ଡେରାଡୁନ: ହରିଦ୍ବାରର ଜ୍ବାଲାପୁରରେ ଏକ ଗହଣା ଦୋକାନରୁ ଦୁଇ କୋଟି ଟଙ୍କାର ଗହଣା ଡକାୟତି ଘଟଣାରେ ସ୍ପେଶାଲ ଟାସ୍କ ଫୋର୍ସର ସଫଳତା । ଏହି ମାମଲାରେ ମାତ୍ର ଦୁଇ ଦିନ ମଧ୍ୟରେ ସଂପୃକ୍ତ ଆଉ 5 ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଏହି ଘଟଣାରେ ଓଡ଼ିଶାର କିଛି ଯୁବକ ସାମିଲ ଥିବା ନେଇ ସନ୍ଦେହ କରୁଛି ଉତ୍ତରାଖଣ୍ଡ ପୋଲିସ ଓ ସ୍ପେଶାଲ ଟାସ୍କ ଫୋର୍ସ ।
ଗିରଫ ଅଭିଯୁକ୍ତମାନେ ବିଭିନ୍ନ ରାଜ୍ୟରୁ ଆସି ଏକ ଗ୍ୟାଙ୍ଗ ତିଆରି କରି ବିଭିନ୍ନ ଚୋରି ଡକାୟତି ଘଟଣା ଘଟାଉଥିଲେ। ବର୍ତ୍ତମାନ ସୁଦ୍ଧା ସଲେମପୁର ଜିଲ୍ଲା ବୁଲନ୍ଦସହରର ସତୀଶ ଚୌଧୁରୀ, ଭବନ ଥାନ କିରଣପାଲ ବାସିନ୍ଦା ଅମିତ ବା ଫୌଜୀ, ଶିକାରପୁର ଜିଲ୍ଲା ବସୋଦୀ ଥାନା ଅଞ୍ଚଳର ରାଜୁ ଓ କୁରମାଲୀ ଥାନା ସମଲୀ ଅଞ୍ଚଳର ନିତୀନ ମଲିକ, ଦିଲ୍ଲୀ ରୋହିଣୀ ଅଞ୍ଚଳର ବିକାଶଙ୍କୁ ଗିରଫ କରିଛି ସ୍ପେଶାଲ ଟାସ୍କ ଫୋର୍ସ । ଏହି ଡକାୟତି ଘଟଣାରେ ଓଡ଼ିଶା ଲିଙ୍କ ରହିଥିବା କହିଛି ସ୍ପେଶାଲ ଟାସ୍କ ଫୋର୍ସ ।
ଏହି ଅଭିଯୁକ୍ତଙ୍କ ନିକଟରୁ 10 ଲକ୍ଷ ନଗଦ ଟଙ୍କା ଜବତ କରିଛି ସ୍ପେଶାଲ ଟାସ୍କ ଫୋର୍ସ । ଏହି ଗ୍ୟାଙ୍ଗ ଉତ୍ତରାଖଣ୍ଡରେ ତାଉ ଗ୍ୟାଙ୍ଗ ନାମରେ ପରିଚିତ। ଚୋରି ଡକାୟତି ଘଟଣାରେ ସଂପୃକ୍ତ ଏହି ଗ୍ୟାଙ୍ଗକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ କୋକୁଆ ଭୟ ରହିଛି। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ମୋଟ 8 ଜଣଙ୍କୁ ଗିରଫ କରି ସାରିଛି ପୋଲିସ । ପ୍ରଥମେ ଗିରଫ ହୋଇଥିବା 3 ଜଣ ଅଭିଯୁକ୍ତଙ୍କ ନିକଟରୁ 1 କେଜି 3 ଶହ ଗ୍ରାମ, 6 କେଜି ରୂପା ଜବତ କରିଥିଲା ପୋଲିସ ।