ଓଡିଶା

odisha

ETV Bharat / bharat

Odisha Budget: 2 ଲକ୍ଷ କୋଟିର ପୂର୍ଣ୍ଣାଙ୍ଗ ବଜେଟ ଆଗତ, ଜାଣନ୍ତୁ, କେଉଁ କ୍ଷେତ୍ରକୁ ମିଳିଲା କେତେ ? - 2 ଲକ୍ଷ କୋଟିର ପୂର୍ଣ୍ଣାଙ୍ଗ ବଜେଟ ଆଗତ କରୁଛନ୍ତି ଅର୍ଥମନ୍ତ୍ରୀ

ଷୋଡଶ ବିଧାନସଭା ଦଶମ ଅଧିବେଶନର ଆଜି ଠାରୁ ଆରମ୍ଭ ହୋଇଛି ମୌସୁମୀ ଅଧିବେଶନ । ଅଧିବେଶନର ଆଜି ପ୍ରଥମ ଦିନ ଦ୍ବିତୀୟ ପର୍ଯ୍ୟାୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ (Finance Minister Niranjan Pujari) ଆର୍ଥିକ ବର୍ଷ 2022-23 ପାଇଁ ଗୃହରେ ଆଗତ କରୁଛନ୍ତି ପୂର୍ଣ୍ଣାଙ୍ଗ ବଜେଟ( full budget) । ଅଧିକ ପଢନ୍ତୁ

2 ଲକ୍ଷ କୋଟିର ପୂର୍ଣ୍ଣାଙ୍ଗ ବଜେଟ ଆଗତ କରୁଛନ୍ତି ଅର୍ଥମନ୍ତ୍ରୀ
2 ଲକ୍ଷ କୋଟିର ପୂର୍ଣ୍ଣାଙ୍ଗ ବଜେଟ ଆଗତ କରୁଛନ୍ତି ଅର୍ଥମନ୍ତ୍ରୀ

By

Published : Jul 2, 2022, 4:53 PM IST

Updated : Jul 2, 2022, 8:20 PM IST

ଭୁବନେଶ୍ବର: ଷୋଡଶ ବିଧାନସଭା ଦଶମ ଅଧିବେଶନର ଆଜି ଠାରୁ ଆରମ୍ଭ ହୋଇଛି ମୌସୁମୀ ଅଧିବେଶନ । ଅଧିବେଶନର ଆଜି ପ୍ରଥମ ଦିନ ଦ୍ବିତୀୟ ପର୍ଯ୍ୟାୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ (Finance Minister Niranjan Pujari) ଆର୍ଥିକ ବର୍ଷ 2022-23 ପାଇଁ ଗୃହରେ ଆଗତ କରୁଛନ୍ତି ପୂର୍ଣ୍ଣାଙ୍ଗ ବଜେଟ( full budget) ।

ଆର୍ଥିକ ବର୍ଷ 2022-23 ପାଇଁ ଗୃହରେ ଆଗତ କରୁଛନ୍ତି ପୂର୍ଣ୍ଣାଙ୍ଗ ବଜେଟ । ଅର୍ଥମନ୍ତ୍ରୀ ପ୍ରାୟ 2 ଲକ୍ଷ କୋଟିର ବଜେଟ ଆଗତ କରୁଛନ୍ତି । ସ୍ବାସ୍ଥ୍ୟ ବିଭାଗକପ 12 ହଜାର 6 ଶହ କୋଟି ମଞ୍ଜୁର । ବିଜୁ ସ୍ବାସ୍ଥ୍ୟ କଲ୍ୟାଣକୁ 2 ହଜାର 664 କୋଟି WODC ପାଇଁ 180କୋଟି, ବିଜୁ କେବିକେ ଯୋଜନା ପାଇଁ 250 କୋଟି । ଡିଜାଷ୍ଟର ରିସ୍କ ମ୍ୟାନେଜମେଣ୍ଟ ଫଣ୍ଡ ପାଇଁ 3210 କୋଟି ।

