ଭୁବନେଶ୍ବର:ଆସନ୍ତାକାଲି ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ-୩ ମିଶନ। ଏହି ମିଶନରେ ଓଡ଼ିଶାର ଅନେକ ଅବଦାନ ରହିଛି । କାରଣ ପାଖାପାଖି ୭୫ ହଜାରରୁ ଅଧିକ ଯନ୍ତ୍ରାଂଶ ପ୍ରସ୍ତୁତି କରିଛି ଭୁବନେଶ୍ଵରର CTTC ( ସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର)। ଚନ୍ଦ୍ରଯାନ-୩ ମିଶନରେ ଲ୍ୟାଣ୍ଡର, ରୋଭର ଏବଂ ମହାକାଶ ଜାନ ପାଇଁ ଅଧିକାଂଶ ଯନ୍ତ୍ରାଂଶ ପ୍ରସ୍ତୁତି କରି ଇସ୍ରୋକୁ ପଠାଇଛି CTTC । ତେବେ ୧୫୦ ଜଣ ଟେକନିସିଆନ ଗତ ଏକ ବର୍ଷ ହେଲା କଠୋର ପରିଶ୍ରମ କରି ଏହି ଚନ୍ଦ୍ରଯାନ-୩ ମିଶନ ପାଇଁ ଯନ୍ତ୍ରାଂଶ ପ୍ରସ୍ତୁତି କରିଛନ୍ତି।
ଯାହା ସମସ୍ତ ଯନ୍ତ୍ରାଂଶ ଇସ୍ରୋକୁ ପଠାଇଛି ଭୁବନେଶ୍ଵର ସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର। ତେବେ ISRO ପାଇଁ ଗତ 23 ବର୍ଷ ଧରି କାମ କରି ଆସୁଛି ଭୁବନେଶ୍ବରରେ ଥିବା ସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର। ଭାଲଭ, ଇଣ୍ଟରନାଲ ନାଭିଗେସନ ସିଷ୍ଟମ, ତାପମାତ୍ରା ନିୟନ୍ତ୍ରଣ ସେନସର, RGPD kମ୍ପୋନେଣ୍ଟ ଭଳି ଅନେକ ଯନ୍ତ୍ରାଂଶ ପ୍ରସ୍ତୁତ କରିଛି ଭୁବନେଶ୍ବର ସ୍ଥିତ CTTC।
୨୦୧୯ ମସିହା ଜୁଲାଇ ୨ ତାରିଖରେ ଚନ୍ଦ୍ରାୟାନ-୨ ମିଶନ ଆରମ୍ଭ ହୋଇଥିଲା। ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅବତରଣ କରିବା ସମୟରେ ହୋଇଥିଲା ଦୃଘଟନା। ତେବେ ଏହା ପରେ ରାଡରରୁ ବିଚ୍ଛିନ୍ନ ହୋଇଯାଇଥିଲା। ତେବେ ଚନ୍ଦ୍ରଜାନ୍-2ର ବିଫଳତା ପରେ ଚନ୍ଦ୍ରଯାନ-୩ କିପରି ଭାବରେ ସଫଳତା ହାସଲ କରିପାରିବ ସେଥିପାଇଁ କଠୋର ପରିଶ୍ରମ କରିଛନ୍ତି ଅନେକ କମର୍ଚାରୀ। ତେବେ ଏହି ଯାନ ଆସନ୍ତାକାଲି ଅଭିଯାନ ଆରମ୍ଭ କରିବ।