ଓଡିଶା

odisha

ଧାନ କିଣାରେ ଓଡିଶାକୁ ମିଳିଛି 5700 କୋଟି

By

Published : Feb 12, 2021, 12:25 PM IST

2020-21ରେ ଏବେ ସୁଦ୍ଧା ଧାନ କିଣିବା ବାବଦରେ ଓଡିଶାକୁ ମିଳିଛି 5700.56 କୋଟି ଟଙ୍କା । ଅଧିକ ପଢନ୍ତୁ...

ଧାନ କିଣା
ଧାନ କିଣା

ନୂଆଦିଲ୍ଲୀ: ଧାନ କିଣାରେ 2020-21ରେ ଓଡିଶାକୁ ମିଳିଛି 5700.56 କୋଟି ଟଙ୍କା । ରାଜ୍ୟସରକାର କରିଥିବା ଦାବି ଅନୁସାରେ ଏହି ରାଶି 2020 ମସିହାରେ ଦିଆଯାଇଛି । ତେବେ 2021 ମସିହା ଜାନୁଆରୀରେ ନଭେମ୍ବର, ଡିସେମ୍ବର ଓ ଜାନୁଆରୀ ପାଇଁ ସରକାର କରିଥିବା ଦାବି ଏପର୍ଯ୍ୟନ୍ତ ଦିଆଯାଇନାହିଁ । ସେହିପରି ଆଗାମୀ କ୍ବାର୍ଟର ପାଇଁ ମଧ୍ୟ ରାଜ୍ୟସରକାର କରିଥିବା ଦାବି ଉପରେ ଅର୍ଥ ଦିଆଯାଇନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଧାନ କିଣା

ରାଜ୍ୟସଭାରେ ସାଂସଦ ଅମର ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଖାଦ୍ୟ ଓ ଯୋଗାଣ ଏବଂ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ଏପରି କୁହାଯାଇଛି । ବିକେନ୍ଦ୍ରୀକରଣ କ୍ରୟ (ଡିସିପି) ଯୋଜନା ଅଧୀନରେ ଓଡିଶାକୁ ମିଳୁଥିବା ସବସିଡି ପରିମାଣ ଏବଂ କେବେ ରାଜ୍ୟ ଏହି ସବସିଡି ପାଇବ ବୋଲି ପ୍ରଶ୍ନର ଏପରି ଲିଖିତ ଉତ୍ତର ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି ।

ସେହିପରି 2020-21ରେ ତୃତୀୟ କ୍ବାର୍ଟର ପାଇଁ ସରକାର 3250.85 କୋଟି ଦାବି କରିଥିବାବେଳେ ଚତୁର୍ଥ କ୍ବାର୍ଟର ପାଇଁ ଅଗ୍ରୀମ 1553.41 କୋଟି ଦାବି କରିଛନ୍ତି ରାଜ୍ୟ ସରକାର । ଏହା ଏବେ ଯାଞ୍ଚ କରାଯାଉଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ABOUT THE AUTHOR

...view details