ଓଡିଶା

odisha

Hockey World Cup: କେରଳ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଓଡିଶାର କୃଷିମନ୍ତ୍ରୀ

By

Published : Dec 31, 2022, 7:28 AM IST

ଜାନୁଆରୀ 13 ରୁ 29 ଯାଏ ଓଡ଼ିଶାରେ ହେବ ପୁରୁଷ ହକି ବିଶ୍ବକପ । ଏଥିରେ ଅତିଥି ଭାବେ ଯୋଗ ଦେବାକୁ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ନିମନ୍ତ୍ରଣ କଲେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଅଧିକ ପଢନ୍ତୁ

Etv Bharat
Etv Bharat

ଥିରୁଅନନ୍ତପୁରମ: ଓଡିଶାରେ ଆୟୋଜିତ ହେଉଛି ପୁରୁଷ ହକି ବିଶ୍ବକପ 2023 । ଲଗାତାର ଦ୍ଵିତୀୟ ଥର ଲାଗି ଓଡ଼ିଶାରେ ଆୟୋଜିତ ହେଉଥିବା ବିଶ୍ବକପ ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବ । ଏହି କ୍ରମରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ଆମନ୍ତ୍ରଣ କରିଛନ୍ତି ଓଡ଼ିଶା ସରକାର । ଓଡିଶାର କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କେରଳର ମୁଖ୍ୟମନ୍ତ୍ରୀଙ୍କୁ ସଚିବାଳୟର ଏକ ଚ୍ୟାମ୍ବରରେ ଭେଟି ଅତିଥି ଭାବେ ହକି ବିଶ୍ବକପରେ ଯୋଗ ଦେବାକୁ ଆମନ୍ତ୍ରଣ କରିଥିଲେ ( odisha Agriculture minister meets Kerala Chief Minister Pinarayi Vijayan and invited him for hockey world cup) ।

ଏନେଇ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଟ୍ବିଟରରେ କେରଳ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିବା ସମୟର କିଛି ଫଟୋ ପୋଷ୍ଟ ମଧ୍ୟ କରିଛନ୍ତି । ଯେଉଁଥିରେ ସେ ଭାରତୀୟ ହକି ଦଳର ଜର୍ସି ଓ ନିମନ୍ତ୍ରଣ ପତ୍ର ଦେଉଥିବା ଦେଖିବାକୁ ମିଳିଛି । ସେ ଟ୍ବିଟରେ କହିଛନ୍ତି ଯେ, '' ମୁଁ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ଭେଟି ତାଙ୍କୁ ହକି ବିଶ୍ବକପରେ ଅତିଥି ଭାବେ ଯୋଗ ଦେବାକୁ ନିମନ୍ତ୍ରଣ କରିଛି । ଏଥି ସହ ମୁଁ ତାଙ୍କୁ ହକି ବିଶ୍ବକପର ଭାରତୀୟ ଦଳର ଜର୍ସି ମଧ୍ୟ ପ୍ରଦାନ କରିଛି ।''

ଏନେଇ କେରଳର ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ, ଓଡିଶାର କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୋତେ ଭେଟିଥିବାରୁ ମୁଁ ବହୁତ ଖୁସି । ଜାନୁଆରୀରେ ଓଡିଶାରେ ଆୟୋଜିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପକୁ ମୋତେ ନିମନ୍ତ୍ରଣ କରାଯାଇଥିବାରୁ ମୁଁ ବହୁତ ଖୁସି ଅଛି ବୋଲି ଟ୍ବିଟ କରି କହିଥିଲେ ପିନାରାଇ ବିଜୟନ ।

ଜାନୁଆରୀ 13 ରୁ 29 ଯାଏ ଓଡ଼ିଶାରେ ହେବ ପୁରୁଷ ହକି ବିଶ୍ବକପ । ଦ୍ବିତୀୟ ଥର ପାଇଁ ଓଡ଼ିଶା ଏହି ବିଶ୍ବକପର ଆୟୋଜନ କରୁଥିବାରୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସର୍ବଦଳୀୟ ବୈଠକରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହା ମଧ୍ୟ ପଢନ୍ତୁ-SNOWFALL: କୁଲ୍ଲୁରେ ବର୍ଷ ଶେଷରେ ତୁଷାରପାତ, ଟ୍ରାଫିକରେ ଫସିଲା ୪୦୦ ଯାନ

ଆସନ୍ତାବର୍ଷ (2023) ଜାନୁଆରୀ 13ରୁ 29 ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏହି ପୁରୁଷ ହକି ବିଶ୍ୱକପ (Hockey World Cup) ଅନୁଷ୍ଠିତ ହେବାକୁ ଯାଉଛି । ଜାନୁଆରୀ 13ରେ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ସ୍ପେନ୍‌ ବିପକ୍ଷରେ ଭାରତୀୟ ହକି ଦଳ ଉଦଘାଟନୀ ମ୍ୟାଚ ଖେଳିବା ସହ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଲଗାତାର ଦ୍ୱିତୀୟ ଥର ପାଇଁ ଓଡିଶା ହକି ବିଶ୍ୱକପ ଆୟୋଜନ କରୁଛି । ଏଥିପାଇଁ ରାଜ୍ୟରେ ମଧ୍ୟ ବେଶ ଉତ୍ସାହ ଦେଖିବାକୁ ମିଳିଲାଣି । ବିଶ୍ବକପର ଟ୍ରଫି ମଧ୍ୟ ରାଜ୍ୟରେ ପହଞ୍ଚି ସାରିଲାଣି । ଯାହାକୁ ବିଭିନ୍ନ ସ୍ଥାନରେ ବିଭିନ୍ନ ବର୍ଗ ପକ୍ଷରୁ ସ୍ବାଗତ ମଧ୍ୟ କରାଯାଉଛି ।

ABOUT THE AUTHOR

...view details