ମୁମ୍ବାଇ: NCP ମୁଖ୍ୟ ଶରଦ ପାଓ୍ବରଙ୍କ ସମ୍ପର୍କରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରି ପୁଣି ବିବାଦରେ ମରାଠୀ ଇଭିନେତ୍ରୀ କେତକୀ ଚିତାଲେ । ଫେସବୁକରେ ଶରଦଙ୍କ ବିରୋଧରେ ଏକ ବିବାଦୀୟ କବିତା ପୋଷ୍ଟ କରିଥିବା ଅଭିଯୋଗରେ ପୋଲିସ ତାଙ୍କୁ ଆଜି ହେପାଜତକୁ ନେଇଛି । କଲଓ୍ବା ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏତଲା ଦାଏର ହେବା ପରେ ଥାଣେ କ୍ରାଇମବ୍ରାଞ୍ଚ ତାଙ୍କୁ ଜେପାଜତକୁ ନେଇଥିବା ସୂଚନା ମିଳିଛି ।
ତେବେ ସମାନ ଘଟଣା ପାଇଁ ମହାରାଷ୍ଟର ପୁଣେରେ ମଧ୍ୟ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ତେବେ ପୋଷ୍ଟ ଉପରେ ମତାମତ ଓ ପ୍ରତିକ୍ରିୟା ଘଟଣାକୁ ସରଗରମ କରିବା ସହ ରାଜନୈତିକ ଉଷ୍ମତା ମଧ୍ୟ ବଢାଇଥିଲା । ତେବେ ଆପତ୍ତିଜନକ ମନ୍ତବ୍ୟ ସାମାଜିକ ଗଣମାଧ୍ୟମରେ ପୋଷ୍ଚ କରିବା ଅଭିଯୋଗରେ ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ ଧାରା 500, 505 (2), 501 ଓ 153 (କ) ଅନୁସାରେ ମାମଲା ରୁଜୁ କରିଛି ପୋଲିସ ।