ଓଡିଶା

odisha

ETV Bharat / bharat

ଝାଡଖଣ୍ଡରେ ଓଡିଶା ଯୁବକଙ୍କୁ ହତ୍ୟା, ଖଣ୍ଡ ଖଣ୍ଡ କରି ଫୋପାଡି ଦେଲେ ଦମ୍ପତି

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ଡମ୍ବରୁଧରଙ୍କୁ ଝାଡଖଣ୍ଡରେ ହତ୍ୟା । ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

By

Published : Apr 24, 2023, 2:14 PM IST

Updated : Apr 24, 2023, 2:58 PM IST

Jamshedpur Crime News
Jamshedpur Crime News

ରାଞ୍ଚି:ଝାଡଖଣ୍ଡରେ ଓଡିଶା ଯୁବକଙ୍କୁ ବୀଭତ୍ସ ହତ୍ୟା । ହତ୍ୟା ପରେ ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ଖଣ୍ଡ ଖଣ୍ଡ କରି ଦେଲେ ଅଭିଯୁକ୍ତ । ଶରୀର ଖଣ୍ଡକୁ ବ୍ୟାଗରେ ଭର୍ତ୍ତି କରି ବିଭିନ୍ନ ସ୍ଥାନରେ ଫୋପାଡି ଦେଲେ ଦମ୍ପତି । ଥାନାରେ ଅଭିଯୋଗ ପରେ ଝାଡଖଣ୍ଡ ଜାମସେଦପୁରର ଦମ୍ପତିଙ୍କୁ ଗିରଫ କରିଛି ପୋଲିସ । ମୃତକ ଜଣଙ୍କ ହେଉଛନ୍ତି ରାଇରଙ୍ଗପୁର ଓ୍ବାର୍ଡ ନମ୍ବର 7ର ଡମ୍ବରୁଧର ମହାନ୍ତି । ଗତ 13 ତାରିଖରୁ ସେ ନିଖୋଜ ଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ତେବେ କେଉଁ କାରଣରୁ ଡମ୍ବରଙ୍କୁ ହତ୍ୟା କରାଗଲା ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି କମଳାକାନ୍ତ ସାଗର ଓ ତାଙ୍କ ସ୍ତ୍ରୀ ଖୁସବୁ ସାଗର ।

ଗତ 13 ତାରିଖରୁ ନିଖୋଜ ଥିଲେ ଡମ୍ବରୁଧର:ପୋଲିସ ସୂଚନା ନୁଯାୟୀ, ଗତ 13 ତାରିଖରେ ନିଖୋଜ ଥିଲେ ଡମ୍ବରୁଧର । ଏନେଇ ତାଙ୍କ ସ୍ତ୍ରୀ ଇନୁଶ୍ରୀ ମହାନ୍ତି ରାଇରଙ୍ଗପୁର ପୋଲିସ ଷ୍ଟେସନରେ ନିଖୋଜ ଅଭିଯୋଗ କରିଥିଲେ । ଏହା ପରେ ରାଇରଙ୍ଗପୁରର ଆଇଆଇସି ସ୍ୱର୍ଣ୍ଣଲତା ମିଞ୍ଜିଙ୍କ ନେତୃତ୍ୱରେ ଏକ ଦଳ ଗଠନ କରାଯାଇଥିଲା । ଏହାପରେ ପୋଲିସ ଜାଣିବାକୁ ପାଇଥିଲା ଯେ ଡମ୍ବରୁଧର ଜାମସେଦପୁର ସୋନାରିରେ ରହୁଥିବା ଖୁସବୁ ସାଗରଙ୍କ ଘରକୁ ଅନେକ ସମୟରେ ଯାଆସ କରିଥାନ୍ତି । ତାଙ୍କ ସହ ଡମ୍ବରୁଧରଙ୍କର ଅନୈତିକ ସମ୍ପର୍କ ମଧ୍ୟ ରହିଥିଲା । ଏହାପରେ ପୋଲିସ ଦ୍ୱାରା ଗଠିତ ଏହି ଟିମ୍ ଜାମସେଦପୁରର ସୋନାରି ପୋଲିସ ସହାୟତାରେ ଉଭୟ ଅଭିଯୁକ୍ତ କମଳାକାନ୍ତ ସାଗର ଓ ତାଙ୍କ ସ୍ତ୍ରୀ ଖୁସବୁ ସାଗରଙ୍କୁ ଗିରଫ କରିଥିଲା । ଉଭୟଙ୍କୁ ପଚରାଉଚରା ପରେ ସେ ଡମ୍ବରୁଧରଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି ।

ଡମ୍ବରୁଧରଙ୍କୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ଫୋପାଡିଥିଲେ ଅଭିଯୁକ୍ତ: ଅଭିଯୁକ୍ତ ସ୍ବାମୀ ସ୍ତ୍ରୀଙ୍କୁ ହତ୍ୟାକାଣ୍ଡ ବିଷୟରେ ପୋଲିସ ପଚରାଉଚରା କରିଥିଲା । ଉଭୟ ପୋଲିସକୁ କହିଥିଲେ ଯେ, ଡମ୍ବରୁଧରଙ୍କୁ ହତ୍ୟା ପରେ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରିଦେଇଥିଲେ। ଏହାପରେ ଶରୀର ଖଣ୍ଡକୁ 3ଟି ବ୍ୟାଗରେ ଭର୍ତ୍ତି କରି ଥନଥନ ଘାଟି, ଜମ୍ବାନି ଏବଂ କମଲପୁର ବୋଡମ ପୋଲିସ ଷ୍ଟେସନ ଟାଟା ରାଞ୍ଚି ରୋଡ ରାସ୍ତାରେ ଫୋପାଡି ଦେଇଥିଲେ । ଦମ୍ପତିଙ୍କୁ ଗିରଫ ପରେ ପୋଲିସ ଦୁଇଟି ସ୍ଥାନରୁ ବ୍ୟାଗ ଜବତ କରିଛି ।

ଅଭିଯୁକ୍ତ ଦମ୍ପତିଙ୍କ କହିବା ଅନୁଯାୟୀ, ଜାମବାନିରୁ ମିଳିଥିବା ବ୍ୟାଗରେ ମୃତକଙ୍କ ମୁଣ୍ଡ ରହିଛି ଓ ରାଞ୍ଚି ରୋଡରେ ମିଳିଥିବା ବ୍ୟାଗରେ ଯୁବକଙ୍କର ଗୋଡ ରହିଛି । ଓଡିଶା ଫରେନସିକ୍ ବିଭାଗ ଘଟଣାସ୍ଥଳରେ ପହଞ୍ଚିବା ପରେ ବ୍ୟାଗରୁ ଶରୀର ଖଣ୍ଡକୁ ବାହାର କରାଯିବ। ସେ ବୃତ୍ତି ଅନୁଯାୟୀ ଅଟୋ ଡ୍ରାଇଭର ଥିଲେ । ତେବେ କେଉଁ କାରଣରୁ ତାଙ୍କୁ ହତ୍ୟା କରାଗଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ଅନୈତିକ ସମ୍ପର୍କରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

Last Updated : Apr 24, 2023, 2:58 PM IST

ABOUT THE AUTHOR

...view details