ଓଡିଶା

odisha

ETV Bharat / bharat

ବିଜେପିର 22 ବିଧାୟକ ଓ 8 ସାଂସଦଙ୍କ କାଲି ଦିଲ୍ଲୀ ଗସ୍ତ: ମୋଦିଙ୍କୁ ଭେଟିବେ, ଦିଲ୍ଲୀରେ ହେବ ଓଡିଶା ଦଖଲ ଷ୍ଟ୍ରାଟେଜି

Odisha BJP leaders to meet PM Modi: ମୁଣ୍ଡ ଉପରେ ନିର୍ବାଚନ। ୨୦୨୪ ପାଇଁ ବିଜେଡି ନେତାଙ୍କ କାନରେ ମନ୍ତ୍ର ଫୁଙ୍କି ସାରିଲେଣି ନବୀନ। ବିଜେପି ମଧ୍ୟ ଆରମ୍ଭ କରିଛି ପ୍ରସ୍ତୁତି। ଦଳର ୨୨ ବିଧାୟକ ଏବଂ ୮ ସାଂସଦ ଆସନ୍ତାକାଲି ଯାଉଛନ୍ତି ଦିଲ୍ଲୀ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଦଳର ଶୀର୍ଷ ନେତାଙ୍କୁ ଭେଟି ଚୂଡ଼ାନ୍ତ କରିବେ ଷ୍ଟ୍ରାଟେଜି । ରାଜନୀତି ସମୀକ୍ଷକଙ୍କ ଆକଳନ, ବିଳମ୍ବରେ ବିଜେପିର ବୁଦ୍ଧି ଉଦୟ ହୋଇଛି । ଅଧିକ ପଢ଼ନ୍ତୁ,

By ETV Bharat Odisha Team

Published : Dec 18, 2023, 8:16 PM IST

ବିଜେପିର 22 ବିଧାୟକ ଓ 8 ସାଂସଦଙ୍କ କାଲି ଦିଲ୍ଲୀ ଗସ୍ତ: ମୋଦିଙ୍କୁ ଭେଟି ଚୂଡ଼ାନ୍ତ କରିବେ ନିର୍ବାଚନ ଷ୍ଟ୍ରାଟେଜି
ବିଜେପିର 22 ବିଧାୟକ ଓ 8 ସାଂସଦଙ୍କ କାଲି ଦିଲ୍ଲୀ ଗସ୍ତ: ମୋଦିଙ୍କୁ ଭେଟି ଚୂଡ଼ାନ୍ତ କରିବେ ନିର୍ବାଚନ ଷ୍ଟ୍ରାଟେଜି

ବିଜେପିର 22 ବିଧାୟକ ଓ 8 ସାଂସଦଙ୍କ କାଲି ଦିଲ୍ଲୀ ଗସ୍ତ: ମୋଦିଙ୍କୁ ଭେଟି ଚୂଡ଼ାନ୍ତ କରିବେ ନିର୍ବାଚନ ଷ୍ଟ୍ରାଟେଜି

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ ହେବାରେ ଲାଗିଛି। ୨୦୨୪ ନିର୍ବାଚନ ପାଇଁ ବିଜେଡି ନେତାଙ୍କ କାନରେ ମନ୍ତ୍ର ଫୁଙ୍କି ସାରିଲେଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନ୍ୟପକ୍ଷରେ ବିଜେପି ଆରମ୍ଭ କରିଛି ପ୍ରସ୍ତୁତି । ଦଳର ୨୨ ବିଧାୟକ ଏବଂ ୮ ସାଂସଦ ଆସନ୍ତାକାଲି ଦିଲ୍ଲୀ ଯାଉଛନ୍ତି। ରାଜ୍ୟସ୍ତରୀୟ ନେତାମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଦଳର ଶୀର୍ଷ ନେତାଙ୍କୁ ଭେଟି ଚୂଡ଼ାନ୍ତ କରିବେ ଷ୍ଟ୍ରାଟେଜି। ଶାସକ ଦଳ ବିଜେଡିକୁ ଟକ୍କର ଦେବାକୁ ପିଏମଙ୍କ ଗୁରୁମନ୍ତ୍ର ଗ୍ରହଣ କରିବେ ।

ରାଜ୍ୟ ବିଜେପିର ସମସ୍ତ ବିଧାୟକ ଓ ସାଂସଦ ଆସନ୍ତାକାଲି(ମଙ୍ଗଳବାର) ଦିଲ୍ଲୀ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଡେପି ନଜ୍ଜା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିବେ ବିଜେପି ଟିମ୍ । ଦଳର ଜାତୀୟ ସ୍ତରୀୟ ନେତାଙ୍କଠାରୁ ଗୁରୁମନ୍ତ୍ର ଗ୍ରହଣ କରି, ଓଡ଼ିଶା ନିର୍ବାଚନରେ ପ୍ରୟୋଗ କରିବେ। ଦିଲ୍ଲୀ ଯିବା ପୂର୍ବରୁ ବିଜେପି ବିଧାୟକ ତଥା ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ଆମେ ଏକାଠି ଅଛୁ। ଏକାଠି ହୋଇ କେନ୍ଦ୍ରୀୟ ନେତାଙ୍କୁ ଦେଖା କରିବୁ । 2024 ଲଢ଼େଇ ନେଇ କୌଣସି ବିଳମ୍ବ ହୋଇନାହିଁ । ନିର୍ବାଚନକୁ ଓହ୍ଲାଇବା ପୂର୍ବରୁ ଶୀର୍ଷ ନେତୃତ୍ବଙ୍କୁ ଭେଟି ଓଡ଼ିଶା ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବୁ । ବିଶେଷ କରି କେନ୍ଦ୍ରୀୟ ଯୋଜନାକୁ ହାଇଜାକ୍ କରି ବିଜେଡି କିପରି ନିଜ ନାଁ ଲଗେଇ ପ୍ରଚାର କରୁଛି ? 2024ରେ ରାଜ୍ୟରେ ବିଜେପି କିପରି ସରକାର ଗଠନ କରିବ ? ସେନେଇ ରଣନୀତି ପ୍ରସ୍ତୁତ କରାଯିବ । ଧର୍ମେନ୍ଦ୍ର ପ୍ରଧାନ ଯେଉଁ 15 ସାଂସଦ ଜିତିବାର ଆକଳନ କରିଛନ୍ତି, ତାହା ମଧ୍ୟ ସତ ହୋଇ ପାରେ ବୋଲି କହିଛନ୍ତି ପ୍ରଦୀପ୍ତ।

