ଅଗରତାଲା:ଆସାମ-ତ୍ରିପୁରା ସୀମାନ୍ତ କରିମଗଞ୍ଜ ଜିଲ୍ଲାରେ ଆସାମ ପୋଲିସ ଦ୍ବାରା ଗିରଫ ହୋଇଥିବା ଦୁଇ ମହିଳା ସାମ୍ବାଦିକଙ୍କ ମଧ୍ୟରୁ ଜଣେ ଓଡିଆ ଥିବା ସୂଚନା । ଗିରଫ ସାମ୍ବାଦିକା ସମୃଦ୍ଧି ଶାକୁନିଆ ଓଡିଶାର ଝାରସୁଗୁଡା ଜିଲ୍ଲାର ବୋଲି ତ୍ରିପୁରା ପୋଲିସ ସୂଚନା ଦେଇଛି । ଅନ୍ୟ ସାମ୍ବାଦିକା ଦିଲ୍ଲୀର ରୋହିଣୀ ନିବାସୀ ସ୍ବର୍ଣ୍ଣ ଝା ବୋଲି ଜଣାପଡିଛି ।
ଉଭୟ ମହିଳା ସାମ୍ବାଦିକା ଦିଲ୍ଲୀସ୍ଥିତ HW ନ୍ୟୁଜ୍ ନେଟୱାର୍କ ସହିତ କାମ କରୁଥିବାବେଳେ, ତ୍ରିପୁରାରେ ସାମ୍ପ୍ରଦାୟିକ ହିଂସାକୁ ରିପୋର୍ଟିଂ କରିବାକୁ ଅଗରତାଲା ଯାଇଥିଲେ । ତେବେ ସାଂପ୍ରଦାୟିକ ବିଦ୍ବେଷ ସୃଷ୍ଟିକାରୀ ଖବର ପ୍ରସାରଣ ଅଭିଯୋଗରେ ପୋଲିସ ପ୍ରଥମେ ଅଟକ ରଖିଥିଲା ବେଳେ ଆଜି ଗିରଫ କରିଥିଲା । ପରେ ଉଭୟଙ୍କୁ ସ୍ଥାନୀୟ କୋର୍ଟରୁ ଜାମିନ ମିଳିଥିବା ସୂଚନା ରହିଛି ।
ଅପରାଧ ଷଡଯନ୍ତ୍ର, ଧର୍ମ, ଜାତି, ଜନ୍ମସ୍ଥାନ, ବାସସ୍ଥାନ, ଭାଷା ଇତ୍ୟାଦି ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ଓ ବିବାଦକୁ ପ୍ରୋତ୍ସାହିତ କରିବା ଏବଂ ଶାନ୍ତି ଉଲ୍ଲଂଘନ କରିବା ପରି ରିପୋର୍ଟିଂ କରିବା ଅଭିଯୋଗରେ ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ଉଭୟଙ୍କୁ ପ୍ରଥମେ ଅଟକ ଓ ପରେ ଗିରଫ କରାଯାଇଥିବା ସ୍ଥାନୀୟ ପୋଲିସ କହିଛି ।