ଓଡିଶା

odisha

ETV Bharat / bharat

ଲକ୍ଷ୍ନୌରେ ଓଡ଼ିଆ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, କାରରୁ ମିଳିଲା ମୃତଦେହ - ଲକ୍ଷ୍ନୌରେ ଓଡିଆ ମହିଳାଙ୍କ ହତ୍ୟା

ଲକ୍ଷ୍ନୌରେ ଓଡ଼ିଆ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ଶୂନଶାନ ଅଞ୍ଚଳରେ ଏକ କାରରୁ ମିଳିଲା ମୃତଦେହ । ଅଧିକ ପଢନ୍ତୁ

ଲକ୍ଷ୍ନୌରେ ଓଡ଼ିଆ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ
ଲକ୍ଷ୍ନୌରେ ଓଡ଼ିଆ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

By

Published : Aug 11, 2023, 9:48 AM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଜଣେ ଓଡ଼ିଆ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ଶୂନଶାନ ଅଞ୍ଚଳରେ ଏକ କାର୍ ଭିତରୁ ମହିଳାଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାମ ସୁସ୍ମିତା ରାଉତ ଏବଂ ସପ୍ତାହେ ପୂର୍ବରୁ ସେ ଲକ୍ଷ୍ନୌ ଆସିଥିଲେ । କାରର ପଛ ସିଟ୍‌ରେ ତାଙ୍କର ମୃତଦେହ ପଡିଥିବା ବେଳେ ମୁହଁରୁ ଫେଣ ବାହାରୁଥିବା ଦେଖିବାକୁ ମିଳିଛି । ଏହାସହିତ ଗାଡି ଭିତରୁ ଦୁଇଟି ମୋବାଇଲ ଫୋନ ମିଳିଛି ଯେଉଁଥିରୁ ସେ ଓଡ଼ିଶାର ବୋଲି ଜଣାପଡିଛି । ହେଲେ ତାଙ୍କୁ କେହି ହତ୍ୟା କରିଛି ନା ଏହା ପଛରେ ଆଉ କିଛି କାରଣ ଅଛି ତାହା ଏ ଯାଏଁ ଜଣାପଡିନି । ପୋଲିସ ମୃତଦେହ ଉଦ୍ଧାର କରି ଛାନଭିନ୍ ଆରମ୍ଭ କରିଛି ।

ସୂଚନା ମୁତାବକ, ଲକ୍ଷ୍ନୌର ପିଜିଆଇ ଥାନା ଅନ୍ତର୍ଗତ ବୃନ୍ଦାବନ ସେକ୍ଟର ୧୯ ଅଞ୍ଚଳରୁ ସସ୍ମିତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗୁରୁବାର ସନ୍ଧ୍ୟାରେ କିଛି ପିଲା ସେଠାରେ ଖେଳୁଥିଲେ । ଏହି ସମୟରେ ଶୂନଶାନ ଅଞ୍ଚଳରେ ଛିଡା ହୋଇଥିବା ଏକ କାର୍ ଉପରେ ପିଲାଙ୍କ ନଜର ପଡିଥିଲା । ଗାଡି ପାଖକୁ ଯାଇ ଦେଖିବାରୁ ପଛ ସିଟରେ ଜଣେ ମହିଳା ଶୋଇଥିବା ଏବଂ ତାଙ୍କ ମୁହଁରୁ ଫେଣ ବାହାରୁଥିବା ଦେଖାଯାଇଥିଲା । ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଥିଲା ।

ଏହାମଧ୍ୟ ପଢନ୍ତୁ: ହାଇଦ୍ରାବାଦ IITରେ ଜୀବନ ହାରିଲେ ଓଡ଼ିଆ ଛାତ୍ରୀ

ପୋଲିସ କହିବା ଅନୁସାରେ, ମୃତଦେହ କାରରୁ ମିଳିଛି । କାରଟି ଦିଲ୍ଲୀର ଓ କାନପୁର ନିବାସୀ ରବିନ୍ଦ୍ର କୁମାର ସିଂଙ୍କ ନାମରେ ରେଜିଷ୍ଟର ଅଛି । ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ମୃତକଙ୍କ ମୁହଁରୁ ଫେଣ ବାହାରୁଥିବାରୁ ତାଙ୍କୁ ଅତ୍ୟଧିକ ଡ୍ରଗ୍ସ ଦିଆଯାଇଥିବା ସନ୍ଦେହ କରାଯାଉଛି । ସେହିପରି କାର୍‌ରୁ ମିଳିଥିବା ଦୁଇଟି ଫୋନ ଭିତରୁ ଗୋଟିଏ ମହିଳାଙ୍କ ଏବଂ ଅନ୍ୟ ଆଇଫୋନଟି କାର୍ ମାଲିକଙ୍କ ବୋଲି ସନ୍ଦେହ କରାଯାଉଛି । ମହିଳାଙ୍କ ଫୋନରୁ ତାଙ୍କ ପରିବାର ଲୋକଙ୍କୁ ସମ୍ପର୍କ କରାଯାଇ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି

ମୃତ ମହିଳାଙ୍କ ସମ୍ପର୍କୀୟଙ୍କ କହିବା ଅନୁସାରେ, ସୁସ୍ମିତା ସପ୍ତାହେ ପୂର୍ବରୁ ଲକ୍ଷ୍ନୌ ଯାଇଥିଲେ । ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ଏ ଯାଏଁ ସ୍ପଷ୍ଟ ହୋଇନି । ପୋଲିସ ଆଇଫୋନ ଓ କାର୍ ଆଧାରରେ ମାଲିକଙ୍କୁ ଖୋଜାଖୋଜି କରୁଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details