ଓଡିଶା

odisha

ETV Bharat / bharat

Train Tragedy: ସାର୍ବଜନୀନ ହେବନି ନିରାପତ୍ତା କମିଶନ ରିପୋର୍ଟ - ସିଆରଏସ ରିପୋର୍ଟ ନେଇ ରେଲୱର ସୂଚନା

ବାଲେଶ୍ବର ଟ୍ରେନ ଦୁର୍ଘଟଣା । ନିରାପତ୍ତା କମିଶନର ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିବ ନାହିଁ ରେଲୱେ । ଅଧିକ ପଢନ୍ତୁ

ସାର୍ବଜନୀନ ହେବନି ନିରାପତ୍ତା କମିଶନ ରିପୋର୍ଟ
ସାର୍ବଜନୀନ ହେବନି ନିରାପତ୍ତା କମିଶନ ରିପୋର୍ଟ

By

Published : Jul 1, 2023, 12:14 PM IST

ନୂଆଦିଲ୍ଲୀ: ବାଲେଶ୍ବର ଟ୍ରେନ ଦୁର୍ଘଟଣାରେ ନିରାପତ୍ତା କମିଶନ(CRS) ରେଲୱେ ବୋର୍ଡ ନିକଟରେ ନିଜର ତଦନ୍ତ ରିପୋର୍ଟ ଦାଖଲ କରିଛି । କିନ୍ତୁ ସିଆରଏସ ରିପୋର୍ଟକୁ ସାର୍ବଜନୀନ କରିବ ନାହିଁ ବୋଲି ମନା କରିଛି ଭାରତୀୟ ରେଲୱେ । ସିବିଆଇ ତଦନ୍ତ ଜାରି ରହିଥିବାରୁ ଏହା ପ୍ରଭାବିତ ନହେବା ପାଇଁ ରେଲୱେ ସିଆରଏସ ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ ନକରିବାକୁ ନିଷ୍ପତ୍ତି ନେଇଛି । ତେବେ ଏନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ । ରେଲୱେ ନିରାପତ୍ତା କମିଶନର କେତେକ ବିଶ୍ବସ୍ତ ସୂତ୍ରରୁ ଏହି ଖବର ଆସିଛି ।

ସିଆରଏସ ରିପୋର୍ଟରେ ମାନବୀୟ ତ୍ରୁଟି ଯୋଗୁଁ ଟ୍ରେନ ଦୁର୍ଘଟଣା ଘଟିଥିବା ନେଇ ଉଲ୍ଲେଖ ଥିବା କୁହାଯାଉଛି । ସିଗନାଲିଂ, ଟେଲିକମ ଏବଂ ଟ୍ରାଫିକ ଆଦି ବିଭାଗରେ କାର୍ଯ୍ୟରତ ଅଧିକାରୀଙ୍କ ଅବହେଳା ଯୋଗୁଁ ଅଘଟଣ ଘଟିଛି । ଟ୍ରେନ ଚଳାଚଳ ପାଇଁ ଉର୍ଦ୍ଦିଷ୍ଟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟା ପାଳନ କରିବାରୁ ଅଧିକାରୀମାନେ ବିଫଳ ହୋଇଛନ୍ତି ବୋଲି ରିପୋର୍ଟରେ ଲେଖାଥିବା ରେଲୱେ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: Odisha Train Tragedy: ବିଦା ହେଲା ଦକ୍ଷିଣ-ପୂର୍ବ ରେଲୱେ ମହାପ୍ରବନ୍ଧକ

ରେଲୱେର ଜଣେ ବରିଷ୍ଠ ଅଧିକାରୀ PTIକୁ କହିଛନ୍ତି ଯେ, ସିବିଆଇ ତଦନ୍ତ ଜାରି ରହିଥିବାରୁ ଆମେ ସିଆରଏସ (Commission of Railway Safety)ର ତଦନ୍ତ ରିପୋର୍ଟ ସାର୍ବଜନୀନ କରିବୁ ନାହିଁ । ଉଭୟ ସିଆରଏ ଓ ସିବିଆଇର ତଦନ୍ତ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଏହି ଦୁର୍ଘଟଣାର ତଦନ୍ତ କରୁଥିବା ଦକ୍ଷିଣ-ପୂର୍ବ ସର୍କଲ ସିଆରଏସ ଏମ୍ ଚୌଧୁରୀ ଗତ ଗୁରୁବାର ଦିନ ରେଲୱେ ବୋର୍ଡରେ ନିଜର ରିପୋର୍ଟ ଦାଖଲ କରିଥିଲେ । ଶୁକ୍ରବାର ବୋର୍ଡ ଅଧିକାରୀ ରିପୋର୍ଟ ପଢିନଥିବା କହି ଏ ସମ୍ପର୍କରେ କିଛି କହିବାକୁ ମନା କରିଦେଇଥିଲେ ।

ଏହାମଧ୍ୟ ପଢନ୍ତୁ: ସରୁନି ବାହାନଗା ଦୁଃଖ: ପୁଅକୁ ଧରି ସ୍ବାମୀଙ୍କୁ ଖୋଜୁଛନ୍ତି ପଶ୍ଚିମବଙ୍ଗ ମହିଳା

ପ୍ରକାଶ ଥାଉକି, ଗତ ଜୁନ ୨ ତାରିଖରେ ବାଲେଶ୍ବର ବାହାନଗା ଷ୍ଟେସନ ନିକଟରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିଲା ହାୱଡାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ, ଶାଲିମାର ଏକ୍ସପ୍ରେସ ଏବଂ ଏକ ମାଲବାହୀ ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଏହି ଘଟଣାର ଦୀର୍ଘ ଦିନ ପରେ ଦକ୍ଷିଣ-ପୂର୍ବ ରେଲୱେର ମହାପ୍ରବନ୍ଧକ(GM) ଅର୍ଚ୍ଚନା ଯୋଶୀଙ୍କୁ ପଦରୁ ହଟାଯାଇଛି । ତାଙ୍କ ସ୍ଥାନରେ ଅନିଲ କୁମାର ମିଶ୍ର ନୂଆ ମହାପ୍ରବନ୍ଧକ ବା ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତ ହୋଇଛନ୍ତି ।

ABOUT THE AUTHOR

...view details