ଓଡିଶା

odisha

ETV Bharat / bharat

ଓଡିଆ ପୁଅ ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ହେଲେ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି

ଓଡିଆ ପୁଅ ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ହେଲେ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି । ରାଜ୍ୟପାଳ କରାଇଲେ ଶପଥ ପାଠ । ଅଧିକ ପଢନ୍ତୁ

By

Published : Feb 20, 2023, 2:06 PM IST

Sanjay Kumar Mishra
Sanjay Kumar Mishra

ରାଞ୍ଚି:ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ସଞ୍ଜୟ କୁମାର ମିଶ୍ର । ସେ ୧୪ତମ ବିଚାରପତି ଭାବେ ନିଯୁକ୍ତି ହୋଇଛନ୍ତି । ଆଜି(ସୋମବାର) ରାଜଭବନର ବିର୍ସା ମଣ୍ଡପରେ ଆୟୋଜିତ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ରାଜ୍ୟପାଳ ସିପି ରାଧାକ୍ରଷ୍ଣନ ଶପଥପାଠ କରାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବାଚସ୍ପତି ରବିନ୍ଦ୍ର ନାଥ ମହତୋ, ମନ୍ତ୍ରୀ ମିଥୀଲେଶ ଠାକୁର, ମନ୍ତ୍ରୀ ବନ୍ନା ଗୁପ୍ତାଙ୍କ ସମେତ ଝାରଖଣ୍ଡ ହାଇକୋର୍ଟର ସମସ୍ତ ଜର୍ଜ ଏବଂ ଓକିଲ ସାମିଲ ହୋଇଥିଲେ ।

ଶପଥଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟସମସ୍ତେ ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି, " ସଞ୍ଜୟ କୁମାର ମିଶ୍ର ଝାରଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ବୋଲି ଚର୍ଚ୍ଚା ହେଉଥିଲା । ଶେଷରେ ଆଜି ତାହା ସତ ହୋଇଛି । ଝାଡଖଣ୍ଡ ପରି ଆଦିବାସୀ ବହୁଳ ରାଜ୍ୟରେ ଲୋକମାନଙ୍କ ଦୀର୍ଘଦିନ ଧରି ଚାଲିଥିବା ସମୟର ସମାଧାନ ହେବ । ’’

ଓଡିଶାରେ ଜନ୍ମ ହୋଇଛନ୍ତି ଜଷ୍ଟିସ ସଞ୍ଜୟ କୁମାର:1961 ମସିହା ଡିସେମ୍ବର ଡିସେମ୍ବର ୨୯ ତାରିଖରେ ବଲାଙ୍ଗୀରରେ ଜନ୍ମଗ୍ରହଣ କରିଥିଲେ ସଞ୍ଜୟ କୁମାର ମିଶ୍ର । ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ସେ ଆଇନ ଡିଗ୍ରୀ ପାଇଥିଲେ । ଏହାପରେ ୧୯୮୮ ମସିହାରେ ତାଙ୍କ ପିତା ମାର୍କେଣ୍ଡେ ମିଶ୍ରଙ୍କ ତତ୍ତ୍ବାବଧନରେ ବଲାଙ୍ଗୀର ଜିଲ୍ଲା କୋର୍ଟରେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ ସେ ଜିଲ୍ଲା ଜଜ ପରୀକ୍ଷାରେ ପ୍ରଥମ ସ୍ଥାନରେ ରହିବା ପରେ ୧୯୯୯ ମସିହାରେ ଜୟପୁରରେ ଜିଲ୍ଲା ଜଜ୍ ଭାବେ ନିଯୁକ୍ତି ପାଇଥିଲେ । ଏହାପରେ ଭୁବନେଶ୍ବରରେ ସିବିଆଇର ସ୍ବତନ୍ତ୍ର ଜଜ ଏବଂ ଓଡିଶା ହାଇକୋର୍ଟରେ ରେଜିଷ୍ଟ୍ରାର ଜେନେରାଲ ଭାବେ ନିଯୁକ୍ତି ପାଇଲେ । ୨୦୨୧ ଅକ୍ଟୋବର ୧୧ ତାରିଖରୁ ୨୦୨୩ ଫେବୃଆରୀ ୧୯ ତାରିଖ ପର୍ଯ୍ୟନ୍ତ ସେ ଉତ୍ତର ପ୍ରଦେଶ ହାଇକେର୍ଟରେ କାର୍ଯ୍ୟ କରିଥିଲେ । ଏହି ସମୟରେ ସେ 24 ଡିସେମ୍ବର 2021 ରୁ 27 ଜୁନ୍ 2022 ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ହାଇକୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ମଧ୍ୟ ଥିଲେ ।

୧୦ ମାସ ପରେ ନେବେ ଅବସର: ସୂଚନାଅନୁସାରେ, ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିବା ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଆଉ ୧୦ ମାସ ରହିଛି । ସେ ଆସନ୍ତା ଡିସେମ୍ବର ମାସରେ ଅବସର ନେବେ । ଏହି ଶପଥ ଗ୍ରହଣ ସମାରୋହରେ ଆଡଭୋକେଟ୍ ଜେନେରାଲ୍ ରାଜୀବ ରଞ୍ଜନ, ବାର୍ କାଉନସିଲର ଉପାଧ୍ୟକ୍ଷ ରାଜେଶ ଶୁକ୍ଲା, ରାଞ୍ଚି ଜିଲ୍ଲା ବାର୍ ଆସୋସିଏସନ୍ ସାଧାରଣ ସମ୍ପାଦକ ସଞ୍ଜୟ ବିଦ୍ରୋହି ସମେତ ଅନେକ ଉପସ୍ଥିତ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details