ନୂଆଦିଲ୍ଲୀ: ମୋଦିଙ୍କ କ୍ୟାବିନେଟ ସମ୍ପ୍ରସାରଣରେ ଓଡ଼ିଶାର ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବଙ୍କୁ କେନ୍ଦ୍ରରେ ମିଳିଛି ରେଳ ବିଭାଗ ଦାୟିତ୍ବ । ଗତକାଲି ରେଳ ବିଭାଗ ମନ୍ତ୍ରୀ ଭାବେ ସେ ଦାୟିତ୍ବ ଗ୍ରହଣ କରିଛନ୍ତି । ଦାୟିତ୍ବ ଗ୍ରହଣର କିଛି ଘଣ୍ଟା ପରେ ଅଶ୍ବିନୀ ତାଙ୍କ କାର୍ଯ୍ୟାଳୟରେ ଥିବା ଅଧିକାରୀ ଏବଂ କର୍ମଚାରୀଙ୍କୁ ଦୁଇଟି ସିଫ୍ଟରେ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରଥମ ସିଫ୍ଟ 7ଟାରୁ ଆରମ୍ଭ ବୋଇ ଅପରାହ୍ନ 4ଟା, ଦ୍ବିତୀୟ ସିଫ୍ଟ ଅପରାହ୍ନ 3ଟାରୁ ଆରମ୍ଭ ହୋଇ ରାତି 12ଟା ମଧ୍ୟରେ ଶେଷ ହେବ ବୋଲି ଗୁରୁବାର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ରେଳ ମନ୍ତ୍ରଣାଳୟର ADG PR, ଡିଜେ ନରେନଙ୍କ ଅନୁଯାୟୀ, କେବଳ ଏମଆର ସେଲ ପାଇଁ ଏହି ନିର୍ଦ୍ଦେଶ ଦିଆଯାଇଛି ଏବଂ ବ୍ୟକ୍ତିଗତ କିମ୍ବା ରେଳ କର୍ମଚାରୀଙ୍କୁ ନୁହେଁ । ରେଳ ମନ୍ତ୍ରୀ ନିର୍ଦ୍ଦେଶ ଅନୁସାରେ, କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଦୁଇଟି ସିଫ୍ଟରେ କାର୍ଯ୍ୟ କରିବେ ।