ନଜର ପକାନ୍ତୁ କେଉଁ କ୍ଷେତ୍ର ପାଇଁ କେତେ କୋଟି ଆବଣ୍ଟିତ କଲେ ଅର୍ଥମନ୍ତ୍ରୀ

କାଳିଆ ଯୋଜନା ପାଇଁ 1 ହଜାର 874 କୋଟି

ବନ୍ୟା ନିୟନ୍ତ୍ରଣ ପାଇଁ 968 କୋଟି

ମାଛ ଚାଷ ପାଇଁ ନୂଆ ପଖୋରୀ ଖନନ ପାଇଁ 98 କୋଟି

ଆଦର୍ଶ ବିଦ୍ୟାଳୟ ପାଇଁ 420 କୋଟି

ପର୍ଯ୍ୟଟନ ବିକାଶ ପାଇଁ 590 କୋଟି

ଖଣିକ୍ଷେତ୍ର ପାଇଁ 182 କୋଟି

ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ମିଶନ ପାଇଁ 2 ହଜାର 325 କୋଟି

ଜଳ ଜୀବନ ମିଶନ ପାଇଁ 6 ହଜାର କୋଟି

କୃଷି ବଜେଟ ପାଇଁ 21 ହଜାର 126 କୋଟି

ଖାଦ୍ୟ ନିରାପତ୍ତା ପାଇଁ 1 ହଜାର 23 କୋଟି

ବିପର୍ଯ୍ୟୟ ପରିଚାଳନ ପାଇଁ 3 ହଜାର 262 କୋଟି

ରାଷ୍ଟ୍ରୀୟ କୃଷି ବିକାଶ ପାଇଁ 300 କୋଟି

ଜଙ୍ଗଲ କ୍ଷେତ୍ର ପାଇଁ 2 ହଜାର 217 କୋଟି

ଏକାମ୍ର ଯୋଜନା ପାଇଁ 200 କୋଟି

ସମଲେଇ ଯୋଜନା ପାଇଁ 200 କୋଟି

ରାସ୍ତା ଭିତ୍ତିଭୂମି ନିର୍ମାଣ ପାଇଁଣ 14 ହଜାର 454 କୋଟି

ଅବଢା ଯୋଜନା ପାଇଁ 1 ହଜରା 325 କୋଟି

ଡାଏଲ 112 ପାଇଁ 46 କୋଟି

ପରିବାର କଲ୍ୟାଣ ଯୋଜନା ପାଇଁ 514 କୋଟି

OUTR ପାଇଁ 1500 କୋଟି

ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ 27 ହଜାର 324 କୋଟି

ମୋ ସ୍କୁଲ ଯୋଜନା ପାଇଁ 664 କୋଟି

ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ ପାଇଁ 100 କୋଟି

ଆକାଂକ୍ଷା ଯୋଜନା ପାଇଁ 538 କୋଟି

ଉଚ୍ଚ ଶିକ୍ଷା ଭିତ୍ତିଭୂମି ପାଇଁ 1 ଶହ 65 କୋଟି

ବିଜୁ ସେତୁ ପ୍ରକଳ୍ପ ପାଇଁ 1ହଜାର 688 କୋଟି

49 ଟି ପର୍ଯ୍ୟଟନ ସ୍ଥଳୀ ର ଭିତ୍ତିଭୂମି ବିକାଶ ପାଇଁ 120 କୋଟି

କ୍ରୀଡା ଓ ଯୁବ ସେବା ପାଇଁ 911 କୋଟି

କ୍ରୀଡ଼ାର ପ୍ରୋତ୍ସାହନ ପାଇଁ 115 କୋଟି

ପାନୀୟ ଜଳ ଓ ପରିମଳ ପାଇଁ 7850 କୋଟି

ସହରାଞ୍ଚଳ ବିକାଶ ପରିମଳ 7258 କୋଟି

ଗୃହ ନିର୍ମାଣ ରେ 5906 କୋଟି

ମିଶନ ଶକ୍ତି, ମହିଳା ଓ ଶିଶୁ କଲ୍ୟାଣ ପାଇଁ 2000 କୋଟି

ଗ୍ରାମୀଣ ମିଯୁକ୍ତି, ଜୀବିକା ଓ ମୌଳିକ ସେବା ପାଇଁ 2001 କୋଟି

ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଏବଂ ସଂଖ୍ୟାଲଘୁ ଙ୍କ ପାଇଁ 32 ହଜାର 596 କୋଟି

ସାମାଜିକ ନିରାପତ୍ତା ,ବିକାଶ ଏବଂ ସଶକ୍ତିକରଣ ପାଇଁ 2017 କୋଟି

ଖାଦ୍ୟ ନିରାପତ୍ତା ପାଇଁ 1023 କୋଟି

ଶକ୍ତି ପାଇଁ 3 ହଜାର 482 କୋଟି

ଶିଳ୍ପ,ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ 1 ହଜାର 269 କୋଟି

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ପାଇଁ 203 କୋଟି

ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ରି ଵିଦ୍ୟା ପାଇଁ 302 କୋଟି

ନ୍ୟାୟିକ ପ୍ରଶାସନ ପାଇଁ 7 ହଜାର 551 କୋଟି

ଭୁ-ପ୍ରଶାସନ ପାଇଁ 1 ହଜାର 511 କୋଟି।

Last Updated : Jul 2, 2022, 8:20 PM IST

ABOUT THE AUTHOR

...view details