ଓଡିଶା

odisha

ETV Bharat / bharat

ୟୁଏଇରୁ ଭାରତ ଫେରୁଥିବା ବେଳେ ଓଡିଆ ଯୁବକ ନିଖୋଜ, ଅପହରଣ ସନ୍ଦେହ

ତିନି ବର୍ଷ ପରେ ଭାରତ ଫେରୁଥିଲେ ୟୁଏଇରେ ରହୁଥିବା ଓଡିଆ ଯୁବକ। ବିମାନରେ ଯାତ୍ରୀ କରିବା ପରେ ନିଖୋଜ। ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 17, 2023, 11:56 AM IST

Updated : Oct 17, 2023, 12:27 PM IST

Odisha youth missing
Odisha youth missing

ନୂଆଦିଲ୍ଲୀ: ୟୁଏଇରୁ ଦିଲ୍ଲୀ ଆସୁଥିବା ବିମାନରୁ ନିଖୋଜ ହୋଇଗଲେ ଓଡ଼ିଆ ଯୁବକ । ଗତ ଦୁଇ ମାସ ହେଲା ସେ ନିଖୋଜ ଥିବା ସୂଚନା ମିଳିଛି । ନିଖୋଜ ଯୁବକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର ରଞ୍ଜନ ସ୍ବାଇଁ । ସେ ଓଡ଼ିଶାରେ ନିଜ ପରିବାର ଛାଡ଼ି ୟୁଏଇରେ ଚାକିରି କରିଥିଲେ।

ପରିବାର ଲୋକଙ୍କ ଅଭିଯୋଗ କରିଛନ୍ତି ଯେ, ରଞ୍ଜନ ଗତ ତିନି ବର୍ଷ ହେବ ଏମିରେଟ୍ସ ଇଣ୍ଟରନ୍ୟାସନାଲ ଫେସିଲିଟିଜ୍‌ ମ୍ୟାନେଜମେଣ୍ଟରେ ଚାକିରି କରିଆସୁଥିଲେ । ଅଗଷ୍ଟ 18 ତାରିଖରେ ସେ ଭାରତ ଫେରିବାର ଥିଲା । ଏଥିପାଇଁ ସେ ବିମାନ ଟିକେଟ କରିବା ସହ ପରିବାର ଲୋକଙ୍କୁ ମଧ୍ୟ ଅବଗତ କରାଇଥିଲେ । ଶେଷଥର ପାଇଁ ସେ ତାଙ୍କ ଉଉଣୀଙ୍କ ସହ କଥା ହୋଇଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜଖବର ମିଳିନାହିଁ । ପୁଅ ନିଖୋଜ ହେବାରୁ 3ରୁ 4 ଦିନ ପରେ ରଞ୍ଜନଙ୍କ ପରିବାର ଲୋକେ କମ୍ପାନୀ ମ୍ୟାନେଜମେଣ୍ଟ ସହିତ ଯୋଗାଯୋଗ କରିଥିଲେ । ବନ୍ଧୁ ଫହିମ ଅହମ୍ମଦଙ୍କ ସହିତ ଭିସ୍ତାରା ବିମାନରେ ରଞ୍ଜନ ଭାରତ ଫେରିବା ପାଇଁ ସ୍ଥିର କରିଥିବା କମ୍ପାନୀ କର୍ତ୍ତୃପକ୍ଷ କହିଥିଲେ ।

ସେ ଅଗଷ୍ଟ 18ତାରିଖରେ ୟୁଏଇ ଛାଡ଼ି ଭାରତ ଯାତ୍ରା କରିଥିବା ଏନ୍‌ଜିଓ ସଂସ୍ଥା ଗ୍ଲୋବାଲ ଓଡ଼ିଆ ସ୍ବେଚ୍ଛାସେବୀଙ୍କ ସହାୟତାରେ ୟୁଏଇ ସରକାର ନିଶ୍ଚିତ କରିଛନ୍ତି । ରଞ୍ଜନ ପରିବାରର ଏକ ମାତ୍ର ରୋଜଗାରିଆ ପୁଅ ଥିଲେ। ସେ ନିଖୋଜ ହେବା ପରେ ପରିବାରରେ ଆର୍ଥିକ ସମସ୍ୟା ଉପୁଜିଛି । ଗତ 2 ମାସ ହେଲା ନିଖୋଜ ଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜଖବର ମିଳିପାରି ନାହିଁ ।

ଏହା ମଧ୍ୟ ପଢନ୍ତୁ-ଚେନ୍ନାଇ ରେଳ ଷ୍ଟେସନରୁ ଶିଶୁକୁ ଅପହରଣ, 3 ଘଣ୍ଟା ମଧ୍ୟରେ ଉଦ୍ଧାର କଲା ରେଲଓ୍ବେ ପୋଲିସ

ରଞ୍ଜନଙ୍କୁ ଅପହରଣ କରାଯାଇଥିବା ବେଳେ ତାଙ୍କ ଜୀବନ ପ୍ରତି ବିପଦ ଥିବା ପରିବାର ଲୋକେ ଆଶଙ୍କା କରୁଛନ୍ତି । ଦିଲ୍ଲୀ ତଥା ଏହାର ଆଖପାଖ ଅଞ୍ଚଳରେ ରଞ୍ଜନଙ୍କୁ ଅପହରଣ କରାଯାଇଥିବା ପରିବାର ଲୋକେ ସନ୍ଦେହ କରୁଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି ।

ନିଖୋଜ ହେବାର କିଛି ଦିନ ପର୍ଯ୍ୟନ୍ତ ରଞ୍ଜନଙ୍କୁ ଖୋଜାଖୋଜି କରିଥିଲେ ପରିବାର ଲୋକେ । କିନ୍ତୁ କୌଣସି ପତ୍ତା ନମିଳିବାରୁ ସେମାନେ ଥାନାରେ ଅଭିଯୋଗ କରିଥିଲେ । ମାମଲାର ଯାଞ୍ଚ ପାଇଁ ଓଡିଶା ପୋଲିସକୁ ଦିଲ୍ଲୀ ଯିବାକୁ କହିଥିଲେ । ଓଡ଼ିଶା ପୋଲିସ ଦିଲ୍ଲୀ ଯାଇ ଆଇଜିଆଇ ଏୟାରପୋର୍ଟ ପୋଲିସ ସହାୟତାରେ କିଛି ତଥ୍ୟ ସଂଗ୍ରହ କରିଥିଲା । ଏହାପରେ ସେଠାରେ ଅକ୍ଟୋବର 15ରେ ଏକ ମାମଲା ରୁଜୁ କରାଯାଇଥିଲା ।

ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଆଇଜିଆଇ ବିମାନବନ୍ଦର ପୋଲିସ ଷ୍ଟେସନରେ ଧାରା 365 (ଅପହରଣ) ଅନୁଯାୟୀ ଏକ ଏଫଆଇଆର ପଞ୍ଜୀକୃତ ହୋଇଛି, ଏନେଇ ଅଧିକ ତଦନ୍ତ ଜାରି ରହିଛି ।

Last Updated : Oct 17, 2023, 12:27 PM IST

ABOUT THE AUTHOR

...view details