ଓଡିଶା

odisha

ETV Bharat / bharat

Odisha Train Tragedy: ବ୍ରିଟେନ ରାଜ ପରିବାରର ଶୋକ - condolence message from rishi sunak

ବାଲେଶ୍ବରରେ ହୋଇଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ବ୍ରିଟେନ ରାଜ ପରିବାର ତରଫରୁ ଶୋକ ପ୍ରକାଶ କରାଯାଇଛି । ଏନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ବାର୍ତ୍ତା ପଠାଇଛନ୍ତି ବ୍ରିଟେନ ରାଜା। ଅଧିକ ପଢନ୍ତୁ

ବ୍ରିଟେନ ରାଜ ପରିବାରର ଶୋକ
ବ୍ରିଟେନ ରାଜ ପରିବାରର ଶୋକ

By

Published : Jun 6, 2023, 6:32 AM IST

ନୂଆଦିଲ୍ଲୀ:ବାହାନଗା ଟ୍ରେନ ଟ୍ରାଜେଡିରେ ବ୍ରିଟେନ ରାଜ ପରିବାର ତରଫରୁ ଶୋକ ପ୍ରକାଶ କରାଯାଇଛି । ଶୁକ୍ରବାର ବାଲେଶ୍ବରରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ଖବର ବିଷୟରେ ଜାଣି ଅତ୍ୟନ୍ତ ମର୍ମାହତ ଥିବା କହିଛନ୍ତି ବର୍ତ୍ତମାନର ବ୍ରିଟେନ ରାଜା ଚାଲର୍ସ III । ଏନେଇ ସେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ବାର୍ତ୍ତା ପଠାଇଛନ୍ତି । କେବଳ ରାଜା ନୁହଁନ୍ତି, ବ୍ରିଟେନ ରାଣୀ କୁଇନ କ୍ୟାମିଲା ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଏପରି ବଡ଼ ଧରଣର ଟ୍ରେନ ଦୁର୍ଘଟଣା ତାଙ୍କୁ ବ୍ୟଥିତ କରିଥିବା ସେ କହିଛନ୍ତି ।

ଭାରତ ପ୍ରତି ତାଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ରହିଥିବା ଜଣାଇଛନ୍ତି ବ୍ରିଟେନ ରାଣୀ । 43 ବର୍ଷ ପୂର୍ବେ ଭାରତ ଗସ୍ତରେ ଆସି ସାଉଁଟିଥିବା ଅନୁଭୂତିକୁ ସେ ଏଯାଏଁ ଭୁଲି ପାରିନଥିବା ପ୍ରକାଶ କରିଛନ୍ତି । ସେହିପରି ଭାରତର ଆତିଥେୟତା ତାଙ୍କର ସବୁଦିନ ପାଇଁ ମନେ ରହିବ ବୋଲି କହିଛନ୍ତି । ଏହାସହ ଭାରତୀୟଙ୍କ ହୃଦୟ ଖୁବ ସୁନ୍ଦର କହି ଦେଶବାସୀଙ୍କ ପ୍ରଶଂସା କରିଛନ୍ତି ବ୍ରିଟେନ ରାଜା । ଖାଲି ସେତିକି ନୁହେଁ, 1980 ମସିହାରେ ସେ ଓଡ଼ିଶା ଗସ୍ତରେ ଆସିଥିବା କଥାକୁ ମଧ୍ୟ ସ୍ମରଣ କରିଛନ୍ତି। ଆଜି ସେହି ଓଡିଶାରେ ଏତେ ବଡ ଦୁର୍ଘଟଣା ତାଙ୍କୁ ଆଘାଚ ଦେଇଥିବା କହିଛନ୍ତି ଉଭୟ ରାଜ ଦମ୍ପତି।

ସେହିପରି ୟୁକେ ସରକାରଙ୍କ ପକ୍ଷରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ମଧ୍ୟ ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଆବଶ୍ୟକସ୍ଥଳେ ଭାରତକୁ ଯଥା ସମ୍ଭବ ସାହାଯ୍ୟ କରିବା ନେଇ ପ୍ରତିଶୃତି ଦେଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ। ଏହା ବ୍ୟତୀତ ପୂର୍ବରୁ ମଧ୍ୟ ଆମେରିକାରୁ ଆରମ୍ଭ କରି ଅନେକ ଦେଶମାନଙ୍କ ପକ୍ଷରୁ ଶୋକ ପ୍ରକାଶ କରାଯାଇଥିବା ଖବର ଆସିଛି । ଏପରିକି ପାକିସ୍ତାନ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଟ୍ରେନ ଟ୍ରାଜେଡିରେ ଗଭୀର ଭାବେ ମର୍ମାହତ ହୋଇଥିବା ପ୍ରକାଶ କରିଥିଲେ।

ତେବେ ବାହାନଗାର ଟ୍ରିପଲ ଟ୍ରେନ୍‌ ଟ୍ରାଜେଡିରେ ବର୍ତ୍ତମାନ ସ୍ଥିତି ଗମ୍ଭୀର ରହିଛି । ଅନେକ ଶବ ଏଯାଏଁ ଚିହ୍ନଟ ହୋଇପାରିନଥିବାବେଳେ ସମ୍ପର୍କୀୟଙ୍କୁ ହରାଇ ସବୁଠି ଶୋକାକୂଳ ପରିବେଶ । ଅପରପକ୍ଷେ ଆହତମାନଙ୍କ ଚିକିତ୍ସା ଜାରି ରହିଥିବାବେଳେ ଆଉ କେତେକ ଲୋକେ ଏବେ କରମଣ୍ଡଳ ଏକ୍ସପ୍ରେସରେ ଯାତ୍ରା କରିଥିବା ନିଜ ସମ୍ପର୍କୀୟଙ୍କ ମୃତଦେହ ଖୋଜି ବୁଲୁଛନ୍ତି । ଏଭଳି ଘଟଣା ସମସ୍ତଙ୍କୁ ବ୍ୟଥିତ କରିଥିବାବେଳେ ବିଭିନ୍ନ ରାଜ୍ୟରୁ ଆରମ୍ଭ କରି ଦେଶ ତଥା ବିଦେଶରୁ ସମବେଦନାର ବାର୍ତ୍ତା ଆସି ପହଞ୍ଚୁଥିବା ଦେଖିବାକୁ ମିଳିଛି ।

ABOUT THE AUTHOR

...view details