ଓଡିଶା

odisha

By

Published : Jun 5, 2023, 7:38 AM IST

Updated : Jun 5, 2023, 8:40 AM IST

ETV Bharat / bharat

Odisha Train Accident: ଦୁର୍ଘଟଣାର ତିନି ମାସ ପୂର୍ବରୁ ସିଗନାଲ୍ ସିଷ୍ଟମରେ ତ୍ରୁଟି ଥିବା ଦର୍ଶାଯାଇଥିଲା

ଟ୍ରେନ୍‌ ଦୁର୍ଘଟଣାର 3 ମାସ ପୂର୍ବରୁ ସିଗ୍ନାଲ ସିଷ୍ଟମରେ ରହିଥିଲା ତ୍ରୁଟି । ଅବଗତ କରାଇଥିଲେ ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ:ବାଲେଶ୍ବର ଟ୍ରେନ ଦୁର୍ଘଟଣା ଘଟଣା। ଇଲେକ୍ଟ୍ରୋନିକ ଇଣ୍ଟରଲକିଂରେ ପରିବର୍ତ୍ତନ ଯୋଗୁଁ ଟ୍ରେନ ଦୁର୍ଘଟଣା ହୋଇଥିବା କହିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ତେବେ ଦୁର୍ଘଟଣା ଘଟିବାର ତିନି ମାସ ପୂର୍ବରୁ ସିଷ୍ଟମରେ ଗୁରୁତର ତ୍ରୁଟି ଥିବା ଅବଗତ କରାଇଥିଲେ ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ ।

ଦକ୍ଷିଣ ପଶ୍ଚିମ ରେଲୱେ ଜୋନର ମୁଖ୍ୟ କାର୍ଯ୍ୟନିର୍ବାହୀ ପରିଚାଳକ ଫେବୃଆରୀ 9ରେ ଏକ ଚିଠିରେ "ସିଷ୍ଟମରେ ଗୁରୁତର ତ୍ରୁଟି" ବିଷୟରେ ଉଲ୍ଲେଖ କରି ଚିନ୍ତା ପ୍ରକଟ କରିଥିଲେ । ଯେଉଁଥିରେ ଅଧିକାରୀ ଜଣକ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ସିଗ୍ନାଲ ଫେଲ୍‌ ଉପରେ ଉଲ୍ଲେଖ କରିଥିଲେ । ସେତେବେଳେ ଲୋକପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବିପଦ ଟଳିଯାଇଥିଲା ବୋଲି କୁହାଯାଇଛି ।

ଚିଠିରେ ବରିଷ୍ଠ ଅଧିକାରୀ ଜଣଙ୍କ ଲେଖିଥିଲେ ଯେ, ଗତ ଫେବୃଆରା 8 ତାରିଖରେ ସନ୍ଧ୍ୟା 5ଟା 45 ମିନିଟରେ ଏକ ଗୁରୁତର ଘଟଣା ଘଟିଥିଲା । ଯେଉଁଥିରେ ଟ୍ରେନ୍‌ ନମ୍ବର 12649 ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ରୋଡ 1ରେ ଯାତ୍ରା ଆରମ୍ଭ କରିଥିଲା । ପଏଣ୍ଟ ନଂ 65 A ପୂର୍ବରୁ ଟ୍ରେନ୍‌କୁ ଅଟକାଇ ଦେଇଥିଲେ ଲୋକପାଇଲଟ । କାହିଁକିନା ଟ୍ରେନ୍‌କୁ ଭୁଲ ଲାଇଲରେ ଡାଇର୍ଭଟ କରାଯାଇଥିଲା । ଏହା ଜାଣିପାରି ଲୋକପାଇଲଟ ଟ୍ରେନ୍‌କୁ ଅଟକାଇ ଦେଇଥିଲେ ।

ଏହି ଘଟଣାରେ ଚିନ୍ତା ପ୍ରକାଶ କରି ସେ କହିଥିଲେ ଯେ, ସିଗ୍ନାଲ ସିଷ୍ଟମରେ ଗୁରୁତର ତ୍ରୁଟି ରହିଥିବା ସ୍ପଷ୍ଟ ବାରି ହୋଇ ପଡୁଛି । ଏହି ଘଟଣାରେ ଇଣ୍ଟରଲକିଂରେ ପରିବର୍ତ୍ତନ ସାମ୍ନାକୁ ଆସିଥିଲା । ଏହାପରେ ଦକ୍ଷିଣ ପଶ୍ଚିମ ରେଳବାଇ ଅଞ୍ଚଳରେ ରେଳ ଷ୍ଟେସନର ସିଗନାଲ୍ ସିଷ୍ଟମରେ ଥିବା ତ୍ରୁଟି ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏବଂ ତୁରନ୍ତ ତ୍ରୁଟିକୁ ସୁଧାରିବାରେ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।

ବାଲେଶ୍ବର ରେଳ ଦୁର୍ଘଟଣାର କାରଣ ରେଳମନ୍ତ୍ରୀ କହିବା ପରେ ଏହି ପୁରୁଣା ଚିଠିକୁ ଟ୍ବିଟ୍‌ କରି କଂଗ୍ରେସ ନେତା କେ.ସି ଭେନୁଗୋପାଲ ଲେଖିଛନ୍ତି, "ବାଲେଶ୍ବର ଟ୍ରେନ୍‌ ଦୁର୍ଘଟଣା ହେଉଛି ମନୁଷ୍ୟକୃତ । ଯାହା କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ଅକ୍ଷମତା ଏବଂ ଭୁଲ କାରଣରୁ କାରଣରୁ ହୋଇଛି । ଏହି ଘଟଣାରେ ରେଳ ମନ୍ତ୍ରୀଙ୍କ ଇସ୍ତଫା ଦେବା ଜରୁରୀ ଅଟେ। ମୋଦୀ ସରକାର ଆବଶ୍ୟକ ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ ନେବାରେ ବିଫଳ ହୋଇଥିବାରୁ ଏହା ଘଟିଛି।"

ଟ୍ରାକ୍‌ ଏବଂ ସିଗ୍ନାଲରେ ସମସ୍ୟା ନେଇ ପୂର୍ବରୁ ହୋଇଥିବା ଅନେକ ଚେତାବନୀକୁ ଅଣଦେଖା କରାଯାଇଛି ​। ଦକ୍ଷିଣ ପଶ୍ଚିମ ରେଳବାଇ 9 ଫେବୃଆରୀ 2023 ରେ ସିଗ୍ନାଲରେ ଉନ୍ନତି ଆଣିବା ଆବଶ୍ୟକତାକୁ ସୂଚାଇଥିବା ଚେତାବନୀକୁ ଅଣଦେଖା କରାଯାଇଥିଲା । ଏହି ଘଟଣାର ଉତ୍ତରଦାୟୀ କିଏ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା କେ.ସି ଭେନୁଗୋପାଲ ।

Last Updated : Jun 5, 2023, 8:40 AM IST

ABOUT THE AUTHOR

...view details