ଅମରାବତୀ: ଆନ୍ଧ୍ରପ୍ରଦେଶ ଅନନ୍ତପୁରମ ଜିଲ୍ଲା ଓବୁଲାପୁରାମ ଖଣି କମ୍ପାନୀ ଅନିୟମିତତା ମାମଲାରେ ଓଏମସି ଏମଡି ଶ୍ରୀନିବାସ ରେଡ୍ଡୀଙ୍କୁ ଜେଲ ଦଣ୍ଡାଦେଶ ହୋଇଛି । ଅନନ୍ତପୁର ଜିଲ୍ଲା ରାୟଦୁର୍ଗମ ସିଭିଲ ଶୀନିବାସଙ୍କୁ 4 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । 2008ରେ ତାଙ୍କ ନାମରେ ଦୁର୍ନୀତି ଅଭିଯୋଗ ହୋଇଥିଲା । ଏହି ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା ।
ଓଏମସି ଅପରେଟରମାନେ ଓବୁଲାପୁରାମ ଅଞ୍ଚଳରେ ବିନା ଅନୁମତି ବାହାରେ ଲୁହାପଥର ଚାଲାଣ କରୁଥିବା ଅଭିଯୋଗ ହୋଇଥିଲା । ଜିଲ୍ଲା ବନ ଅଧିକାରୀ କାଲୋଲ ତାଙ୍କ ସହକର୍ମୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣା ପଦାକୁ ଆସିବା ପରେ ଜିଲ୍ଲା ବନ ଅଧିକାରୀ ଓଏମସି ଏମଡି ଶ୍ରୀନିବାସ ରେଡ୍ଡୀଙ୍କ ନାମରେ ଅଭିଯୋଗ କରିଥିଲେ । ବର୍ଷ ବର୍ଷ ଧରି ଘଟଣାର ତଦନ୍ତ ଚାଲିଥିଲା । ସାକ୍ଷୀଙ୍କ ପଚରାଉଚରା ପରେ ଶ୍ରୀନିବାସ ଦୋଷୀ ବୋଲି ପ୍ରମାଣିତ ହୋଇଥିଲା । 14 ବର୍ଷ ପରେ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଶ୍ରୀନିବାସ ।