ଓଡିଶା

odisha

ETV Bharat / bharat

କୋଲକାତାରୁ ପାରାଦ୍ବୀପ ଆସୁଥିବା ବସରେ ଅଗ୍ନିକାଣ୍ଡ; ଜଣେ ମୃତ, 30 ଆହତ - ହୁତୁ ହୁତୁ ହୋଇ ଜଳିଗଲା କୋଲକାତାରୁ ଓଡିଶା ଆସୁଥିବା ବସ

ହୁତୁ ହୁତୁ ହୋଇ ଜଳିଗଲା କୋଲକାତାରୁ ଓଡିଶା ଆସୁଥିବା ବସ । 30 ଜଣ ଆହତ ହୋଇଥିବା ବେଳେ ଜଣେ ମହିଳା ମୃତ । ଅଧିକ ପଢନ୍ତୁ

Odisha bound bus catches fire
Odisha bound bus catches fire

By ETV Bharat Odisha Team

Published : Nov 11, 2023, 7:07 AM IST

Updated : Nov 11, 2023, 12:37 PM IST

କୋଲକାତା-ପାରାଦ୍ବୀପ ବସରେ ଅଗ୍ନିକାଣ୍ଡ

କୋଲକାତା:କୋଲକାତାରୁ ଓଡ଼ିଶା ଆସୁଥିବା ବସରେ ଭୟଙ୍କର ଅଗ୍ନିକାଣ୍ଡ । ଚଳନ୍ତା ବସରେ ହଠାତ ନିଆଁ ଲାଗିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 30 ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଶୁଭମ ଟ୍ରାଭେଲ୍ସ ନାମକ ଏହି ବସଟି କୋଲକାତାର ବାବୁଘାଟରୁ ପାରଦ୍ବୀପ ଆସୁଥିଲା । ଖଡଗପୁର ଠାରେ ହଠାତ୍ ଏଥିରେ ନିଆଁ ଲାଗିଯାଇଥିଲା । ମୃତକ ଜଣକ ହେଲେ କେନ୍ଦ୍ରାପଡା ନୋଳିଆ ଗାଁର ପୁଷ୍ପାଞ୍ଜଳି ଦାସ । ତାଙ୍କ ସ୍ୱାମୀ କୋଲକତାରେ ଚାକିରି କରନ୍ତି । ସେ ନିଜ ସ୍ବାମୀଙ୍କ ସହ କୋଲକାତାରେ ରହୁଥିବା ବେଳେ ଦୀପାବଳି ପାଇଁ ସ୍ୱାମୀ ଓ ପୁଅ ସହ ଘରକୁ ବସରେ ଫେରୁଥିଲେ । କିନ୍ତୁ ଘରେ ପହଞ୍ଚିବା ପୂର୍ବରୁ ଅଗ୍ନିକାଣ୍ଡରେ ସେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-Road Mishap: କେନାଲକୁ ଖସିପଡିଲା କାର୍, ପାଣିରେ ବୁଡି ୫ ମୃତ

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା 5ଟା ସମୟରେ ଯାତ୍ରୀଙ୍କୁ ନେଇ ବସ୍ କୋଲକାତାର ବାବୁଘାଟରୁ ପାରାଦ୍ବୀପ ଅଭିମୁଖେ ବାହାରିଥିଲା । ବସ୍ ମେଦୀନାପୁର ଜିଲ୍ଲାର ଖଡଗପୁରରେ ରାତି 10ଟାରେ ପହଞ୍ଚିବା ପରେ ହଠାତ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଚଳନ୍ତା ଗାଡିରେ ନିଆଁ ଲାଗିବା ପରେ ହୁତୁ ହୁତୁ ଜଳିବାରୁ ଯାତ୍ରୀମାନେ ଜୀବନ ବଞ୍ଚାଇବା ପାଇଁ ଝରକା ପଟେ ବାହାରକୁ ଡେଇଁ ପଡିଥିଲେ । ବସରେ ଥିବା ଡ୍ରାଇଭର ଓ କଣ୍ଡକ୍ଟର ମଧ୍ୟ ବସରୁ ଡେଇଁ ପଡିଥିଲେ ।

ଏହା ମଧ୍ୟ ପଢନ୍ତୁ-ଅଧରାତିରେ ବସ୍‌କୁ ପିଟିଲା ଟ୍ରକ; ୬ ଯାତ୍ରୀଙ୍କ ମୃତ୍ୟୁ, ୨୭ ଆହତ

ଏହି ଘଟଣାରେ କେନ୍ଦ୍ରାପଡାର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ 30 ଜଣ ଆହତ ହୋଇଥିଲେ । ଘଟଣା ସମ୍ପର୍କରେ ପୋଲିସ ଖବର ପାଇବା ପରେ ଦୁର୍ଘଟଣ ସ୍ଥଳକୁ ଯାଇ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା । କେଉଁ କାରଣରୁ ବସରେ ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ବସରେ 38 ଜଣ ଯାତ୍ରୀ ଯାତ୍ରା କରୁଥିବା କୁହାଯାଉଛି । ସେମାନଙ୍କ ମଧ୍ୟରୁ 31 ଜଣ ଓଡିଶାର ହୋଇଥିବା ବେଳେ 16 ଜଣ କେନ୍ଦ୍ରାପଡାର, 6 ଜଣ ଯାଜପୁରର ଓ 2 ଜଣ ପାରାଦ୍ବୀପର ହୋଇଥିବା ସୂଚନା ମିଳିଛି । ତେବେ ଉଦ୍ଧାର କାର୍ଯ୍ୟ ପରେ ପ୍ରଶାସନର ସ୍ବତନ୍ତ୍ର ବସ୍ ଯୋଗେ ସମସ୍ତ ଯାତ୍ରୀ ବାଲେଶ୍ବରରେ ପହଞ୍ଚିଛନ୍ତି ।

Last Updated : Nov 11, 2023, 12:37 PM IST

ABOUT THE AUTHOR

...view details