ୍କୁ ପୋଲିସ ରବିବାର ଗିରଫ କରିଛି । ତେବେ ସେ ଏହି ଘଟଣାରେ ସମ୍ପୃକ୍ତ ଥିବା ପୋଲିସ କହିଛି ।

ଗିରଫ ହୋଇଥିବା କର୍ମଚାରୀ ରାହ ହୁସେନ ଭାଟ ଦକ୍ଷିଣ କାଶ୍ମୀର ପୁଲୱାମା ଜିଲ୍ଲାର ନେହାମା ଗ୍ରାମ ବାତବାଘ-ହୁନିପୋରା ଅଞ୍ଚଳର ବୋଲି ପୋଲିସ କହିଛି । ରାହଙ୍କୁ କେସ ନମ୍ବର 05/2021 ପିଏସ ବସଷ୍ଟାଣ୍ଡ, ଜମ୍ମୁ U/S 4/5 ESA,18,23, 38 UA(P)A ,ଆଇପିସିର 120ବି ଅନୁଯାୟୀ ଗିରଫ କରାଯାଇଛି । ଏହି ଆଇଡି ବୋମାକୁ ଜମ୍ମୁ ବସଷ୍ଟାଣ୍ଡ ନିକଟରୁ ପୋଲିସ ଜବତ କରିଥିଲା ।

ଗିରଫ ହୋଇଥିବା ରାହ ଜଣେ ଓଭରଗ୍ରାଉଣ୍ଡ କର୍ମଚାରୀ ହୋଇଥିବା ବେଳେ ଅଲ-ବଦର ଆତଙ୍କବାଦୀ ସଂସ୍ଥାର ଜଣେ ଉପଦେଷ୍ଟା । ଏହାସହିତ ଜମ୍ମୁ ଅଞ୍ଚଳରେ ଆଇଡି ଆକ୍ରମଣ କରିବା ପାଇଁ ପାକିସ୍ତାନ ସହିତ ପ୍ରତ୍ୟକ୍ଷ ଭାବେ ଜଡିତ ବୋଲି ଜଣେ ମୁଖପାତ୍ର କହିଛନ୍ତି ।

ଗତ ଫେବୃଆରୀ 13 ତାରିଖରେ ପୋଲିସ ଜମ୍ମୁ ବସଷ୍ଟାଣ୍ଡରୁ 7 କିଲୋଗ୍ରାମ ଓଜନର ଏକ ଆଇଡି ବୋମାକୁ ଜବତ କରାଯାଇଥିଲା । ତେବେ ପାକିସ୍ତାନୀ ଆତଙ୍କବାଦୀମାନେ 2019 ପୁଲୱାମା ଆକ୍ରମଣର ଦ୍ବିତୀୟ ବାର୍ଷିକୀ ଅବସରରେ ଆଉ ଏକ ବଡ ଆତଙ୍କବାଦ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲେ ବୋଲି ଡିଜିପି ଦିଲବାଘ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।

ତେବେ ଏହି ଘଟଣାରେ ଚଣ୍ଡିଗଡ଼ର ଏକ କଲେଜରେ ନର୍ସିଂ ପାଠ୍ୟକ୍ରମ ପଢୁଥିବା ପୁଲୱାମାର ନେୱା ଗାଁର ବାସିନ୍ଦା ସୁହେଲ ବଶିର ଶାହାଙ୍କୁ ପୋଲିସ ଗିରଫ କରିଛି । ତାଙ୍କୁ ବସଷ୍ଟାଣ୍ଡରେ ଏହି ଆଇଡି ବୋମାକୁ ଖଞ୍ଜିବା ପାଇଁ ଦାୟିତ୍ବ ଦିଆଯାଇଥିଲା । ତେବେ ଏହି କାର୍ଯ୍ୟ କରିବାକୁ ଅଲ-ବଦର ଆତଙ୍କବାଦୀ ସଂସ୍ଥା କହିଥିବା ପୋଲିସ ସୂଚନା ଦେଇଛି । ରାହ ଜମ୍ମୁର 4ଟି ସ୍ଥାନ ରଘୁନାଥ ମନ୍ଦିର, ବସଷ୍ଟାଣ୍ଡ, ରେଳ ଷ୍ଟେସନ ଓ ଲାଖଦାତା ବଜାରରେ ଆକ୍ରମଣ କରିବା ପାଇଁ ଟାର୍ଗେଟ କରିଥିବା ଡିଜିପି କହିଛନ୍ତି ।

ଏହି ଘଟଣାରେ ଶାହ ବ୍ୟତୀତ ଅଥର ଶକୀଲ ଖାନ, କାଜି ୱସିମ ଓ ଅବିଦ ନାବିକୁ ପୋଲିସ ଗିରଫ କରିଛି । ଅଥର ଶାହକୁ ଶ୍ରୀନଗର ବିମାନ ବନ୍ଦରକୁ ଆଣିବାକୁ ଯାଇଥିବା ବେଳେ କାଜି ଘଟଣା ସମ୍ପର୍କରେ ପୂର୍ବରୁ ଜାଣିଥିଲା ଏବଂ ଅବିଦ ମଧ୍ୟ ଏହି ଘଟଣାରେ ସମ୍ପୃକ୍ତ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details