ଓଡିଶା

odisha

ETV Bharat / bharat

ରାୟପୁରରେ ଛତିଶଗଡ ବ୍ୟବସାୟୀଙ୍କୁ ଗୁଳିମାଡ କରି ଓଡିଆ ଯୁବକ ଗିରଫ - ଛତିଶଗଡ କ୍ରାଇମ ଖବର

Firing in Raipur:ରାୟପୁରରେ ଛତିଶଗଡ ବ୍ୟବସାୟୀଙ୍କୁ ଗୁଳିମାଡ କରି ଓଡିଆ ଯୁବକ ଗିରଫ । ବନ୍ଧୁକ ଜବତ କଲା ପୋଲିସ । ଅଧିକ ପଢନ୍ତୁ

ରାୟପୁର ଛତିଶଗଡ ବ୍ୟବସାୟୀଙ୍କୁ ଗୁଳିମାଡ କରି ଓଡିଆ ବ୍ୟବସାୟୀ ଗିରଫ
ରାୟପୁର ଛତିଶଗଡ ବ୍ୟବସାୟୀଙ୍କୁ ଗୁଳିମାଡ କରି ଓଡିଆ ବ୍ୟବସାୟୀ ଗିରଫ

By ETV Bharat Odisha Team

Published : Dec 20, 2023, 10:50 PM IST

ରାୟପୁର:ଛତିଶଗଡର ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ କରି ଜଣେ ଓଡିଆ ଯୁବ ବ୍ୟବସାୟୀ ଗିରଫ ହୋଇଛନ୍ତି । ଏଥିରେ ବ୍ୟବସାୟୀ ଜଣକ ଗୁରୁତର ହୋଇଛନ୍ତି । ଗୁଳିମାଡରେ ବ୍ୟବହୃତ ବନ୍ଧୁକ ମଧ୍ୟ ଜବତ ହୋଇଛି । ରାଜଧାନୀ ରାୟପୁରର ତେଲିବନ୍ଧା ପୋଲିସ ଷ୍ଟେସନ ଅନ୍ତର୍ଗତ ଲାହାଣ୍ଡିରେ ଥିବା ପୁରୁଣା ମଦଭାଟି ନିକଟରେ ଏହି ଗୁଳି ବିନିମୟ ଘଟଣା ସାମ୍ନାକୁ ଆସିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରି ମାରଣାସ୍ତ୍ର ଜବତ କରିଛି । ଓଡିଆ ଅଭିଯୁକ୍ତ ଜଣକ ମଧ୍ୟ ଜଣେ ଯୁବ ବ୍ୟବସାୟୀ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ଗୁଳି ଚଳାଇଥିବା ଅଭିଯୁକ୍ତର ନାମ ହେଉଛି ଅମନ ଶର୍ମା । ସିଏ ସୁନ୍ଦରଗଡ ଜିଲ୍ଲାର ବାସିନ୍ଦା । ଆଜି (ବୁଧବାର) ସକାଳେ ସେ ରାୟପୁରର ତେଲିବନ୍ଧା ପୋଲିସ ଷ୍ଟେସନ ଅନ୍ତର୍ଗତ ଲାବହାଣ୍ଡିର ପୁରୁଣା ମଦ ଭାଟି ନିକଟରେ ପହଞ୍ଚିଥିଲେ । ଯେଉଁଠାରେ ଅନ୍ୟ ଜଣେ ସ୍ଥାନୀୟ ବ୍ୟବସାୟୀ ସନ୍ଦୀପ କୁମାର ପୂର୍ବରୁ ଉପସ୍ଥିତ ଥିଲେ । ଅମନ ଅତର୍କିତ ସନ୍ଦୀପଙ୍କ ଉପରେ ଗୁଳିମାଡ କରିଥିଲା । ଗୁଳିଟି ସନ୍ଦୀପଙ୍କ ଛାତିରେ ବାଜିଛି । ସ୍ଥାନୀୟ ଲୋକେ ପୋଲିସ ଓ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ । ଗୁରୁତର ଅବସ୍ଥାରେ ସନ୍ଦୀପଙ୍କୁ ଡାକ୍ତରଖାନା ନିଆଯାଇଥିଲା ବେଳେ ସ୍ଥାନୀୟ ପୋଲିସ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଅମନ ଶର୍ମାକୁ ଗିରଫ କରିଛି । ତା ନିକଟରୁ ଗୁଳିମାଡରେ ବ୍ୟବହୃତ ହୋଇଥିବା ବନ୍ଧୁକ ମଧ୍ୟ ଜବତ କରିଛି ।

ସିଟି ଅତିରିକ୍ତ ଏସପି ଲଖନ ପାଟଲେ କହିଛନ୍ତି, ଅଭିଯୁକ୍ତ ଅମାନ ଶର୍ମାକୁ ଏକ ପିସ୍ତଲ ସହିତ ପୋଲିସ ଗିରଫ କରିଛି ପୋଲିସ । ଅଭିଯୁକ୍ତ ସନ୍ଦୀପ କୁମାରଙ୍କୁ କାହିଁକି ଗୁଳି ଚଳାଇଥିଲା, ଏହା ପଛର କାରଣ କ’ଣ ? କେଉଁ ବିବାଦ କାରଣରୁ ଗୁଳିମାଡ ହୋଇଥିଲା ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପରେ ଜିଲ୍ଲା ଏସଏସପି ପ୍ରଶାନ୍ତ ଅଗ୍ରୱାଲ ଓ ସିଟି ଅତିରିକ୍ତ ଏସପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- 143 ସାଂସଦଙ୍କ ଅନୁପସ୍ଥିତିରେ ଲୋକସଭାରେ IPC,CRPC ଓ ସାକ୍ଷ୍ୟ ଆଇନ ସଂଶୋଧନ ବିଲ୍‌ ପାରିତ

ରାୟପୁରରେ ଗୁଳିମାଡ ହେବାର ଏହା ହେଉଛି ଦ୍ୱିତୀୟ ଘଟଣା । ଡିସେମ୍ବର 15 ରେ, ରାଜଧାନୀ ରାୟପୁରର ଡିଡି ନଗର ପୋଲିସ ଷ୍ଟେସନ ଅଧୀନରେ ଘରୋଇ ବିବାଦ କାରଣରୁ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଦୁଇଥର ଗୁଳି ଚଳାଇଥିଲେ । ପତ୍ନୀ ଗୁରୁତର ଅବସ୍ଥାରେ ରାୟପୁରର AIIMS ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details