ଏହା ମଧ୍ଯ ପଢ଼ନ୍ତୁ:ଇଣ୍ଡିଆ ମେଣ୍ଟ ବୈଠକ ପୂର୍ବରୁ କେଜ୍ରିୱାଲ-ମମତା ଭେଟ୍ ଘାଟ୍: ଦିଦିଙ୍କ ପ୍ରତିକ୍ରିୟା 'ନିର୍ବାଚନ ପରେ ପିଏମ୍ ଚେହେରା'

ବିଜେପିର ପ୍ରସ୍ତୁତି ପର୍ବକୁ ବିଳମ୍ବରେ ବୁଦ୍ଧି ଉଦୟ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ । ତାଙ୍କ କହିବା ହେଲା, 2024 ନିର୍ବାଚନ ପାଇଁ ବିଜେପିର ସଜବାଜରେ ବିଳମ୍ବ ହୋଇଛି। ବିଜେଡି ସରକାର 5 ବର୍ଷରେ କଣ କରିଛି, ତାହା ଲୋକଙ୍କ ପାଖରେ ରଖି ସାରିଲେଣି । ଗ୍ରାଉଣ୍ଡ ଓ୍ବାର୍କ ସାରି ଏବେ ରିଭିଜନ କରୁଛି ବିଜେଡି । ଏପରି ସମୟରେ ବିଜେପି ପ୍ରସ୍ତୁତି ଆରମ୍ଭ କରୁଛି। ଦୁର୍ନୀତି ହେଉ କି ସରକାରୀ କଳର ଅପବ୍ୟବହାର, ଏସବୁ ପ୍ରସଙ୍ଗକୁ ସଠିକ ଢଙ୍ଗରେ ଉଠାଇବାରେ ଫେଲ୍ ମାରିଛନ୍ତି ବିରୋଧୀ । ବିଜେପିର 22 ବିଧାୟକ ଏବଂ 8 ସାଂସଦ ଏକାଠି ହେଉନାହାନ୍ତି କିମ୍ବା ମିଳିତ ସ୍ବର ଦେଖିବାକୁ ମିଳୁନାହିଁ । 15 ଲୋକସଭା ଆସନ ଜିତିବୁ ବୋଲି ଶବ୍ଦରେ କହିଦେଲେ ହେବ ନାହିଁ କିମ୍ବା ରାଜ୍ୟରେ ସରକାର ଗଢିବୁ ବୋଲି ଭାବିଲେ, କିଛି ବି ଲାଭ ହେବନାହିଁ । ଏଥିପାଇଁ ନିରନ୍ତର କାମ କରିବାକୁ ପଡ଼ିବ। ବିଜେପି ନେତାଙ୍କୁ ତ୍ରୁଣମୂଳ ସ୍ତରରେ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ପଡ଼ିବ । ଦଳ ଏବେ ଯେତିକି କାମ କରୁଛି, ତାଠୁ 10 ଗୁଣା ପରିଶ୍ରମ କଲେ ଯାଇ, 15 ଠାରୁ ମଧ୍ୟ ଅଧିକ ଲୋକସଭା ଆସନ ଜିତିବା ମଧ୍ୟ ଅସମ୍ଭବ ହେବନି। ଗତଥର ବିଜେପିର ନାରା ଥିଲା ମିଶନ 120 । କିନ୍ତୁ 23ରେ ଅଟକି ଯାଇଥିଲା ବିଜେପିର ବିଧାୟକ ଗାଡ଼ି । ଏଥର ଆସନ କମିବ କି ବଢ଼ିବ ଏବେଠୁ କହିହେବ ନାହିଁ । ସବୁ କିଛି ନିର୍ଭର କରୁଛି ବିଜେପିର ନେତା ଏବଂ ନେତୃତ୍ବ ଉପରେ ।

ମୁଣ୍ଡ ଉପରେ ନିର୍ବାଚନ । ଏନେଇ ଏବେଠୁ ବିଗୁଲ୍ ବଜାଇ ସାରିଲାଣି ଶାସକ ବିଜେଡି । ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇ ସାରିଲେଣି ମୁଖିଆ ନବୀନ ପଟ୍ଟନାୟକ। ଅନ୍ୟପକ୍ଷରେ ଅଣ୍ଟା ଭିଡ଼ୁଛି ବିଜେପି । କେନ୍ଦ୍ରୀୟ ନେତାଙ୍କୁ ଭେଟି ରଣନୀତି ପ୍ରସ୍ତୁତ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି। ବିଜେପିର ବିଲମ୍ବିତ ରଣନୀତି, ଶକ୍ତିଶାଳୀ ବିଜେଡିକୁ କିପରି ଚେକ୍ ଦେଉଛି, ତା ଉପରେ ରହିଛି ନଜର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details