ଓଡିଶା

odisha

ETV Bharat / bharat

ଝାଡଖଣ୍ଡରେ ଓଡିଆ ଯୁବତୀଙ୍କୁ କାଟି ଫିଙ୍ଗିଦେଲା ବିହାର ପ୍ରେମିକ, ହାଇଦ୍ରାବାଦରେ କରିଥିଲେ ପ୍ରେମ ବିବାହ - ଝାଡଖଣ୍ଡରେ ଓଡିଆ ଯୁବତୀଙ୍କୁ ହତ୍ୟା

ଝାଡଖଣ୍ଡରେ ଓଡିଆ ଯୁବତୀଙ୍କୁ ହତ୍ୟା କରି କାଟି ଫିଙ୍ଗିଦେଲା ବିହାର ପ୍ରେମିକ । 4 ବର୍ଷ ପୂର୍ବେ ହାଇଦ୍ରାବାଦରେ ହୋଇଥିଲା ପ୍ରେମ ବିବାହ । ଅଧିକ ପଢନ୍ତୁ

ଝାଡଖଣ୍ଡରେ ଓଡିଆ ଯୁବତୀଙ୍କୁ ହତ୍ୟା, ହାଇଦ୍ରାବାଦରେ ବିହାର ଯୁବକଙ୍କୁ କରୁଥିଲେ ପ୍ରେମ
ଝାଡଖଣ୍ଡରେ ଓଡିଆ ଯୁବତୀଙ୍କୁ ହତ୍ୟା, ହାଇଦ୍ରାବାଦରେ ବିହାର ଯୁବକଙ୍କୁ କରୁଥିଲେ ପ୍ରେମ

By

Published : Mar 18, 2023, 6:53 PM IST

ରାଞ୍ଚି:ଝାଡଖଣ୍ଡର ଏକ ନଦୀପଠାରୁ ଉଦ୍ଧାର ହେଲା ଓଡିଆ ଯୁବତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ । ଏହି ଯୁବତୀଜଣଙ୍କ ବିହାରର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ପରେ ବିବାହ କରି ହାଇଦ୍ରାବାଦରେ ରହୁଥିଲେ । ତେବେ ତାଙ୍କୁ ସମ୍ପୃକ୍ତ ଯୁବକ ଝାଡଖଣ୍ଡରେ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ନଦୀ ପଠାରେ ଫିଙ୍ଗିଦେଇଛି । ଆଜି ପୋଲିସ ମୃତଦେହ ଉଦ୍ଧାର କରିବା ପରେ ମୃତ ଯୁବତୀ ଜଣକ ଓଡିଆ ଯୁବତୀ ବୋଲି ସ୍ପଷ୍ଟ କରିଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତକୁ ଗିରଫ ମଧ୍ୟ କରାଯାଇଛି ।

ହତ୍ୟାର ଶିକାର ହୋଇଥିବା ମହିଳା ରାଉରକେଲାର ଦେବିକା ରାଣୀ ବୋଲି ଜଣାପଡିଛି । 4ବର୍ଷ ପୂର୍ବେ ସେ ହାଇଦ୍ରାବାଦରେ ସଞ୍ଜୟ ରାୟ ନାମକ ଜଣେ ବିହାର ଯୁବକଙ୍କ ପ୍ରେମରେ ପଡିଥିଲେ । ପରେ ଉଭୟ ବିବାହ ମଧ୍ୟ କରି ସେଠାରେ ରହୁଥିଲେ । ହେଲେ ସଞ୍ଜୟ ପୂର୍ବରୁ ବିବାହିତ ଥିଲା । ଏହି ଘଟଣା ଜଣାପଡିବା ପରେ ସଞ୍ଜୟର ପ୍ରଥମ ପତ୍ନୀ ଏହାକୁ ବିରୋଧ କରିବା ସହ ଉଭୟଙ୍କ ମଧ୍ୟରେ ତିକ୍ତତା ବଢିଥିଲା । ସଞ୍ଜୟ ଓ ତାର ପ୍ରଥମ ପତ୍ନୀ ଦେବିକାକୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ । ଏଥିରେ ତାର ପତ୍ନୀ ବି ପ୍ରତ୍ୟେକ୍ଷ ସମ୍ପୃକ୍ତ ଥିଲା ।

କୌଣସି କାରଣ ଦର୍ଶାଇ ସଞ୍ଜୟ ଚଳିତ ମାସ 12 ତାରିଖରେ ଦେବିକାକୁ ଝାଡଖଣ୍ଡରେ ଥିବା ନିଜ ଶାଳୀ ଘରକୁ ଡାକିଥିଲା ସଞ୍ଜୟ । ସେଠାରେ ସେ ତାକୁ ନଦୀପଠାକୁ ନେଇ ମୁଣ୍ଡକୁ ଆକ୍ରମଣ କରି ପ୍ରଥମେ ଅଚେତ ଓ ପରେ ମାରଣାସ୍ତ୍ରରେ ହତ୍ୟା କରିଥିଲା । ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହରୁ ମୁଣ୍ଡକୁ କାଟି ଅଲଗା କରିଦେଇଥିଲା । ମୃତଦେହ ଚିହ୍ନଟ ହୋଇନପାରିବା ପାଇଁ ସେ ମୃତଦେହର ଦୁଇ ହାତ ଓ ଅନ୍ୟ କିଛି ଅଙ୍ଗ କାଟି ମଧ୍ଯ ଦେଇଥିଲା । ଖଣ୍ଡ ବିଖଣ୍ଡିତ ମୃତଦେହକୁ ଏଣେ ତେଣେ ଫିଙ୍ଗିଦେବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ ସଞ୍ଜୟ ।

ତେବେ ମୃତଦେହ ଠାବ ହେବା ପରେ ପୋଲିସ ତାକୁ ଚିହ୍ନଟ କରିବା ସହ ଘଟଣାର ପର୍ଦ୍ଦାଫାସ କରିଛି । ମୁଖ୍ୟ ଅଭିଯୁକ୍ତ ସଞ୍ଜୟକୁ ପୋଲିସ ଗିରଫ କରିଛି । ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ସାମଗ୍ରୀ ମଧ୍ୟ ପୋଲିସ ଜବତ କରିଛି । ଅଭିଯୁକ୍ତର ପତ୍ନୀକୁ ମଧ୍ୟ ଅଟକ ରଖି ଜେରା କରାଯାଉଛି । ହତ୍ୟାର ଶିକାର ହୋଇଥିବା ଯୁବତୀଙ୍କ ଘର ଓଡିଶାର ସୁନ୍ଦରଗଡ ଜିଲ୍ଲାର ରାଉରକେଲା ଅଞ୍ଚଳର । ଝାଡଖଣ୍ଡ ପୋଲିସ ଏନେଇ ମୃତକଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଅବଗତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details