ଭୁୁବନେଶ୍ବର: ବୈଷୟିକ ଜ୍ଞାନ ବ୍ୟବହାର କରି ଲୋକଙ୍କୁ ଉନ୍ନତ ସେବା ଯୋଗାଇ ପୁନର୍ବାର ସର୍ବଭାରତୀୟସ୍ତରରେ ସମ୍ମାନିତ ହୋଇଛି ଓଡିଶା । ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ କମ୍ପ୍ୟୁଟର ସୋସାଇଟି ଅଫ୍ ଇଣ୍ଡିଆ ତରଫରୁ ଉତ୍କର୍ଷ ପୁରସ୍କାରରେ ସମ୍ମାନିତ ହେବା ସହ ଆହ୍ଲାବାଦ୍ ହାଇକୋର୍ଟର ମୁଖ୍ୟ ବିଚାରପତି ଅଜିତ ସିଂଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛି ରାଜ୍ୟ ।
ରାଜ୍ୟ ସରକାରଙ୍କର ସୂଚନା ବିଜ୍ଞାନ ଅଧିକାରୀ କବିତା ରାୟ ଦାସ, ବରିଷ୍ଠ ବୈଷୟିକ ନିର୍ଦ୍ଦେଶିକା ସରିତା ସାହୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଓଡ଼ିଶା ସରକାରଙ୍କ ‘ମୋ ସରକାର ଓ 5-ଟି ଅଭିଯାନ’କୁ ପୁନର୍ବାର ଜାତୀୟସ୍ତରରେ ମିଳିଛି ପ୍ରଶଂସା । ରାଜ୍ୟବାସୀଙ୍କୁ ଇ-ସେବା ଯୋଗାଇ ରାଜ୍ୟ ବର୍ଗରେ ଉତ୍କର୍ଷ ପୁରସ୍କାରରେ ସମ୍ମାନିତ ହୋଇଛି ଓଡ଼ିଶା । ମୋତିଲାଲ ନେହେରୁ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଅନୁଷ୍ଠିତ ୧୯ତମ ସିଏସ୍ଆଇ ଏସ୍ଆଇଜି ଇ-ଗଭର୍ଣ୍ଣାନ୍ସ ଆୱାର୍ଡସ ୨୦୨୧ରେ ସମ୍ମାନିତ ହୋଇଛି ଓଡ଼ିଶା ।