ଭୁବନେଶ୍ବର: ମହାମାରୀ କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବାତିଲ ହୋଇସାରିଛି ମାଟ୍ରିକ ପରୀକ୍ଷା । କୋରୋନା ମହାମାରୀର ଦ୍ବିତୀୟ ଲହରକୁ ନେଇ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବାତିଲ ପାଇଁ ଘୋଷଣା କରିଥିଲେ ଗଣଶିକ୍ଷାମନ୍ତ୍ରୀ । ହେଲେ ପୁନର୍ବାର ମାଟ୍ରିକ ପରୀକ୍ଷା ହେବାକୁ ଯାଉଥିବା ନେଇ ସୋସିଆଲ ମିଡିଆରେ ଘୁରି ବୁଲୁଛି ମିଥ୍ୟା ଖବର ।
ମାଟ୍ରିକ ପରୀକ୍ଷାକୁ ନେଇ ସୋସିଆଲ ମିଡିଆରେ ମିଥ୍ୟା ଖବର ଅନ୍ୟ କାହା ଆକାଉଣ୍ଟରୁ ନୁହେଁ ବରଂ ଖୋଦ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ନାଁରେ ଫେକ୍ ଟ୍ବିଟର ଆକାଉଣ୍ଟ ଖୋଲି ପ୍ରଚାର କରାଯାଉଛି ଗୁଜବ ।