ନାଳନ୍ଦା:ବିହାରସ୍ଥିତରାଜଗିର ସିଆରପିଏଫ୍ କ୍ୟାମ୍ପରେ ଓଡିଆ ଯବାନଙ୍କର ମୃତ୍ୟୁ । ମୃତ ଯବାନ ହେଉଛନ୍ତି ଅନୀଲ ରଞ୍ଜନ (୩୫) । ତାଙ୍କ ଘର ପୁରୀ ଜିଲ୍ଲାରେ ହୋଇଥିବା ବେଳେ ସେ ଏହି କ୍ୟାମ୍ପରେ କନଷ୍ଟେବଳ ଭାବରେ କାର୍ଯ୍ୟ କରୁଥିଲେ ।
ତେବେ ସେ ଆଜି ସକାଳେ କ୍ୟାମ୍ପରେ କାମ କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇଥିଲେ । ଏହାପରେ ଅନ୍ୟ ଯବାନ ତାଙ୍କୁ ନେଇ କ୍ୟାମ୍ପରେ ଥିବା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ତାଙ୍କର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ ହୋଇଥିବା କଥା କ୍ୟାମ୍ପର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।